ତନଭି ସଙ୍ଗମ ପକ୍ଷରୁ ଡିଏଭି ସ୍କୁଲରେ ୱାଟର ଫିଲଟର ସ୍ଥାପନ

ତାଳଚେର, ୨୧/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏନ୍.ଟି.ପି.ସି ତାଳଚେର କଣିହାଁର ମହିଳା କ୍ଲବ ତନଭି ସଙ୍ଗମ ପକ୍ଷରୁ ସିଏସଆର ଯୋଜନାରେ ଗତ ୨୦ ତାରିଖରେ ଟାଉନସିପ୍ ସ୍ଥିତ ଡିଏଭି ସ୍କୁଲକୁ ୨ଟି ୱାଟର ଫିଲଟର ତଥା କୁଲର ପ୍ରଦାନ କରାଯାଇଛି। ତନଭି ସଙ୍ଗମର ଅଧ୍ୟକ୍ଷା ଦିପ୍ତି କୁବେର ସ୍କେୁଲରେ ଏହି ୱାଟର ଫିଲଟର ସ୍ଥାପନା କାର୍ଯ୍ୟକ୍ରମରେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ପ୍ରକଳ୍ପର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ରାମ କୁବେର, ଡିଜିଏମ୍ (ଏଚ ଆର) ପି.କେ. ସାହୁ ଏବଂ ତନଭି ସଙ୍ଗମର ଅନ୍ୟାନ୍ୟ ସଦସ୍ୟା ଉପସ୍ଥିତ ଥିଲେ। ଏହି ଅବସରରେ ଡିଏଭି ସ୍କୁଲର ଅଧ୍ୟକ୍ଷ ଏଲ୍.କେ.ଦେବତା, ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବା ମହିଳା କ୍ଲବର ଉଦ୍ଦେଶ୍ୟ। ସୂଚନାଯୋଗ୍ୟ ନିକଟରେ ଗ୍ରୀଷ୍ମ ଋତୁ ଅବସରରେ ସ୍ଥାନୀୟ ବସ୍ ରହଣୀସ୍ଥଳ ଏବଂ ସାପ୍ତାହିକ ବଜାରଠାରେ ତନଭି ସଙ୍ଗମ ପକ୍ଷରୁ ଥଣ୍ଡା ପାନୀୟଜଳ ପ୍ରକଳ୍ପ ସ୍ଥାପନ କରାଯାଇଥିଲା। ପ୍ରବଳ ଖରାରେ ଲୋକେ ଥଣ୍ଡା ତଥା ବିଷୁଦ୍ଧ ପାନୀୟ ଜଳ ସହଜରେ ପ୍ରାପ୍ତ କରି ଖୁସିପ୍ରକଟ କରିଥିଲେ।

Leave a Reply

Your email address will not be published. Required fields are marked *