ତହସିଲଦାରଙ୍କୁ ଅତିରିକ୍ତ ଦାୟିତ୍ବ

ପୁରୁଷୋତ୍ତମପୁର,୧୪/୫(ଓଡ଼ିଆ ପୁଅ/ସୁଦାମ ମହାରଣା) ପୁରୁଷୋତ୍ତମପୁର ବିଡିଓ ଭାବେ ତହସିଲଦାର ଇପ୍ସିତା ପ୍ରିୟଦଶ୍ରନୀ ମିଶ୍ରଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ପୁରୁଷୋତ୍ତମପୁର ବିଡିଓ ଲୋକନାଥଦଳ ବେହେରା ଜୟପୁର ଉପଜିଲ୍ଲାପାଳ ଭାବେ ବଦଳି ହେବା ପରେ ତହସିଲଦାରଙ୍କୁ ଉକ୍ତ ଦାୟିତ୍ବ ଦିଆଯାଇଛି। ବ୍ଲକ କାର୍ଯ୍ୟାଳୟରେ ତହସିଲଦାରଙ୍କୁ ଦାୟିତ୍ବ ପ୍ରଦାନ କରି ବିଡିଓ ଶ୍ରୀ ବେହେରା ବିଦାୟ ନେଇଥିଲେ। ବିଦାୟ ଓ ସ୍ବାଗତ ଉତ୍ସବରେ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *