ଓଡ଼ିଶା

ତଦନ୍ତ କମିଶନ ନିକଟରେ ସାକ୍ଷ ଦେଲେ କୁନ୍ଦୁଲି ପୀଡିତାଙ୍କ ପରିବାର ଓ ସମ୍ପର୍କୀୟ

କୋରାପୁଟ ;ତା୨୯-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କୁନ୍ଦୁଲି ଗଣ ଦୁଷ୍କର୍ମ ଓ ପୀତିଡା ଆତ୍ମହତ୍ୟା ଘଟଣାର ବିଚାର ବିଭାଗୀୟ ତଦନ୍ତ କମିଶନ ତଥା କୋରାପୁଟ ଜିଲା ଦୌରା ଜଜ୍ ବିଦ୍ୟୁତ କୁମାର ମିଶ୍ର ରବିବାର ପୀଡିତାର ସମ୍ପର୍କୀୟ ମାନଙ୍କ ସାକ୍ଷ ଗ୍ରହଣ କରିଛନ୍ତି। ରବିବାର ପୂର୍ବାହ୍ନ୍ନରେ କମିଶନ ଅଧ୍ୟକ୍ଷ ଜଷ୍ଟିସ ମିଶ୍ରଙ୍କ ସହ କମିଶନର ରେଜିଷ୍ଟ୍ରାର ଏଚ୍, କେ, ବିଶ୍ୱାଳ ସରକାରୀ ଓକିଲ ପ୍ରଭାକର ପଟ୍ଟନାୟକ ସେମିଲିଗୁଡା ବ୍ଲକ କାର୍ଯ୍ୟାଳୟରେ ପହଂଚି ମୃତ ପୀଡିତାର ୬ଜଣ ସମ୍ପର୍କୀୟଙ୍କ ସାକ୍ଷ ନେଇଛନ୍ତି। କମିଶନ ନିକଟରେ ଆଜି ମୃତ ପୀଡିତାଙ୍କ ମା, ମାମୁଁ, ଖୁଡି, ଦାଦା, ବଡଭାଇ ଏବଂ ବଡବାପା ସାକ୍ଷ ପ୍ରଦାନ କରିଛନ୍ତି। ପୂର୍ବାହ୍ନ ୧୧ଟାରୁ ସଂନ୍ଧ୍ୟା ୭ଯାଏ କମିଶନ ପରିବାର ଲୋକଙ୍କୁ ଜେରା କରିଥିଲେ। ଏହା ମଧ୍ୟରେ କମିଶନ ୬ଟି ପର୍ଯ୍ୟାୟରେ ଘଟଣା ସହ ଜଡିତ ପୋଲିସ ଅଧିକାରୀ, ଡାକ୍ତର, କ୍ରାଇମବ୍ରାଂଚ ଅଧିକାରୀ, ଜିଲା ପୋଲିସର ଏଚଆରପିସି ବିଭାଗର ୧୪ଜଣ ଅଧିକାରୀଙ୍କ ସାକ୍ଷ ଜୟପୁର ଜିଲା କୋର୍ଟ ପରିସରରେ ନେଇ ସାରିଛନ୍ତି। ଆଜି କମିଶନଙ୍କ ସପ୍ତମ ପର୍ଯ୍ୟାୟ ସାକ୍ଷ ଗ୍ରହଣ ହୋଇଥିଲେ ମଧ୍ୟ ପୀଡିତା ପରିବାରର ୬ଜଣ ସଦସ୍ୟ ପ୍ରଥମ ପର୍ଯ୍ୟାୟ ସାକ୍ଷ ଦେଇଛନ୍ତି ବୋଲି ସରକାରୀ ଓକିଲ ପ୍ରବାକର ପଟ୍ଟନାୟକ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ଆଉ କୌଣସି ସମ୍ପର୍କୀୟ କିମ୍ବା କାହାର ସାକ୍ଷ ପୁନର୍ବାର ଗ୍ରହଣ କରା ଯିବକି ବୋଲି ପଚାରିବାରୁ ତାହା କମିଶନଙ୍କ ଉପରେ ନିର୍ଭର କରେ ବୋଲି ସରକାରୀ ଓକିଲ କହିଛନ୍ତି। ଅନ୍ୟ ପକ୍ଷରେ ରାଜନୈତିକ ନେତା ମାନଙ୍କୁ ସାକ୍ଷ ପ୍ରଦାନ ପାଇଁ ନୋଟିସ କରାଯିବକି ବୋଲି ପ୍ରଶ୍ନର ଉତରରେ ସରକାରୀ ଓକିଲ ଶ୍ରୀ ପଟ୍ଟନାୟକ କହିଥିଲେ ଘଟଣା ସମ୍ପର୍କରେ ସାକ୍ଷ ଦେବାକୁ ସର୍ବ ସାଧାରଣଙ୍କୁ ବିଜ୍ଞାପନ ମାଧ୍ୟମରେ ଆହ୍ୱାନ କରା ଯାଇଥିଲା, ତେଣୁ ନିର୍ଦ୍ଧିଷ୍ଟ ଭାବେ କାହାକୁ ନୋଟିସ କରାଯିବା ଆବଶ୍ୟକ ନାହିଁ ବୋଲି ସୂଚନା ଦେଇଥିଲେ। ସୂଚନା ଥାଉକି ପଟ୍ଟାଙ୍ଗି ଥାନା ମୂଷାଗୁଡା ଗ୍ରାମର ଜଣେ ନାବାଳିକା ଦଳିତ ଛାତ୍ରୀ ୨୦୧୭ ଅକ୍ଟୋବର ୧୦ ତାରିଖ ପୂର୍ବାନ୍ନରେ କୁନ୍ଦୁଲି ହାଟପଦାରୁ ଫୋଟ ଉଠାଇ ଗାଁକୁ ଫେରୁଥିବା ସମୟରେ ଯବାନ ପୋଷାକରେ ଥିବା ୪ଜଣ ବ୍ୟକ୍ତି ତାଙ୍କୁ ଗଣଦଷ୍କର୍ମ କରିଥିବା ଅଭିଯୋଗ କରିଥିଲେ। ପୀଡିତାକୁ ପ୍ରଥମେ କୁନ୍ଦୁଲି ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରାଇବା ପରେ କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତି କରିଥିଲେ। ୨୭ ତାରିଖରେ ଡିସଚାର୍ଜ ହୋଇଥିଲେ। ସେହିଦିନ ପୁଲିସ ତାଙ୍କୁ କୋରାପୁଟ କୋର୍ଟରେ ହାଜର କରି ୧୬୪ ବୟାନ ରେକର୍ଡ କରାଇ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲା। ପରବର୍ତି ସମୟରେ ନଭେମ୍ବର ୧୭ ତାରିଖରେ ପୀଡିତାଙ୍କୁ ଶିଶୁ ଭବନରୁ କୋଟପାଡର ଏକ ଛାତ୍ରୀ ଛାତ୍ରୀ ନିବାସକୁ ପଠା ଯାଇଥିଲା। ତେବେ ୧୮ ତାରିଖ ସକାଳେ ପୀଡିତାଙ୍କ ବାନ୍ତିରେ ରକ୍ତ ପଡିବାରୁ ପୁଣି ଥରେ ତାଙ୍କୁ କୋରାପୁଟ ଅଣାଯାଇ ପରୀକ୍ଷା ନିରୀକ୍ଷା କରା ଯାଇ ବିଶେଷଜ୍ଞ କମିଟିର ପରାମର୍ଶ କ୍ରମେ ୧୮ ତାରିଖ ରାତିରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରା ଯାଇଥିଲା। କଟକ ବଡ ଡାକ୍ତରଖାନାରେ ଚିକିତ୍ସା ହେବା ବେଳେ ମଧ୍ୟ ବିଭିନ୍ନ କାରଣକୁ ନେଇ ବିବାଦ ଉପଜିଥିଲା। ପୀଡିତା ମାନସିକ ରୋଗରେ ପୀଡିତ ଥିବା ଦର୍ଶାଇ ହସ୍ପିଟାଲ କର୍ତୂପକ୍ଷ ମାନସିକ ରୋଗୀ ଭାବେ ଚିକିତ୍ସା କରିବା ଘଟଣାକୁ ପରିବାର ପକ୍ଷରୁ ପ୍ରତିବାଦ କରା ଯାଇଥିଲା। ନଭେମ୍ବର ୨୮ତାରିଖ ସକାଳେ ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଯିବା ପରେ ପୀଡିତା ଏବଂ ପରିବାର ଲୋକଙ୍କ ଇଛା ପ୍ରକାରେ ସେ ନିଜ ଗାଁରେ ରହିବାକୁ ଚାହିଁବାରୁ ପୀଡିତାଙ୍କୁ ଭାଇ ଓ ମାଙ୍କ ହାତରେ ସମର୍ପଣ କରିଥିଲେ। ୨୦୧୮ ଜାନୁଆରୀ ୨୨ ଅପାରହ୍ନ୍ନରେ ସେ ଆତ୍ମହତ୍ୟା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top