ତହସିଲଦାରଙ୍କ ବୈଠକକୁ ଭଣ୍ଡୁର କଲେ କିଛି ମୁଷ୍ଟିମେୟ ଲୋକ

ଘଟଗାଁ, ୨୯/୦୮(ଓଡ଼ିଆ ପୁଅ/ଭବାନୀ ପ୍ରସାଦ)- ଘଟଗାଁ ତହସିଲଦାର ଶ୍ରୀଯୁକ୍ତ ପ୍ରମୋଦ ପୃଷ୍ଟି ଘଟଗାଁ ବଜାରର ପାରିପାଶ୍ୱିକ ଉନ୍ନତି କରଣ, ଟ୍ରାଫିକ ସମସ୍ୟା ଓ ଏଠାକୁ ଆସୁଥିବା ଦର୍ଶାନାର୍ଥିଙ୍କ କ୍ଷେତ୍ରରେ ଲାଗି ରହିଥିବା ବିଭିନ୍ନ ସମସ୍ୟାର ଦୂରିକରଣ ସମ୍ବନ୍ଧିୟ ଏକ ବୈଠକ ବ୍ଲକ ସମ୍ମିଳନୀ କକ୍ଷରେ କରିବା ପାଇଁ ଡାକିଥିଲେ। ଏହି ବୈଠକକୁ ଘଟଗାଁ ଅଂଚଳର ଦୁଇଟି ପଂଚାୟତ ମୁକୁନ୍ଦପୁରପାଟଣା ଓ ଉପରଡିହା ଗ୍ରାମପଂଚାୟତର ଉଭୟ ସରପଂଚ ଓ ସମିତି ସଭ୍ୟଙ୍କୁ ନିମନ୍ତ୍ରଣ କରିଥିବା ସହ ଘଟଗାଁ ବ୍ଲକ ଅଧ୍ୟକ୍ଷା, ଘଟଗାଁ ବିଡିଓ, ଘଟଗାଁ ଥାନା ଅଧିକାରୀ, ଏସଡିପିଓ ଓ ଅଂଚଳରେ ସକ୍ରିୟ ଥିବା ବିଭିନ୍ନ ସଂଘର ସଭାପତି ଓ ସମ୍ପାଦକ ମାନଙ୍କୁ ପତ୍ର ମଧ୍ୟମରେ ଯୋଗ ଦେବାପାଇଁ ନିବେଦନ କରିଥିଲେ। ଆଜି ଘଟଗାଁ ବ୍ଲକ ସମ୍ମିଳନୀ କକ୍ଷରେ ବୈଠକ ଆରମ୍ଭ ହେବାକୁ ଯାଉଥିବା ବେଳେ ଘଟଗାଁ ଅଂଚଳର ବିଜେଡିର କିଛି ଛାମୁଆ ନେତା ଓ କର୍ମି ମିଳିତ ହୋଇ ତହସିଲଦାର ପ୍ରମୋଦ ପୃଷ୍ଟିଙ୍କ ବୈଠକକୁ ଦଳବଳ ପ୍ରୟୋଗ କରି ରାଜନୈତିକ ଅଭିସନ୍ଧି ନେଇ ଭଣ୍ଡୁର କରିବା ପାଇଁ ଉଦ୍ୟମ କରି ସଫଳ ହୋଇଛନ୍ତି। ମାତ୍ର ଶାସକ ବିଜୁଜନତା ଦଳର ଏପରି କୁଶ୍ଚିତ ରାଜନୀତି ତଥା ହିନ ଚକ୍ରାନ୍ତକୁ ସ୍ଥାନୀୟ ଅଂଚଳରେ ତିବ୍ର ସମାଲୋଚନା କରାଯାଇଛି। ଘଟଗାଁର ଉନ୍ନତିକରଣ ପାଇଁ ବହୁ ସରକାରୀ ଅଧିକାରୀ ବିଗତ ଦିନ ମାନଙ୍କରେ ଚେଷ୍ଟା କରିଥିବା ବେଳେ ଘଟଗାଁର କିଛି କୁଜି ନେତା ନିଜର ପତିଆର ଜାହିର କରିବା ସହ ଘଟଗାଁର ଉନ୍ନତିରେ ବାଧାସୃଷ୍ଟିକରିବାକୁ ନେଇ ବୁଦ୍ଧିଜୀବି ମହଲରେ ଅସନ୍ତୋଷ ଦେଖା ଦେବା ସହ ଆଗାମୀ ଦିନରେ ଏଭଳି କାର୍ଯ୍ୟକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *