ତାଜାଖବର-ନୂଆପଡାରେ ଧରାପଡିଲା ଜାଲ ନୋଟ ରାକେଟ

ନୂଆପଡା – ୧୬/୩-(ଓଡିଆ ପୁଅ / ନନ୍ଦିଘୋଷ ଖମାରୀ)-ନୂଆପଡା ଜିଲ୍ଲାରେ ଜାଲ ନୋଟ ତିଆରି କରୁଥିବା ଏକ ଠକ ଦଳକୁ ଜିଲ୍ଲା ପୁଲିସ ଠାବ କରିବାରେ ସଫଳ ହୋଈଛି ।ଗତ ଏକ ବର୍ଷ ହେବ ଏହି ଦଳ କଲାହାଣ୍ଡି ଓ ନୂଆପଡା ଜିଲ୍ଲାରେ ରାକେଟ ଚଲାଇ ଆସୁଥିବା ବେଳେ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଜି. ସି. ବୁରୁଦାଙ୍କ ନେତୃତ୍ବରେ  ଏସ.ଆଇ ଏ. ମହାଖୁଡ ଓ ଖଡିଆଲ ପୁଲିସ ମିଶି  ଚଲାନପଡା ସ୍ତିତ ଆଡ୍ଡାକୁ ଅତର୍କିତ ଚଡଉ କରିଥିଲେ । ଆଡ୍ଡାରେ ୪୫ ଗୋଟି ୧୦୦ ଟଙ୍କିଆ ନକଲି ନୋଟ ଜବତ କରିବା ସହ  ରାମେଶ୍ବର ବାଗ ଓ ଦାମୋଦର ଚଲାନ ( ଧୋବାପଡା ଖଡିଆଲ) ବାସିନ୍ଦାକୁ ପୁଲିସ ଗିରଫ କରିଛି ।ଏମାନେ ଗିରଫ ହେବା ପରେ  ତାଙ୍କ କହିବାନୁଯାୟୀ ପୁଲିସ କଲାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ସ୍ଥିତ ଟେମରି ଓ ଚିଚିଆରେ ଚାଲିଥିବା ରାକେଟ ସ୍ଥଳକୁ ପୁଣି ଅତର୍କିତ ଆକ୍ରମଣ କରି ୬୭ ଗୋଟି ୧୦୦ ଟଙ୍କିଆ ନକଲି ନୋଟ ଜବତ କରିବା ସହ  ଭବାନୀଶଙ୍କର ବାଗ ଓରଫ କୁନୁ ବାଗ ଓ ସନ୍ତୋଷ ସରାଫ କୁ ଗିରଫ କରିଛି । ଏହାପରେ ରେକେଟର ମାଷ୍ଟର ମାଇଣ୍ଡ ରୁଣ୍ଡି ଓରଫ ଅରବିନ୍ଦ ବାଗ କୁ ଗିରଫ କରାଯିବା ସହ ଖଡିଆଲ ସମଲେଇ ମନ୍ଦିର ସ୍ତିତ  ରୁଣ୍ଡୁ କମ୍ପୁଟର ଦୋକାନରୁ ଗୋଟିଏ ସିପିୟୁ,କଲର ପ୍ରିନ୍ଟର, ମନିଟର, ୫ଟି ମୋବାଇଲ ଫୋନ,ପେନ୍ଡ୍ରାଇବ ଓ ଗୋଟିଏ ମାଉସ ଜବତ କରିଥିବା ନୂଆପଡା ଏସ. ପି  ସ୍ମିତ ପି. ପରମାର ଏକ ସାମ୍ବାଦିକ ସମ୍ବିଲନୀରେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *