ତଥ୍ୟ ଲୁଚାଇବା ଅଭିଯୋଗରେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ମକଦ୍ଦମା

କେନ୍ଦ୍ରାପଡା ୧୬/୩(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – ଜନପ୍ରତିନିଧି ଆଇନ ୧୨୫(ଏ) ଧାରାରେ ତଥ୍ୟ ଲୁଚାଇବା ଅଭିଯୋଗରେ କେନ୍ଦ୍ରାପଡା ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ କେନ୍ଦ୍ରାପଡା ଉପଖଣ୍ଡ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ (ଏସ.ଡି.ଜେ.ଏମ)ଙ୍କ କୋର୍ଟରେ ଏକ ୧ସିସି ମକଦ୍ଦମା (କମ୍ପ୍ଲେନ କେସ)ରୁଜୁ ହୋଇଥିବା ଜଣାପଡିଛି । ଦରଖାସ୍ତକାରୀ ଗୋପାଳ ଚନ୍ଦ୍ର ଲେଙ୍କା ତାଙ୍କ ଓକିଲ ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଟ ଆଇନଜିବୀ ଅକ୍ଷୟ କୁମାର ନାୟକଙ୍କ ଦ୍ୱାରା ଏହି ମକଦ୍ଦମା ଏସ.ଡି.ଜେ.ଏମ.ଙ୍କ କୋର୍ଟରେ ଦାଖଲ କରିଥିବା ଜନାପଡଟିଛି । ଘଟଣାରୁ ପ୍ରକାଶ ଯେ ଗତ ତା୧୭.୪.୨୦୧୪ରିଖରେ ଯେଉଁ ଲୋକସଭା ନିର୍ବାଚନ ହୋଇଥିଲା ସେଥିରେ ସାଂସଦ ବୈଜୟନ୍ତ ପଣ୍ଡା ଜଣେ ଲୋକସଭା ପ୍ରାର୍ଥୀ ଥିଲେ । ଫର୍ମ ନମ୍ବର – ୨୬ର କଲମ -୯ରେ ଶ୍ରୀ ପଣ୍ଡା ଦାଖଲ କରିଥିବା ସତ୍ୟପାଠରେ ତାଙ୍କର ବୃତ୍ତି (ପ୍ରଫେସନ ଓ ଅକୁପେସନ) ଜଣେ ଲୋକସଭାର ସଦସ୍ୟ ବୋଲି ସେ ଉଲ୍ଲେଖ କରିଥିଲେ । ଗତ ତା୨୧୮.୧.୨୦୧୮ରିଖରେ ଦରଖାସ୍ତକାରୀଙ୍କ ଦୃଷ୍ଟି ଗୋଚର ହେଲା ଯେ ଶ୍ରୀ ପଣ୍ଡା ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି ସେଥିରେ ସେ ତଥ୍ୟ ଲୁଚାଇଛନ୍ତି । ଶ୍ରୀ ପଣ୍ଡା ସତ୍ୟପାଠ ସମୟରେ ଇମ୍ଫା କମ୍ପାନୀରେ ଚାକିରୀ କରୁଥିଲେ ଓ ଦରମା ଆକାରରେ କୋଟି କୋଟି ଟଙ୍କା ଇମ୍ଫା କମ୍ପାନୀରୁ ନେଇଥିଲେ । କିନ୍ତୁ ଏହି କଥା ସେ ସତ୍ୟପାଠରେ ଉଲ୍ଲେଖ କରିନାହାଁନ୍ତି । ତେଣୁ ସେ ଫର୍ମ ନମ୍ବର -୨୬ରେ ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି । ଦରଖାସ୍ତକାରୀ ଓକିଲଙ୍କ ସହ ପରାମର୍ଶ କରି ଇମ୍ଫା କମ୍ପାନୀର ୱେବ ସାଇଟରୁ ଏସମ୍ପର୍କିୟ ଡକୁ୍ୟମେଣ୍ଟ ଡାଉନଲୋଡ କରିବା ସହ କେନ୍ଦ୍ରାପଡା ଲୋକସଭା ନିର୍ବାଚନ ଅଧିକାରୀଙ୍କ ଠାରୁ ଶ୍ରୀ ପଣ୍ଡା ଲୋକସଭା ପ୍ରାର୍ଥô ଭାବେ ମନୋନୟନପତ୍ର ସହିତ ଦାଖଲ କରିଥିବା ଆଫିଡେଭିଟର ସହିମୋହର ନକଲ ପ୍ରାପ୍ତ ହେବା ପରେ ଜାଣିବାକୁ ପାଇଲେ ଯେ ସାଂସଦ ଶ୍ରୀ ପଣ୍ଡା ତଥ୍ୟ ଲୁଚାଇଛନ୍ତି । ଏହା ଜନପ୍ରତିନିଧି ଆଇନ – ୧୨୫(ଏ)ଅନ୍ତର୍ଗତ ଏକ ଫୈାଜଦାରୀ ଦଣ୍ଡଯୁକ୍ତ ଅପରାଧ ହୋଇଥିବାରୁ ଏବଂ ଶ୍ରୀ ପଣ୍ଡା ସଂସଦୀୟ ନିର୍ବାଚନ ମଣ୍ଡଳିର ଭୋଟରମାନଙ୍କୁ ଭୋଟଦାନ ପୂର୍ବରୁ ତାଙ୍କ ବିଷୟରେ ତଥ୍ୟ ଜାଣିବାର ଅଧିକାରରୁ ବଞ୍ଚିତ କରିଛନ୍ତି । ଯଦ୍ୱାରା ଭୋଟର ମାନଙ୍କ ପ୍ରି ଏକ୍ସସରସାଇଜ ଅଫ ଭୋଟିଂକୁ ବ୍ୟାଘାତ କରିଛି । ଯେହେତୁ ସେ ଏକା ସମୟରେ ଲୋକସଭାର ସଦସ୍ୟ ଓ ଇମ୍ଫା ଗ୍ରୁପର ଉପାଧ୍ୟକ୍ଷ (ଭାଇସ ଚେୟାରମ୍ୟାନ)ରହିଛନ୍ତି ତେଣୁ ଏହା ଦ୍ୱାରା ଏକ ସମୟରେ ଦୁଇଟି ଲାଭଦାୟକ ସଂସ୍ଥାରେ ରହିବା ଆଇନତଃ ଅପରାଧ ଏବଂ ଏଥିରେ କନଫ୍ଲିଟ ଅଫ ଇଂଟରେଷ୍ଟ ରହୁଛି । ଯାହାଦ୍ୱାରା ଜନପ୍ରତିନିଧିଙ୍କ ସ୍ୱତନ୍ତ୍ରତା ଓ ସମ୍ମାନ ବାଧାପ୍ରାପ୍ତ ହୋଇଥିବା ଦରଖାସ୍ତକାରୀ ଅଭିଯୋଗ କରିଛନ୍ତି । ଯେହେତୁ ସାଂସଦ ଶ୍ରୀ ପଣ୍ଡା ଜାଣିଶୁଣି ଏହି ତଥ୍ୟ ଲୁଚାଇଛନ୍ତି ଏହାଦ୍ୱାରା କେନ୍ଦ୍ରାପଡା ଜନସାଧାରଣ ଓ ଲୋକସଭାର ଭୋଟର ମାନଙ୍କୁ ଠକିଛନ୍ତି ।ଯେହେତୁ ସେ ତଥ୍ୟ ଲୁଚାଇଛନ୍ତି ଓ ଠକିଛନ୍ତି ତେଣୁ ସେ ସିଧାସଳଖ ଆଇନ ଉଲ୍ଲଙ୍ଘନ କରିଥିବାରୁ ସେ ଦଣ୍ଡ ପାଇବା ଉଚିତ ବୋଲି ଦରଖାସ୍ତକାରୀ ତାଙ୍କ ଦରଖାସ୍ତରେ ଉଲ୍ଲେଖକରି ମାନ୍ୟବର କେନ୍ଦ୍ରାପଡା ଏସ.ଡି.ଜେ.ଏମ.ଙ୍କ କୋର୍ଟରେ ଏକ ୧ସି ସି (କମ୍ପ୍ଲେନ କେସ)ମାମଲା ଦାଏରକରି ଅଦାଲତଙ୍କୁ ଅନୁରୋଧ କରିଛନ୍ତି । ଆଜି ମାନ୍ୟବର ଏସ.ଡି.ଜେ.ଏମ. ଦରଖାସ୍ତକାରି ଓ ତାଙ୍କ ଓକିଲଙ୍କ ଠାରୁ ସମସ୍ତ କଥା ଶୁଣିବା ପରେ ଆସନ୍ତା ସୋମବାର ଦିନ ଏସମ୍ପର୍କରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦେଶ ଦେଇଥିବା ଦରଖାସ୍ତକାରୀଙ୍କ ଓକିଲ ଶ୍ରୀ ନାୟକ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *