ଜିଲ୍ଲା ପରିକ୍ରମା

ଢାବା ଆଗରେ ଥିବା ଚୋରା ମଦ ବୋଝେଇ କାର ଜବତ, ୨ ଫେରାର୍

ବୌଦ୍ଧ, ୨୬ା୦୭(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା); ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବିଭିନ୍ନ ଅଂଚଳରେ ଦିନକୁ ଦିନ ଚୋରା ମଦ କାରବାର ଅହେତୁକ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ହେଲେ ପୋଲିସି ଡାଳେ ଡାଳେ ଗଲେ ଚୋରା ମଦ ବେପାରି ମାନେ ପତ୍ରେ ପତ୍ରେ ଗଲା ନିତିରେ ନୂତନ କୌଶଳ ଆପଣାଇ କାର ଭିତରୁ କାଢି ଗ୍ରାହକଙ୍କୁ ମଦ ଯୋଗାଇ ଦେବା ଭଳି ଅଭିନବ ଉପାୟରେ ଚୋରା ମଦ ବ୍ୟବସାୟ ଚଳାଇଥିବା ଖବର ପାଇ ପୁରୁଣାକଟକ ପୋଲିସ୍ ପକ୍ଷରୁ ଅତର୍କିତ ଚଢାଉ କରାଯାଇଥିଲା। ମାତ୍ର ପୋଲିସ୍ କୁ ଦେଖିବା ମାତ୍ରେ ଅନ୍ଧାର ସୁଯୋଗ ନେଇ ୨ ଚୋରା ମଦ ବ୍ୟବସାୟୀ ଚମ୍ପଟ ମାରିବାରେ ସଫଳ ହୋଇଥିଲେ। ଘଟଣା ସ୍ଥଳରୁ ପୋଲିସ୍ ଏକ ଜେସିବି ସାହାଯ୍ୟରେ ମଦ ରଖାଯାଇଥିବା କାରଟିକୁ ଟାଣି ଟାଣି ୫ କିମି ଦୂରରେ ଥିବା ଚାରିଛକ ସ୍ଥିତ ଥାନାକୁ ନେବା ଘଟଣା ସମଗ୍ର ବ୍ଲକରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରାପ୍ତ ସୂଚନା ମତେ ପୁରୁଣାକଟକ ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥ କଡରେ ଥିବା ଏକ ନିର୍ଦ୍ଦିଷ୍ଟ ଢାବାର ମାଲିକ ବିଭିନ୍ନ ସମୟରେ ଚଢାଉ କରୁଥିବା ପୋଲିସ୍ କୁ ଭୁଆଁ ବୁଲାଇବା ପାଇଁ ନିଜ କାର ଭିତରେ ବିଦେଶୀ ମଦ ରଖି ନିଜ କର୍ମଚାରୀଙ୍କ ଦ୍ୱାରା ଗ୍ରାହକଙ୍କୁ ସପ୍ଲାଏ କରୁଥିଲେ। ଅଭିନବ ଉପାୟରେ ଦୀର୍ଘ ଦିନ ହେଲା ଚାଲିଥିବା ଏଭଳି ଚୋରା କାରବାର ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ପୋଲିସ୍ ଖବର ପାଇ ଚଢାଉ କରି ବିପୁଳ ପରିମାଣ ର ବିଦେଶୀ ମଦ ରଖାଯାଇଥିବା ଥିବା ( ଓଆର ୦୨ ଏଏସ୍ ୨୧୩୬ ) କାରଟିକୁ ଜବତ କରିଛି। ଏନେଇ ପୁରୁଣାକଟକ ଥାନା କେସ ନଂ ୭୮/୧୮ ରେ ଏକ ମାମଲା ରୁଜୁ କରି ଥିବା ଜଣାପଡିଛି। କାର ମଧ୍ୟରୁ ବିଭିନ୍ନ ବ୍ରାଣ୍ଡର ୪୭ ଲିଟର ବିଦେଶୀ ମଦ ଜବତ କରାଯାଇଥିବା ପୁରୁଣାକଟକ ଥାନା ଏଏସଆଇ ବ୍ରଜବନ୍ଧୁ ପ୍ରଧାନଙ୍କ ଠାରୁ ପ୍ରକାଶ। ଏଥି ସହିତ ଏହି ଚୋରା ମଦ କାରବାର ରେ ସମ୍ପୃକ୍ତ ଥିବା ରଂଜନ କୁମାର ପାଣିଗ୍ରାହୀ ଓ ପ୍ରଦୀପ କୁମାର ଯୋଷୀ ଫେରାର୍ ହୋଇଯାଇଥିବା ମଧ୍ୟ ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top