Home ଜାତୀୟ ତାଜମହଲ ପାର୍ଶ୍ଵରୁ ଶୁଭିବ “ଜୟ ଶ୍ରୀରାମ” ଧ୍ବନି! ବିପକ୍ଷ ଉଠାଇଲା ପ୍ରଶ୍ନ: ଉତ୍ତର ରଖିଲେ ମୁସଲିମ...

ତାଜମହଲ ପାର୍ଶ୍ଵରୁ ଶୁଭିବ “ଜୟ ଶ୍ରୀରାମ” ଧ୍ବନି! ବିପକ୍ଷ ଉଠାଇଲା ପ୍ରଶ୍ନ: ଉତ୍ତର ରଖିଲେ ମୁସଲିମ ମନ୍ତ୍ରୀ

175

ଭୁବନେଶ୍ୱର/ଆଗ୍ରା; ୫,ପ୍ରେବ୍ରୁୟାରୀ,୨୦୧୮ (ଓଡ଼ିଆ ପୁଅ/ଦେବଦତ୍ତ ରଥ): ତାଜମହଲ ପାର୍ଶ୍ଵରୁ ଶୁଭିବ “ଜୟ ଶ୍ରୀରାମ” ଧ୍ୱନି!ପ୍ରେବ୍ରୁୟାରି ୧୮ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ୨୭ତମ ତାଜ ମହୋତ୍ସବ।ଏହି ଉପଲକ୍ଷେ ଉଦ୍ଘାଟନୀ ଉତ୍ସବ ୧୮ତାରିଖରେ ଶ୍ରୀରାମ ଭାରତୀ କଳା କେନ୍ଦ୍ର ତରଫରୁ ଭଗବାନ ଶ୍ରୀରାମ ଆଧାରିତ ନୃତ୍ୟ ନାଟିକା ପ୍ରଦର୍ଶିତ କରାଯିବାର ଆୟୋଜକ ସମିତି ନିଷ୍ପତି ନେଇଛନ୍ତି।ଉଦ୍ଘାଟନୀ ଉତ୍ସବରେ ଯୋଗ ଦେବାକୁ ରାଜ୍ୟପାଳ ରାମ ନାୟକ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିମନ୍ତ୍ରିତ କରା ଯାଇଛି।ତାଜମହଲ ଅନ୍ତର୍ଗତ ଶିଳ୍ପଗ୍ରାମରେ ଆୟୋଜିତ ଏହି କାର୍ଯ୍ୟକର୍ମରେ ୧୯ ତାରିଖରେ ଲୋକ ଗାୟିକା ମିଳନୀ ଅବସ୍ଥିଙ୍କ ଦ୍ୱାରା କାର୍ଯ୍ୟକର୍ମ ପରିବେଷଣ ହେବାକୁ ଥିବା ବେଳେ,୨୦ ତାରିଖରେ ବଲିଉଡ ନାଇଟ,୨୧ ତାରିଖରେ ଅସ୍ଲମ୍ ସାବରୀଙ୍କ ଦ୍ୱାରା କବାଲି ପରିବେଷଣ,୨୨ତାରିଖରେ ପୂରାତନ ଗୀତ ସଙ୍ଗୀତ,୨୩ରେ ମୁସାୟରା,୨୪ରେ କବି ସମ୍ମିଳନୀ ଆଦି ଆୟୋଜିତ ହେବ।ବଲିଉଡ ତାରକା ମାନେ ୨୭ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକର୍ମ ପରିବେଷଣ କରିବେ।ଏପରି ମହୋତ୍ସବ ପ୍ରଥମ ଥର ପାଇଁ ଆୟୋଜିତ ହେଉନି ବରଂ ଏହା ୨୭ତମ ମହୋତ୍ସବ।କିନ୍ତୁ ଯୋଗୀ ସରକାର ଆସିବା ପରେ ପ୍ରଥମ ଥର ପାଇଁ ଶ୍ରୀରାମ ମଞ୍ଚନରୁ କାର୍ଯ୍ୟକର୍ମ ଆରମ୍ଭ ହେଉଛି।ଏହାକୁ ନେଇ ରାଜନୈତିକ ବିବାଦ ଆରମ୍ଭ ହୋଇ ଗଲାଣି।ତାଜମହଲ ସପ୍ତାଶ୍ଚର୍ୟ ଭିତରେ ଯାଉଛି, ବିଶ୍ୱରେ ଏହାର ନାମ ରହିଛି, ତେଣୁ ଏଠାରେ ରାଜନୀତି କରାଯିବା ଉଚିତ୍ ନୁହେଁ ବୋଲି ସମାଜବାଦି ପାର୍ଟି କହିଥିବା ବେଳେ ଯୋଗୀ ସରକାରରେ ମନ୍ତ୍ରୀ ଥିବା ମୁସଲିମ ନେତା ମହୋସିନ ରଜ୍ଜା କହିଛନ୍ତି ରାମ ନାଟକ ଭାରତରେ ପ୍ରଦର୍ଶିତ ହେବ ନାହିଁ ତ’ କ’ଣ ଆଉ ପାକିସ୍ଥାନରେ ପ୍ରଦର୍ଶିତ ହେବ?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.