ତାଲୁକ ଆଇନ ସେବା ଶିବିର

ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) -ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଭଟ୍ଟସାହି ପଞ୍ଚାୟତ ରାଜୀବଗାନ୍ଧି ସେବା କେନ୍ଦ୍ର ପରିସରରେ ତାଲୁକ ଆଇନ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଧାମନଗର କୋର୍ଟର ବିଚାରପତି ଜିତେନ୍ଦ୍ରିୟ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଲୁକ ଆଇନ ସେବାର ଉଦ୍ଦେଶ୍ୟ, ଲକ୍ଷ୍ୟ ଓ ତାର ସଫଳତା ସଂପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ବକ୍ତବ୍ୟରେ କହିଥିଲେ। ଏଥିରେ ଓକିଲ ସଂଘର ସଭାପତି ଅରୁଣ ପ୍ରକାଶ ନାୟକଙ୍କ ସଭାପତିତ୍ୱ କରିଥିବା ବେଳେ ଆଇନଜିବୀ ଅମରେନ୍ଦ୍ର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଇନଜିବୀ ନିରାକାର ଜେନା ପଞ୍ଚାୟତ ସ୍ତରର ଆଇନ ସେବା ଶିବିରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ସତ୍ୟଭାମା ସାହୁ, ପୂର୍ବତନ ସରପଞ୍ଚ ଦୟାନିଧି ମିଶ୍ର, ଆଇନଜିବୀ ବିଷ୍ଣୁ ପତି, ଜଗନ୍ନାଥ ସେନାପତି, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ମିଶ୍ର, ନଦୀଗାଁ ହାଇସ୍କୁଲର ପ୍ରଧାନଶିକ୍ଷକ ହେମନ୍ତ ସୂତାର, ପୂର୍ବତନ ସରପଞ୍ଚ ନିରଞ୍ଜନ ମାଝି ପ୍ରମୁଖ ଯୋଗଦେଇଥିଲେ। ଏହି ଶିବିରରେ ବିଭିନ୍ନ ଅଂଚଳର ଜନସାଧାରଣ ଓ ଆଇନଜିବୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *