ତହସିଲ କର୍ମଚାରୀ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ତିର୍ତ୍ତୋଲ-୦୨/୮ (ଓଡ଼ିଆ ପୁଅ/ଟୁକନ ସେଠୀ) ତିର୍ତ୍ତୋଲ ତହସିଲରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିରଂଜନ ମଲ୍ଲିକ ଆଜି ତାଙ୍କର ଶେଷ କାର୍ଯ୍ୟ ଦିବସ ସମାପନ କରିଛନ୍ତି। ଏହି ଅବସରରେ ତିର୍ତ୍ତୋଲ ତହସିଲକାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ତହସିଲ ଦାର ରମେଶ ଚନ୍ଦ୍ର ପଣ୍ଡା, ଅତିରିକ୍ତ ତହସିଲ ଦାର ସଂଜୟ କୁମାର ପଣ୍ଡା, ସୁଶ୍ରୂୀ ସଂଗୀତା ଖଟୁଆ, ମୁଖ୍ୟ କିରାଣୀ କମଳ କାନ୍ତ ମଲ୍ଲିକ, ତହସିଲ କର୍ମଚାରୀ ସୁବାଷ ଚନ୍ଦ୍ର ଷଡଙ୍ଗୀ, ହୃଷିକେଶ ବଳ, ବିଭୂ ପ୍ରସାଦ ସେଠୀ, ପ୍ରଶାନ୍ତ ବିଶ୍ୱାଳ, କୈଳାସ ସ୍ୱାଇଁ, ଶୁଭଶ୍ରୀ ନାୟକ, ନିରଂଜନ ମଲ୍ଲିକ, ରବିନ୍ଦ୍ର ଲେଙ୍କା, ବାବାଜୀ ସାହୁ, ମନୋଜ ବେହେରା, ସ୍ମୃତି ଶ୍ରୀ ବୈଜୟନ୍ତୀ ବାଳା, ପ୍ରଜ୍ଞା ପରମିତା ପ୍ରିୟଦର୍ଶନୀ ପ୍ରମୁଖ ଯୋଗ ଦେଇ ଅବସର ନେଉଥିବା କର୍ମଚାରୀ ଙ୍କ କର୍ମମୟ ଜୀବନର ଗୁଣ ବଖାଣି ଥିଲେ। ଉପଢୈାକନ ଦେଇ ସମ୍ବର୍ଦ୍ଧିତ କରାଯିବା ସହିତ ତାଙ୍କର ଅବଶିଷ୍ଟ ଜୀବନ ସୁଖ ଓ ନିରାମୟ ହେବା ପାଇଁ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

Leave a Reply

Your email address will not be published. Required fields are marked *