ଓଡ଼ିଶା

ତାଜାଖବର: ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟରେ ପୋଲିସ୍ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ଦୁଇ ଏସଓଜି ଜବାନ ଆହତ

ନୂଆପଡ଼ା ୨୫-୨ (ଓଡ଼ିଆ ପୁଅ/ନନ୍ଦୀଘୋଷ ଖମାରୀ) ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟର ଖୋଲିଭିତର ଜଙ୍ଗଲରେ ବିଷ୍ପୋରଣରେ ଦୁଇ ଏସଓଜି ଜବାନ ଆହତ ହୋଇ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଆଜି ନୂଆପଡାର ଏସଓଜି ଜବାନମାନେ କୁମ୍ବି ଅପରେଶନରେ ସୁନାବେଡା ଅଭୟାରଣ୍ୟକୁ ଯାଇଥିଲେ।

ସୁନାବେଡାର ଖୋଲିଭିତର ଜଙ୍ଗଲରେ କୁମି ଅପରେସନ ବେଳେ ହଠାତ ବିଷ୍ପୋରଣ ହୋଇଥିଲା ।ଏଥିରେ ଦୁଇ ଜଣ ଏସଓଜି ଜବାନ ଗୁରୁତର ଭାବରେ ଆହତ ହୋଇଥିବା ବେଳେ ସେମାନଙ୍କୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହି ବିଷ୍ପୋରଣରେ ମାଓବାଦୀ ପୁର୍ବରୁ ବୋମା ଖଞ୍ଜି ଥିବା କୁହାଯାଉଛି ନୂଆପଡ଼ା ପୋଲିସର ପାଲଟା ଆକ୍ରମଣରେ ମାଓବାଦୀମାନେ ମଧ୍ୟ ଲହୁଲୁହାଣ ହୋଇଥିବା ବେଳେ ମାଓବାଦୀ ମାନଙ୍କ ବ୍ୟବହୃତ ସମାଗ୍ରୀକୁ ଜବତ କରାଯାଇଛି। ଅପରପକ୍ଷେ ମାଓବାଦୀଙ୍କ ଏକ କେମ୍ପକୁ ମଧ୍ୟ ଧ୍ବସଂ କରାଯାଇଛି । ଏସଓଜି ଜବାନଙ୍କ ଗୁଳି ବିନିମୟ ପରେ ମାଓବାଦୀମାନେ ପଲାୟନ କରିଥିବା ନୂଆପଡା ଏସପି ସ୍ମିତ ପି.ପରମାର ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top