ତାଇକୋଣ୍ଡୋ ରେଫରୀ ପରୀକ୍ଷାରେ ତାଳଚେରରୁ ୩ ଜଣ କୃତକାର୍ଯ୍ୟ

ତାଳଚେର, ୫/୫ (ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଓଡ଼ିଶା ତାଇକୋଣ୍ଡୋ ଆସୋସିଏସନ ଦ୍ୱାରା ପୂରୀ ରେଳବାଇ ହଲଠାରେ ତିନି ଦିନ ଧରି ଅନୁଷ୍ଠିତ ଜାତୀୟ ତାଇକୋଣ୍ଡୋ ରେଫରୀ ପରୀକ୍ଷାରେ ତାଳଚେରରୁ ୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଶିକ୍ଷକ ରାଜେଶ ଦାସ, ପ୍ରମୋଦ ପ୍ରଧାନ ଏବଂ ମମିତା ରାଉତ ଉକ୍ତ ପରୀକ୍ଷାରେ କୃତୀତ୍ୱ ଲାଭ କରି ତାଳଚେର ନିମନ୍ତେ ଗୈାରବ ଆଣି ଦେଇଛନ୍ତି। ଉକ୍ତ ୩ଜଣ ଏଣିକି ଜାତୀୟ ପ୍ରତିଯୋଗିତାରେ ପରୀକ୍ଷକ ଭାବେ ଭାଗ ନେଇପାରିବେ। ଏଥିନିମନ୍ତେ ସେମାନେ ରାଜ୍ୟ ତାଇକୋଣ୍ଡୋର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *