ତାଜା ଖବର: କାବୁଲ ଏୟାରପୋର୍ଟରେ ଆତ୍ମଘାତୀ ଆକ୍ରମଣ ୧୦ ମୃତ, ଅନେକ ଆହତ

କାବୁଲ ୨୨-୭ (ଓଡ଼ିଆ ପୁଅ): ପ୍ରାୟତଃ ଏକ ବର୍ଷ ନିର୍ବାସନରେ ରହିବାପରେ ଅଫଗାନିସ୍ତାନର ଉପ ରାଷ୍ଟ୍ରପତି ଅବ୍ଦୁଲ ରଶିଦ ଦୋସ୍ତମ ଦେଶକୁ ଫେରିଛନ୍ତି। ତାଙ୍କର ଫେରିବାର କିଛି ସମୟ ପରେ କାବୁଲର ହାମିତ କରଜାଇ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ନିକଟରେ ଏକ ବିଷ୍ପୋରଣ ହୋଇଥିଲା। ଏଥିରେ ଅତି କମରେ ୧୦ ଜଣ ଲୋକଙ୍କର ମୃତ୍ୟୁର ଖବର ମିଳିଛି। ଆକ୍ରମଣରେ ଅନେକ ଆହତ ମଧ୍ୟ ହୋଇପାରନ୍ତି। ବିମାନ ବନ୍ଦର ଉପରେ ଉପସ୍ଥିତ ଏଏଫପିର ଜଣେ ରିପୋର୍ଟର କହିଛନ୍ତି କି ବିଷ୍ପୋରଣ ସେହି ସମୟ ହେଲା ଯେତେବେଳେ ଦୋସ୍ତମ, ସରକାରୀ ଅଧିକାରୀ ଏବଂ ସମର୍ଥକଙ୍କର ବଡ଼ ସଂଖ୍ୟା ବିମାନ ବନ୍ଦରରୁ ବାହାରକୁ ଆସୁଥିଲେ। ପୁଲିସ ମଧ୍ୟ ଏହି ଆତ୍ମଘାତୀ ଆକ୍ରମଣର ପୁଷ୍ଟି କରିଛି। ଅବଶ୍ୟ ଉପ ରାଷ୍ଟ୍ରପତି ଅବ୍ଦୁଲ ରାଶିଦ ଦୋସ୍ତମଙ୍କର କାଫିଲାର କୌଣସି କ୍ଷତି ଘଟିନାହିଁ।

Leave a Reply

Your email address will not be published. Required fields are marked *