ad
ଅନୁଗୁଳ

ତନଭି ସଙ୍ଗମ ପକ୍ଷରୁ ସେବାଶ୍ରମରେ ୱାଟର କୁଲର, ବହି ଏବଂ ବାସନକୁସନ ପ୍ରଦାନ

ତାଳଚେର, ୨୩/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଯୋଜନାରେ ଏନ୍.ଟି.ପି.ସି ତାଳଚେର କଣିହାଁର ମହିଳା କଲ୍ୟାଣ ଶାଖା ତନଭି ସଙ୍ଗମ ତରଫରୁ ଗତ ୨୨ତାରିଖରେ କଣିହାଁ ବ୍ଲକ ଗହମସ୍ଥିତ ଶିବାନନ୍ଦ ସେବାଶ୍ରମରେ ଥଣ୍ଡା ପାନୀୟଜଳ ତଥା ବିଶୋଧନକାରୀ ଯନ୍ତ୍ର, ପୁସ୍ତକ ଓ ବାସନକୁସନ ପ୍ରଦାନ କରାଯାଇଛି। ଏନ୍.ଟି.ପି.ସି କଣିହାଁର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାମ କୁବେର ଏବଂ ତନଭି ସଙ୍ଗମର ଅଧ୍ୟକ୍ଷା ଦିପ୍ତୀ କୁବେର ଯୋଗ ଦେଇ ଜରାଶ୍ରମବାସୀଙ୍କୁ ସମସ୍ତ ଜିନିଷ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରକଳ୍ପର ଡିଜିଏମ୍ (ଏଚ ଆର)ପି.କେ.ସାହୁ, ସିନିୟର ମ୍ୟାନେଜର (ଏଚ ଆର) ଏ.କେ.ଦାସ, ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ, ତନଭି ସଙ୍ଗମର କାର୍ଯକର୍ତା ଏବଂ ଜରା ନିବାସର ଅନ୍ତେବାସୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପ୍ରକାଶ ଥାଉକି, ନିକଟରେ ତନଭି ସଙ୍ଗମ ତରଫରୁ ଏନ୍.ଟି.ପି.ସି କଣିହାଁ ଡେଲି ମାର୍କେଟଠାରେ ଦୋକାନୀ ଏବଂ ଜନସାଧାରଣଙ୍କ ସୁବିଧା ପାଇଁ ଏକ ୱାଟର କୁଲର ଯନ୍ତ୍ର ସ୍ଥାପନ କରାଯାଇଥିଲା।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top