ଓଡ଼ିଶା

ତାଙ୍କ ଭଳି ଜଣେ ସାଧାରଣ ଓଡିଆଙ୍କୁ ପୁଣି ଥରେ ରାଜ୍ୟସଭା ପଠାଇ ଓଡିଆ ସମାଜ ତଥା ଓଡିଆ ଭାଷାଭାଷୀଙ୍କୁ ସମ୍ମାନିତ କରିଛି ବିଜେପି ରାଷ୍ଟ୍ରୀୟ ନେତୃତ୍ୱ – ଧର୍ମେନ୍ଦ୍ର ପ୍ରଧାନ

– ମଧ୍ୟ ପ୍ରଦେଶରୁ ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
– ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇ ସମାଜ ପାଇଁ ଆହୁରି କଟିବଦ୍ଧ ହୋଇ କାମ କରିବାକୁ ତାଙ୍କୁ ପ୍ରେରଣା ମିଳିଛି

ଭୋପାଳ /ଭୁବନେଶ୍ୱର, ୧୨ ମାର୍ଚ୍ଚ (ଓଡ଼ିଆ ପୁଅ) – ପ୍ରଥମ ଓଡିଆ ଭାବେ ବାହାର ରାଜ୍ୟରୁ ରାଜ୍ୟସଭାକୁ ଯାଇଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିହାର ପରେ ମଧ୍ୟ ପ୍ରଦେଶରୁ ରାଜ୍ୟସଭା ପାଇଁ ସୋମବାର ଦିନ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ନାମାଙ୍କନ ପତ୍ର ଦାଖଲ କରିବା ପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ତାଙ୍କ ଭଳି ଜଣେ ସାଧାରଣ ଓଡିଆଙ୍କୁ ପୁଣି ଥରେ ରାଜ୍ୟସଭା ପଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଓଡିଆ ସମାଜ ତଥା ଓଡିଆ ଭାଷାଭାଷୀଙ୍କୁ ସମ୍ମାନିତ କରିଥିବାରୁ ବ୍ୟକ୍ତିଗତ ଭାବେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ପାଖରେ ସେ କୃତଜ୍ଞ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇ ସମାଜ ପାଇଁ ଆହୁରି କଟିବଦ୍ଧ ହୋଇ କାମ କରିବାକୁ ତାଙ୍କୁ ପ୍ରେରଣା ମିଳିଛି।

ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଧନ୍ୟବାଦ ଦେବା ସହ ସେ ପୂର୍ବରୁ ମଧ୍ୟ ପ୍ରଦେଶ ସାଧାରଣ ଜନତାଙ୍କ ପାଇଁ କାମ କରିବାର ସୁଯୋଗ ପାଇଥିବା ବେଳେ ରାଜ୍ୟରୁ ରାଜ୍ୟସଭାକୁ ଯିବା କାରଣରୁ ମଧ୍ୟ ପ୍ରଦେଶର ବିକାଶ ପାଇଁ ଆହୁରି ନିକଟରୁ କାମ କରିବାକୁ ସୁଯୋଗ ପାଇବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ୩୨ ଲକ୍ଷ ଗରୀବ ଭଉଣୀଙ୍କ ଘରେ ସରକାରୀ ସହାୟତାରେ ଏଲପିଜି ସଂଯୋଗ ପହଂଚିଛି। ରାଜ୍ୟରେ ଦକ୍ଷତା ବିକାଶ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଦୁଇ ବିଭାଗର ମନ୍ତ୍ରୀ ଭାବେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କ ନେତୃତ୍ୱରେ ଗରୀବ କଲ୍ୟାଣର ସଫଳ ପ୍ରୟୋଗଶାଳା ହୋଇଛି ବୋଲି ସେ କହିଛନ୍ତି।

ଏହି ଅବସରରେ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ ବିଜେପି ରାଜ୍ୟ ସଭାପତି ନନ୍ଦ କୁମାର ସିଂହ ଚୌହାନ, ମନ୍ତ୍ରୀ ନରୋତମ ମିଶ୍ର ଓ ଅନ୍ୟ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top