ଜିଲ୍ଲା ପରିକ୍ରମା

ତନିମାସର ଦରମା ମିଳିବା ଓ ଚାକିରି ସ୍ଥାୟୀ ଦାବିନେଇ ଟେଲିଫୋନ ବିଭାଗ ଅସ୍ଥାୟୀ କର୍ମଚାରୀଙ୍କ ଧାରଣା, ଜିଲ୍ଲାରେ ଟେଲିଫୋନ ସେବା ଠପ୍

ମାଲକାନଗିରି, ୨୪ା୭(ଓଡିଆ ପୁଅ) ତିନିମାସହେଲା ଦରମା ନ ମିଳାବ ପ୍ରତିବାଦ ଓ ଚାକିରିରେ ସ୍ଥୟୀନିଯୁକ୍ତି କରିବା, ନିୟମିତ ଭାବେ ଦରାମ ଦେବା ଦାବିପୁରଣ ନେଇ ଅବିଭକ୍ତ କୋରାପୁଟ ଜିଲ୍ଲା ବିଏସଏନଏଲ ଅସ୍ଥାୟୀକର୍ମଚାରି ସଂଘ ଡାକରା କ୍ରମେ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ୨୫ ଜଣ ଅସ୍ଥାୟୀ କର୍ମଚାରୀମାନେ ସ୍ଥାନୀୟ ବିଏସଏନଏଲ ମୁଖ୍ୟକାର୍ଯ୍ୟାଳୟ ସମ୍ମୁଖରେ ଗତ ୬ତାରିଖ ଠାରୁ ଧାରଣାରେ ବସିଛନ୍ତି। ଫଳରେ ଜିଲ୍ଲାରେ ଥିବା ମାଲକାନଗିରି, କାଲିମେଳା, ପଡିଆ, କୋରକୁଣ୍ଡା, ଚିତ୍ରକୋଣ୍ଡା, ଖଇରପୁଟ, ମାଥିଲି ସାତଟି ବ୍ଲକ ଓ ଜିଲ୍ଲାସଦର ମହକୁମା ଠରେ ଏକ ପ୍ରକାର ଲ୍ୟାଣ୍ଡଲାଇନ ଟେଲିଫୋନ ସେବା ଠପ୍ ହୋଇ ଯାଇଛି। ଜିଲ୍ଲାସଂଘ ର ସ୍ମୁତିରଜଂନ ସେଠୀ, ବିଲନଖଣ୍ଡପାଣି, ରମେନ ସିଲ, ଇନ୍ଦ୍ରଜିତ ଦାସ, ଶ୍ରୀକାନ୍ତ ସବର ପ୍ରମୁଖ ଟେଲିଫୋନ କର୍ମଚାରି ମାନେ ଦୀର୍ଘ ୨୦ ଦିନ ଧରି ଏହି ଧାରଣାରେ ବସିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top