ତରଡିପାଳରେ ମନକିବାତ କାର୍ଯ୍ୟକ୍ରମ

କେନ୍ଦ୍ରାପଡା ୨୮/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡାରେ ନୂତନବର୍ଷରେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀଙ୍କ ମନକିବାତ କାର୍ଯ୍ୟକ୍ରମକୁ ପଟ୍ଟାମୁଣ୍ଡାଇ ମଣ୍ଡଳର ତରଡିପାଳ ଗ୍ରାମର ମେଲଣ ପଡିଆରେ ବିଜେପି ପକ୍ଷରୁ ଆୟୋଜିତ ବୈଠକରେ ଜନସାଧାରଣଙ୍କ ନିକଟରେ ପହଁଚାଇବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତରଡିପାଳ ମେଲଣ ପଡିଆରେ ଆଜି ଜିଲ୍ଲା ବିଜେପିର ଉପସଭାନେତ୍ରୀ ଉର୍ମିଳା ସେଠୀଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ନାରଦ ଚନ୍ଦ୍ର ବିଶ୍ୱାଳ, ହେମନ୍ତ ବିଶ୍ୱାଳ, ଦିଲ୍ଲିପ କୁମାର ବିଶ୍ୱାଳ, ଶିଶୀର ଭାଈ, ଜିତେନ୍ଦ୍ର ଭାଈ, ପଦାରବିନ୍ଦ ମହାନ୍ତି, ଅଶ୍ୱିନି ମହାନ୍ତି ପ୍ରମୁଖ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନକିବାତ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥିତ ପ୍ରାୟ ପାଂଚଶହ ସାଧାରଣ ଜନତାଙ୍କୁ ବୁଝାଇଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନକିବାତରେ ମହିଳା ଶଶକ୍ତି କରଣ ଉପରେ ଦେଉଥିବା ଦୀକ୍ଷାନ୍ତ ଭାଷଣକୁ ଉପସ୍ଥିତ ଲୋକମାନେ ରେଡିଓ ମାଧ୍ୟମରେ ଶୁଣିଥିଲେ। ଏହି ମନକିବାତ କାର୍ଯ୍ୟକ୍ରମ ବେଶ ଜନାଦୃତ ହୋଇ ପାରିଛି ବୋଲି ଉପସ୍ଥିତ ଲୋକମାନେ କହିଥିଲେ।

Leave a Reply

Your email address will not be published. Required fields are marked *