ଜିଲ୍ଲା ପରିକ୍ରମା

ତାରକେଶ୍ୱର ଯଜ୍ଞକମିଟିର ପ୍ରତିଭା ସମ୍ମାନ ଉତ୍ସବ ୨୦୧୮ ଅନୁଷ୍ଠିତ

ଖଇରା/ବାଲେଶ୍ୱର, ୧୧/୨/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଚ୍ୟୁତପୁର ପଞ୍ଚାୟତ ଶିରିପୁର ବାସିନ୍ଦିପୁରଠାରେ ତାରକେଶ୍ୱର ଯଜ୍ଞ କମିଟି ଦ୍ୱାରା ୧୭ତମ ବାର୍ଷିକ ଉତ୍ସବ ଓ ପ୍ରତିଭାସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଯଜ୍ଞକମିଟିର ସଭାପତି ଶଶିକାନ୍ତ ବେହେରାଙ୍କ ପରିଚାଳନାରେ ସୁରେନ୍ଦ୍ର ପ୍ରସାଦ ଦଳାଇ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥିଭାବେ ବରିଷ୍ଠ ଆଇନ୍ ଜୀବି ବେଣୁଧର ରାଉଳ, ମୁଖ୍ୟବକ୍ତାଭାବେ ଗଙ୍ଗାଧର ରାଉତ ଓ ସମ୍ମାନିତ ଅତିଥିଭାବେ ଜଳଦା ପଞ୍ଚାୟତ ସରପଞ୍ଚ ଗାୟତ୍ରୀବାଳା ପଣ୍ଡା, ସମିତିସଭ୍ୟ ସୁଲୋଚନା ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନକ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭାଧାରି ବ୍ୟକ୍ତିମାନଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ କିଶୋର ଚନ୍ଦ୍ର ଦାସଙ୍କ ସମେତ ଯଜ୍ଞକମିଟିର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top