ଓଡ଼ିଶା

ତାତିଲେ ଶ୍ରମିକ – ସିରାଜ୍ଜୁଦ୍ଦିନ ଖଣିରେ ଧାରଣା ଓ ବକ୍ଷୋଭ ପ୍ରଦର୍ଶନ

ଯୋଡା- ତା ୨୬/୦୪ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ଖଣି ମଣ୍ଡଳ ଅଧିନରେ ଥିବା ବଳଦା ସ୍ଥିତ ସିରାଜ୍ଜୁଦ୍ଦିନ ଖଣିରେ ନିଯୁକ୍ତି ଦାବି କରି ପୁନର୍ବାର ଶ୍ରମିକମାନଙ୍କ ଧାରଣା ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି । ଅନ୍ୟମିତତା ଯୋଗୁଁ ଖଣିଟି ଦୀର୍ଘ ଦିନ ଧରି ବନ୍ଦ ପଡିଥିବା ବେଳେ ନିକଟରେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଜୋରିମାନ ପୈଠ କରିବା ପରେ ଖଣିଟି ପୁନର୍ବାର କାର୍ଯ୍ୟକ୍ଷମ ହୋଇପାରିଛି । ତେବେ ଏହି ଖଣିରେ ନିକଟସ୍ଥ ଖଣି ଦ୍ୱାରା ପ୍ରଭାବିତ ୪ଟି ଗ୍ରାମପଞ୍ଚାୟତ ଯଥା ବଳଦା, ପଳସା, କାଳିମାଟି ଓ ନୟାଗଡର ଲୋକମାନେ ଏଥିରେ ନିଯୁକ୍ତି ଦାବି କରି ୨ଦିନ ହେଲା ଧାରଣାରେ ବସିରହିଛନ୍ତି । ଏହି ନିଯୁକ୍ତି ଦାବିରେ ସେମାନେ ଖଣିଜ ଉତ୍ତୋଳନ, ପରିବହନ କାର୍ଯ୍ୟକୁ ବୁଧୁବାର ଦିନ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେଇଥିବା ବେଳେ ଆଜି ପୂର୍ବାହ୍ନରେ ପୁଲିସର ୨ ପ୍ଲାଟୁନ ଫୋର୍ସ ଛାଉଣୀ ସହିତ ପ୍ରଶାସନିକ ଅଧିକାରୀଙ୍କ ହସ୍ତକ୍ଷେପ ପରେ ଏହାକୁ ସ୍ୱାଭାବିକ କରାଯାଇପାରିଛି । ତେବେ ଧାରଣା ପ୍ରତ୍ୟାହାର କରିବାରେ ପ୍ରଶାସନ ବିଫଳ ହୋଇଛି । ଏହି ଧାରଣାରେ ପ୍ରାୟ ୨ହଜାରରୁ ଉର୍ଦ୍ଧ ପ୍ରଭାବିତ ଗ୍ରାମବାସୀ ସାମିଲ ହୋଇଥିବା ବେଳେ ସେମାନେ ଅଭିଯୋଗ କରିଛନ୍ତି ଯେ, ଦୀର୍ଘ ଦିନ ହେଲା ଏହି ଖଣି କର୍ତ୍ତୁପକ୍ଷ ଗ୍ରାମବାସୀମାନଙ୍କୁ ଖଣିରେ ନିଯୁକ୍ତି. ପରିବହନ ଓ ରେଳ ବୋଝେଇ କ୍ଷେତ୍ରରେ ଅଗ୍ରାଧିକାର ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କେବେ ହେଲେ କାର୍ଯ୍ୟକାରୀ କରିନାହାନ୍ତି । ବାରମ୍ବାର ଧାରଣା, ଆନେ୍ଦାଳନ ପରେ ମିଥ୍ୟା ପ୍ରତିଶ୍ରୁତି ଦେଇ ସେମାନଙ୍କୁ ଦମନ କରିବାରେ ସକ୍ଷମ ହୋଇଛି । ଏହି ଧାରଣା ଅବ୍ୟାହତ ରହିଥିବା ଯୋଗୁଁ ଘଟଣା ସ୍ଥଳରେ କେନ୍ଦୁଝର ଜିଲ୍ଲାପାଳ, ଚମ୍ପୁଆ ଉପଜିଲ୍ଲାପାଳ, କେନ୍ଦୁଝର ଏସ୍.ପି., ବଡବିଲ ଏସ୍.ଡି.ପି.ଓ. ଏବଂ ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀମାନେ ପହଞ୍ଚô ଘଟଣାରେ ଅନୁଧ୍ୟାନ କରୁଥିବା ଜଣାପଡିଛି । ଏହି ଧାରଣାର ନେତୃତ୍ୱ ନୟାଗଡ ପଞ୍ଚାୟତର ସିଦେ୍ଦଶ୍ୱର ନାଏକ, କାଳିମାଟିର ବଳଭଦ୍ର ପାତ୍ର, ସନାତନ ବାରିକ, ପଳସା ର ସନ୍ତୋଷ ମହାକୁଡ, ବଳଦା ର ମିତ୍ରଭାନୁ ନାଏକ ଏବଂ ଉଚ୍ଚବାଲିର ସଞ୍ଜୟ ବାରିକ ପ୍ରମୁଖ ନେଇଥିବା ଜଣାପଡିଛି । ତେବେ ସେମାନେ ତାଙ୍କ ପ୍ରତିକ୍ରିୟାରେ ଗଣମାଧ୍ୟମକୁ କହିଛନ୍ତି ଯେ, ଖଣି କମ୍ପାନୀ ଜିଲ୍ଲା ତଥା ରାଜ୍ୟ ବାହାର ଲୋକଙ୍କୁ ଆଣି ଏଠାରେ ନିଯୁକ୍ତି ଦେଉଥିବା ବେଳେ ସ୍ଥାନୀୟ ଲୋକ କାମଧନ୍ଦା ନପାଇ ଭୋକଉପାସରେ ଦିନ କାଟିବାକୁ ବାଧ୍ୟ ହେଉଛନ୍ତି । କମ୍ପାନୀର ଏହି ବୈମାତୃକ ମନୋଭାବକୁ ଆଉ ବରଦାସ୍ତ କରାଯାଇପାରିବ ନାହିଁ । କମ୍ପାନୀ ସମସ୍ତ ସର୍ତ୍ତ ମାନିନନେଲେ ଆଗାମୀ ଦିନରେ ଏହି ଆନେ୍ଦାଳନକୁ ଆହୁରୀ ତୀବ୍ରତର କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top