ଢେଙ୍କିକୋଟ ରେ ଅସ୍ଥିକଳସ ଶୋଭାଯାତ୍ରା କୁ ଭବ୍ୟସ୍ୱାଗତ

ଢେଙ୍କିକୋଟ, ତା୨୫/୦୭(ଓଡ଼ିଆ ପୁଅ /ବିରେନ୍ଦ୍ର କୁମାର) ଭୁବନେଶ୍ୱର ଦଳୀୟ କାର୍ୟ୍ୟାଳୟରୁ ଏକ ସୁସଜ୍ଜିତ ଗାଡି ମାଧ୍ୟମରେ ବାହାରିଥିବା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ବର୍ଗୀୟ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥିକଳସ ଶୋଭାଯାତ୍ରା କେନ୍ଦୁଝର ଜିଲ୍ଲା ସୀମାନ୍ତ ରାମଚନ୍ଦ୍ରପୁର ଠାରୁ ଶୋଭାଯାତ୍ରାରେ ବାହାରି ହରିନାମ, ସଂକୀର୍ତନ ମାଧ୍ୟମରେ ସ୍ୱର୍ଗତଃ ଅଟଳଜୀଙ୍କୁ ଭକ୍ତିପୂତ ଶଦ୍ଧାଞ୍ଜଳି ସହ ଏକ ବିଶାଳ ଶୋଭାଯାତ୍ରା କେନ୍ଦୁଝର ଜିଲ୍ଲା ପରିକ୍ରମା ଅଭିମୁଖେ ବାହାରିଥିବା ଅସ୍ଥିକଳସ ଯାତ୍ରା ଅପରାହ୍ନ ୨ଟା ୩୦ମିନିଟ ସମୟରେ ଢେଙ୍କିକୋଟ ପହଞ୍ଚିବା ପରେ ହରିନାମ ସଂକିର୍ତ୍ତନ ସହ ଅସ୍ଥିକଳସ ଯାତ୍ରାକୁ ସ୍ବାଗତ ଜଣାଇବା ସହ ଦଳଗତ ନିର୍ବିଶେଷରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏହି ଅସ୍ଥିକଳସ ଶୋଭାଯାତ୍ରା କୁ କେନ୍ଦୁଝର ସୀମାନ୍ତରେ ଜିଲ୍ଲା ସଭାପତି ରାଧାକାନ୍ତ ମହାନ୍ତ ଙ୍କୁ ସ୍ବାଗତ କରିବା ସହ ଜିଲ୍ଲା ର ବହୁ ବରିଷ୍ଠ କାର୍ୟ୍ୟକର୍ତ୍ତା ସାମିଲ ହୋଇଥିଲେ। ଏହି ଶୋଭାଯାତ୍ରାରେ ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଅମର ସିଂ, ବଳିଷ୍ଠ କାର୍ୟ୍ୟକର୍ତ୍ତା ଅଖିଳ କୁମାର ପାତ୍ର, ନାରୀନେତ୍ରୀ ମମତା ସିଂ, ମଣ୍ଡଳ ସଭାପତି ଇନ୍ଦ୍ରମଣି ମହାନ୍ତ, ଲକ୍ଷ୍ମୀଧର ରଣା, ବିରେନ୍ଦ୍ର କୁମାର, ଜୟଦେବ ଗିରି, ଜିତେନ୍ଦ୍ର ପଲେଇ, ଶରତ ନାୟକ, ଲକ୍ଷ୍ମୀଧର ସିଂହ, ପବିତ୍ର ନାୟକ, ହେମନ୍ତ ନାଏକ ପ୍ରମୁଖ ବହୁ ଦଳୀୟ କାର୍ୟ୍ୟକର୍ତ୍ତା ଶୋଭାଯାତ୍ରାରେ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *