ତାଜା ଖବର: ହଳଦୀ ଗାଁରେ ମଣିଷ ଖିଆ ବାଘ ଧରାପଡିଲା

ନୂଆପଡା-୧୫/୭-(ଓଡ଼ିଆ ପୁଅ/ନନ୍ଧିଘୋଶ ଖମାରୀ)- ନୂଆପଡା ଜିଲ୍ଲାର ହଲଦୀ ଗାଁରେ ମଣିଷ ଖିଆ ବାଘ ଧରାପଡିଛି। ପ୍ରକାଶଥାଉକି ଗତ ମେ ମାସ ୨୬ ରେ ହଲଦୀ ଗାଁର ୪ ବର୍ଷର ଶିଶୁ ଛଗନକୁ ଶୋଇଥବା ବେଳେ ମାଁ କୋଳରୁ ଉଠାଇ ନେଇ ନିକଟରେ ଥିବା ଜଙ୍ଗଲରେ ଖାଇ ଯାଇଥିଲା। ଏବଂ ନିକଟ ଅତୀତରେ ସେହି ଗାଁର ଆଈ ନାତୁଣୀଙ୍କୁ ଶୋଇଥିବା ବେଳେ ଆକ୍ରମଣ କରିଥିଲା। ଫଳରେ ଜିଲ୍ଲାର ବନ ବିଭାଗ ଓ ପୋଲିସ ପକ୍ଷରୁ ବାଘ ଧରିବା ପ୍ରୟାସ ଯୋରଦାର କରି ଜଙ୍ଗଲରେ ଯନ୍ତା ରଖାଯାଇଥିଲା। ପରିଶେଷରେ ମଣିଷଖିଆ ବାଘଟି ଯନ୍ତାରେ ପଡିଥିବା ସୂଚନା ମିଲିଛି।

Leave a Reply

Your email address will not be published. Required fields are marked *