ଓଡ଼ିଶା

ତାମ୍ପରା ହ୍ରଦକୁ ଶିଘ୍ର ପର୍ଯ୍ୟଟନ କେନ୍ଦ୍ର ରୂପରେ ବିକସିତ କରାଯିବ

ବ୍ରହ୍ମପୁର ୮-୨ (ଓଡ଼ିଆ ପୁଅ) କେନ୍ଦ୍ର ସରକାର ଖୁବ୍ ଶିଘ୍ର ଓଡିଶାର ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟରେ ଥିବା ତାମ୍ପରା ହ୍ରଦର ପର୍ଯ୍ୟଟନ ଢାଞ୍ଚାର ବିକାସ ପାଇଁ ୩୩.୪୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ରାଜ୍ୟ ସରକାର କହିଛନ୍ତିଯେ, କେନ୍ଦ୍ର ସରକାରଙ୍କର ସ୍ଵଦେଶ ଦର୍ଶନ ଯୋଜନା ଅନୁଯାୟୀ ତାମ୍ପରାକୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ବନାଇବାର ଯୋଜନା ଅଛି। ସୂଚନାନୁଯାୟୀ ୨୦୧୩ ରେ ଓଡିଶାରେ ତୋଫାନ ଫାଇଲିନ ଯୋଗୁଁ ଏହାର ଭିତ୍ତଭୂମି ଢାଞ୍ଚା କ୍ଷତିଗ୍ରସ୍ତ ହୋଇଯାଇଥିଲା।

ଏହି ଅଞ୍ଚଳରେ ଜେଟି, ଷ୍ଟିଟ ଲାଇଟ,  ଖେଳ ପରିସର ଏବଂ ସଡ଼କ ସହିତ ସୁବିଧାର ମରାମତି କରାଯିବ। ଏହି ବିଷୟରେ ଏକ ବିସ୍ତୃତ ପରିଯୋଜନା ରିପୋର୍ଟ ବ୍ରହ୍ମପୁର ଡେଭଲେପମେଣ୍ଟ ଅଥୋରିଟି (ବିଡିଏ) ଦ୍ଵାରା ପ୍ରସ୍ତୁତ କରାଯାଉଛି।

ଜେଟି, ଟୟଲେଟ୍, ବିଶ୍ରାମାଗାର, ଲବି ଓ ଡାଇନିଙ୍ଗ୍ ହଲ୍ ଆଦି ନିର୍ମାଣ କରାଯିବା ସହ ପରବର୍ତ୍ତି ସମୟରେ ବୋଟିଂ ବ୍ୟବସ୍ଥାକୁ ଚାଲୁ କରାଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top