ତମାଖୁର ଚକ୍ରବ୍ୟୁହରେ ଯୁବପିଢୀ, ସଚେତନତା ଜରୁରୀ

ରାଉରକେଲା ୭ ଜୁନ୍ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ତମାଖୁ ସେବନର ଭୟାବହତା ସମ୍ବନ୍ଧରେ ସଚେତନତା ବାର୍ତ୍ତା ମଧ୍ୟ ପ୍ରେରଣ କରାଯାଇ ଲୋକଙ୍କୁ ସଚେତନ କରାଯାଉଛି ମାତ୍ର, ତମାଖୁର ବ୍ୟବହାର ଦିନକୁ ଦିନ ବଢିବାରେ ଲାଗିଛି। ତମାଖୁର ଚକ୍ରବ୍ୟୁହରେ ପଡ଼ି ଯାଇଛନ୍ତି ଯୁବପିଢୀ। ଏଥିପାଇଁ ସତେଚତନତା ଜରୁରୀ ବୋଲି ମତପ୍ରକାଶ ପାଇଛି। ଦକ୍ଷିଣ ରାଉରକେଲା ଅନ୍ତର୍ଗତ ସାରନଗରୀ ଅଂଚଳରେ ତମାଖୁ ବର୍ଜନ ଦିବସ ପାଳନ ପ୍ରହସନରେ ପରିଣତ ହେଲାଭଳି ସ୍ପଷ୍ଟ ବାରି ହୋଇ ପଡୁଛି। ୨୦୧୨ ମସିହା ଜାନୁଆରୀ ୧ ତାରିଖରୁ ରାଜ୍ୟରେ ଗୁଟଖା ବନ୍ଦ କରାଯିବ ବୋଲି ନିୟମକୁ ୫ ବର୍ଷ ପୁରି ସାରିଥିଲେ ସୁଦ୍ଧା, ଏହି ନିୟମ କେବଳ କାଗଜ କଲମରେ ଚାଲୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ଅଂଚଳରେ ଖୁଲୁମଖୁଲା ଚାଲିଛି ଗୁଟଖା ବିକ୍ରୀ। ଏହି ଗୁଟଖା ଖାଇ କ୍ୟାନସର ଶୀକାର ହେଉଛନ୍ତି ଯୁବପିଢୀ ତଥା ବୟସ୍କ ବ୍ୟକ୍ତି। ନାବାଳକ ମାନେ ମଧ୍ୟ ଗୁଟଖାର ଚକ୍ରବ୍ୟୁହରୁ ନିଜକୁ ବଂଚାଇ ରଖି ପାରି ନାହାନ୍ତି। ଉକ୍ତ ଅଂଚଳର ମଡର୍ଣ୍ଣ ଇଣ୍ଡିଆ, ଆଇଡିଏଲ, ଜଲଦା, ରଙ୍ଗିଲା ଛକ, ଲକ୍ଷ୍ମୀ ମାର୍କେଟ, ବାଲିଯୋଡି, ଆନନ୍ଦ ବଜାର ଠାରେ ଥିବା ବିଭିନ୍ନ ପାନ ଓ ରାଶନ ଦୋକାନରେ ଗୁଟଖା ବିକ୍ରି ଜୋର ଧରିଛି। ଯାହାକୁ ବନ୍ଦ କରିବା ପାଇଁ ଅଂଚଳର ବୁଦ୍ଧିଜୀବି ସମେତ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ବହୁବାର ଦାବି କରାଯାଇଥିଲେ ସୁଦ୍ଧା, ଏପର୍ଯ୍ୟନ୍ତ ଏନେଇ ପ୍ରଶାସନ ପକ୍ଷରୁ କୌଣସି ଦୃଢ ପଦକ୍ଷେପ ଗ୍ରହଣ କରାଯାଉ ନଥିିବାରୁ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି। ଏଠାରେ ପ୍ରକାଶ ଥାଉକି, ଗତ ଜାନୁଆରୀ ୨୦୧୨ ମସିହା ୧ ତାରିଖରେ ରାଜ୍ୟ ସରକାର ରାଜ୍ୟରେ ଗୁଟଖା ବିକ୍ରୀ ଉପରେ କଟକଣା ଲଗାଯାଇଥିଲା। ଯଦି କିଏ ଏହାକୁ ବିକ୍ରୀ କରିବ ତେବେ ତାହାକୁ ୭ ବର୍ଷ ଜେଲ ଦଣ୍ଡାଦେଶ ଏବଂ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ଦଣ୍ଡାଦେଶରେ ଦଣ୍ଡିତ କରାଯିବ ବୋଲି ଘୋଷଣା କରାଯାଇଥିଲା। ଗୁଟୁଖା ଉପରେ ରୋକ ଲଗାଇବା ପାଇଁ ଏକ ଜିଲ୍ଲା ସ୍ତରୀୟ କମିଟି ଗଠନ କରାଯାଇ ଏହି କମିଟିରେ ଡ୍ରଗ୍ସ ଇନ୍ସପେକ୍ଟର, ସିଡିଏମଓ ଏବଂ ସ୍ୱାସ୍ଥ୍ୟ ବିଭାଗର ପଦାଧିକାରୀ ରହିଥିଲେ। ସେହି ସମୟରେ ଗଣମାଧ୍ୟମରେ ଏହି ଖବର ପ୍ରଚାରିତ ହେବାପରେ ଗୁଟୁଖା ବିକ୍ରୀ କରୁଥିବା ପାଇକାରୀ ଓ ଖୁଚୁରା ବେପାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। କିଛି ଦିନ ଗୁଟୁଖା ବିକ୍ରୀ କରୁଥିବା ବେପାରୀଙ୍କ ଉପରେ ପ୍ରଶାସନ ପକ୍ଷରୁ ଚଢଉ କରାଯାଇଥିଲେ ସୁଦ୍ଧା ବର୍ତମାନ ସ୍ଥିତିରେ କୌଣସି ସୁଧାର ଆସି ନଥିବା ଦେଖିବାକୁ ମିଳିଛି। ଗୁଟୁଖା ନିଷେଦ୍ଧ ଆଇନକୁ ଖୋଲାଖୋଲି ଉଲ୍ଲଘଂନ କରି ପୁଣିଥରେ ଗୁଟୁଖା ବିକ୍ରୀ ଜୋର ଧରିଥିବା ଦେଖିବାକୁ ମିଳିଛି। ବିଭିନ୍ନ ଗୁଟୁଖା କମ୍ପାନୀ ପକ୍ଷରୁ ଗୁଟୁଖା ପ୍ୟାକେଟକୁ ଅଲଗା କରି ତା ସହିତ ନିକୋଟିନଯୁକ୍ତ ପ୍ୟାକେଟକୁ ଅଲଗା କରି ବିକ୍ରୀ କରୁଛନ୍ତି। ତମାଖୁ ସେବନ ଦ୍ୱାରା ବିଭିନ୍ନ ପ୍ରକାର କ୍ୟାନସର, ହୃଦଘାତ ଆଦି ହେଉଥିବା ଦେଖିବାକୁ ମିଳୁଛି। ସାଧାରଣତଃ ଖାଦ୍ୟନଳୀ କର୍କଟ ରୋଗ ହୋଇ ଅକାଳରେ ପ୍ରାଣ ଯାଉଛି। ଗତ ବର୍ଷ ମାତ୍ରଧିକ ଗୁଟୁଖା ସେବନ କରି ଜଲଦା ଅଂଚଳର ଜଣେ ୧୩ ବର୍ଷର ନାବାଳକ ଭୟାବହ କ୍ୟାନସରରେ ପୀଡିତ ହୋଇଥିଲେ। ଏହାପରେ କେତେକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉକ୍ତ ନାବାଳକୁ ଚିକିତ୍ସା ପାଇଁ ହାତ ବଢାଇଥିଲେ। ଏପରିକି ଅଂଚଳରେ ଥିବା ସ୍କୁଲ ପରିସର ଠାରୁ ୨୦୦/୩୦୦ ମିଟର ଦୂରରେ ଗୁଟଖା ବିକ୍ରୀ ଜୋର ଧରିଛି। ରାଜ୍ୟ ସରକାରଙ୍କ ପକ୍ଷରୁ କ୍ୟାନସର ପିଡିତ ବ୍ୟକ୍ତି ମାନଙ୍କୁ ମାଗଣାରେ କେମୋ ଚିକିତ୍ସା ଯୋଗାଇ ଦିଆଯାଉଥିଲେ ସୁଦ୍ଧା ଗୁଟୁଖା ବିକ୍ରୀ କରୁଥିବା ବେପାରୀ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବା ନେଇ ବୁଦ୍ଧିଜିବୀ ମହଲରେ ବିସ୍ମୟ ସୃଷ୍ଟି କରିଛି। ଏଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସାଧାରଣରେ ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *