ଜଗତସିଂହପୁର

ତର୍ତ୍ତୋଲରେ ବିପୁଳ ପରିମାଣର ଚୋରା କାଠ ଜବତ

ତିର୍ତ୍ତୋଲ୦୪/୦୨ (ଓଡ଼ିଆ ପୁଅ/ଟୁକନ ସେଠୀ) -ଦୀର୍ଘଦିନ ଧରି ତିର୍ତ୍ତୋଲ ତହସିଲ ପରିସରକୁ ଲାଗିଥିବା ଝଙ୍କଡ଼ ମହିଳା କଲେଜରେ ବିପୁଳ ପରିମାଣର ମୁଲ୍ୟବାନ କାଠ ଗଛିତ କରି ବ୍ୟବସାୟ କରୁଥିବା ସ୍ଥାନୀୟ ଅଞ୍ଚଳର ପ୍ରଦୀପ୍ତ ଦାଶଙ୍କୁ ଆଜି ନୁତନ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ତିର୍ତ୍ତୋଲ ଥାନାରେ ଜିମାଦେବା ସହିତ ଲକ୍ଷାଧିକ ଟଙ୍କା ମୂଲ୍ୟର ବିଭିନ୍ନ କିଶମର କାଠକୁ ଜବତ କରିଛନ୍ତି। ଏହି ସ୍ଥାନରେ ଚାଲିଥିବା ଚୋରା କାଠ ବ୍ୟବସାୟକୁ ପୂର୍ବରୁ ଥିବା ତହସିଲଦାର କେମିତି ଜାଣିପାରୁନଥିଲେବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାବେଳେ ଜବତ କାଠକୁ ନିଲାମ କରାଯିବବୋଲି ଅତିରିକ୍ତ ତହସିଲଦାର ସଞ୍ଜୟ କୁମାର ପଣ୍ଡା ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top