ad
ଜିଲ୍ଲା ପରିକ୍ରମା

ତତଲାଗଡରେ ଶୀତଳଷଷ୍ଠି ନିମନ୍ତେ ଦେବ ନିମନ୍ତ୍ରଣ ଆଡମ୍ବର ସହକାରେ ପାଳିତ

ଟିଟିଲାଗଡ଼ ୧୮-୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ପଶ୍ଚିମ ଓଡିଶାର ଗଣ ପର୍ବ ପ୍ରସିଦ୍ଧ ଶୀତଳ ଷଷ୍ଠିରେ ପ୍ରଭୁ ଶିବ ଓ ମାତା ପାର୍ବତୀଙ୍କ ବିବାହ ପାଇଁ ଆଜି ଟିଟିଲାଗଡର ଐତିହାସିକ ଧବଳେଶ୍ୱର ମନ୍ଦିରକୁ ବିରାଟ ଶୋଭାଯାତ୍ରାରେ ଘଣ୍ଟବାଦ୍ୟ ସହ ନଗର ପରିକ୍ରମା କରି ଶ୍ରଦ୍ଧାଳୁ ପହଁଞ୍ଚି, ଦେବ ନିମନ୍ତ୍ରଣ କରାଯାଇଛି। ସ୍ଥାନୀୟ ହାଟପଦା ପଡାଠାରୁ ନଗର ପରିକ୍ରମା କରି କନ୍ୟା ପିତା ଓ ମାତାଙ୍କ ଶହ ଶହ ଶ୍ରଦ୍ଧାଳୁ ବାବା ଧବଳେଶ୍ୱର ପିଠରେ ପହଁଞ୍ଚିଥିବା ବେଳେ ସିର୍ଭଟlପଡା ଠାରୁ ବର ପିତା ଓ ମାତାଙ୍କ ସହ ସମସ୍ତ ଶ୍ରଦ୍ଧାଳୁ ଉକ୍ତ ପିଠାରେ ପହଁଚି ଥିଲେ। ଯଥାରୀତି ପୂଜା ବିଧି କ୍ରମେ ମାତା ପାର୍ବତୀଙ୍କୁ ଆଣି ସ୍ଥାନୀୟ ହାଟପଦା ବିବାହ ମଣ୍ଡପରେ ଅଧିଷ୍ଠିତ କରାଯାଇଥିବା ବେଳେ ପ୍ରଭୁ ଶିବଙ୍କୁ ସିର୍ଭଟl ପଡାକୁ ନିଆ ଯାଇଛି। ବର ଯାତ୍ରୀ ସହ ଆସି ବିବାହ ଉତ୍ସବ ଅନୁଷ୍ଠିତ ହେବ। ପ୍ରଚଣ୍ଡ ରୌଦ୍ର ତାପରୁ ଜଗତକୁ ଉଦ୍ଧାର ସହ ଶୀତଳତା ପ୍ରଦାନ କରିବା ନିମନ୍ତେ ଏହି ଶିବ ବିବାହ ଉତ୍ସବର ଆୟୋଜନ କରାଯାଉଥିବା ବେଳେ ଟିଟିଲାଗଡ ତତଲାଗଡ଼ ଭାବେ ପରିଚିତ ଥିବା ବେଳେ ଏଠାରେ ଏହି ଯାତ୍ରାର ସ୍ୱତନ୍ତ୍ରତା ରହିଛି ଓ ପଶ୍ଚିମ ଓଡିଶାର କେନ୍ଦ୍ର ବିନ୍ଦୁରୂପେ ଆକର୍ଷଣୀୟ ହୋଇ ପାରିଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top