ଜିଲ୍ଲା ପରିକ୍ରମା

ତାଇକୋଣ୍ଡୋ ଆସୋସିଏସନ୍ ଅଫ୍ ଭଦ୍ରକ ଦ୍ୱାରା କଲର୍ ବେଲ୍ଟ ପରୀକ୍ଷା ଅନୁଷ୍ଠିତ

ଭଦ୍ରକ, ୧୮ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ତାଇକୋଣ୍ଡୋ ଆସୋସିଏସନ୍ ଅଫ୍ ଓଡ଼ିଶା ସହ ଅନୁବନ୍ଧିତ ତାଇକୋଣ୍ଡୋ  ଆସୋସିଏସନ୍ ଅଫ୍ ଭଦ୍ରକ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ କଲର୍ ବେଲ୍ଟ ପରୀକ୍ଷା ଆଜି ପୁର୍ବାହ୍ନରେ ଇଚ୍ଛାପୁରସ୍ଥିତ କାର୍ମେଲ୍ ସ୍କୁଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ତାଇକୋଣ୍ଡୋ ଆସୋସିଏସନ୍ ଅଫ୍ ଓଡ଼ିଶାର ସାଧାରଣ ସମ୍ପାଦକ ତଥା ତାଇକୋଣ୍ଡୋ ଫେଡ଼େରେସନ ଅଫ୍ ଇଣ୍ଡିଆର କାର୍ଯ୍ୟକାରିଣୀ ସଦସ୍ୟ ରବିନାରାୟଣ ପାଣିଗ୍ରାହୀ ମୁଖ୍ୟ ପରିକ୍ଷକ ରୁପେ ଯୋଗଦେଇଥିଲେ । ଏହି  ପରୀକ୍ଷା ଶିବିରରେ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍କୁଲ ଓ ତାଇକୋଣ୍ଡୋ ପ୍ରଶିକ୍ଷଣ କେନ୍ଦ୍ର ତରଫରୁ ୧୪୫ଜଣ ପରୀକ୍ଷାର୍ଥô ଯୋଗଦେଇଥିଲେ ଏବଂ ଏମାନଙ୍କ ମଧ୍ୟରୁ ୧୩୮ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିଲେ । ପରୀକ୍ଷା ପରିଚାଳନାରେ ଆମାଚିୟର ତାଇକୋଣ୍ଡୋ ଆସୋସିଏସନ ଅଫ୍ ଢେଙ୍କାନଳର କୋଚ୍୍ ରାଜେନ୍ଦ୍ର କୁମାର ବେହେରା  ଓ ସୌମ୍ୟକାନ୍ତ ବେଉରା, ତାଇକୋଣ୍ଡୋ ଆସୋସିଏସନ ଅଫ୍ ଯାଜପୁରର ସମ୍ପାଦକ ଦଶରଥ ସ୍ୱାଇଁ, ତାଇକୋଣ୍ଡୋ ଆସୋସିଏସନ ଅଫ୍ ଭଦ୍ରକର କୋଚ୍ ଧନେଶ୍ୱର ଜେନା, ତାରିଣୀ ସାହୁ ପ୍ରମୁଖ ସହଯୋଗ କରିଥିଲେ । ପରୀକ୍ଷା ପରେ ବେଲ୍ଟ ପ୍ରଦାନ ଉସ୍ôବ ଅନୁଷ୍ଠିତ ହୋଇଥିଲା । ଏହି ଉସ୍ôବରେ ତାଇକୋଣ୍ଡୋ ଆସୋସିଏସନ୍ ଅଫ୍ ଓଡ଼ିଶାର କାର୍ଯ୍ୟକାରୀ ସଭାପତି ଅଧ୍ୟାପକ ବିଜୟ କୁମାର ଜେନା ସଭାପତିତ୍ୱ କରିଥିବା ବେଳେ  ଜ୍ୟୋତି କନଭେଣ୍ଟ ସ୍କୁଲର ଅଧ୍ୟକ୍ଷ ଫାଦର ବର୍ଗିସ୍, କାରମେଲ୍ ସ୍କୁଲର୍ ମ୍ୟାନେଜର୍ ମଦର୍ ଜେସି ମେରିଆ, ଉପାଧ୍ୟକ୍ଷା ସିଷ୍ଟର ବିନିତା, ତାଓ ସାଧାରଣ ସମ୍ପାଦକ ରବିନାରାୟଣ ପାଣିଗ୍ରାହୀ, ତାଓ କୋଷାଧ୍ୟକ୍ଷା ସଂଘମିତ୍ରା ଦାସ ପ୍ରମୁଖ ଅତିଥି ରୁପେ ଯୋଗଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ କଲର ବେଲ୍ଟ ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ତାଇକୋଣ୍ଡୋ ଆସୋସିଏସନ୍ ଅଫ୍ ଭଦ୍ରକର ସମ୍ପାଦକ ସଂଗ୍ରାମ ତ୍ରିପାଠୀ କଲର୍ ବେଲ୍ଟ ପରୀକ୍ଷା ସମ୍ପର୍କିୟ ବିବରଣୀ ପ୍ରଦାନ କରିଥିବା ବେଳେ ଯୁଗ୍ମ ସମ୍ପାଦକ ତଥା ଯୋଗଗୁରୁ ସୁରେଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ତାଇକୋଣ୍ଡୋ ଆସୋସିଏସନ୍ ଅଫ୍ ଓଡ଼ିଶାର କେତେଜଣ ବ୍ଲାକ୍ ବେଲ୍ଟ୍ ଅଧିକାରୀ ଉଚ୍ଚ ସ୍ତରୀୟ ତାଇକୋଣ୍ଡୋ କଳାକୌଶଳ ପ୍ରଦର୍ଶନ କରିଥିଲେ, ଯାହା  ଶତାଧିକ ଅଭିଭାବକ ଓ ଦର୍ଶକ ମାନଙ୍କୁ ଆମୋଦିତ କରିଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top