ନୂଆ ଦିଲ୍ଲୀ ୨୭-୮ (ଓଡ଼ିଆ ପୁଅ) ବ୍ରାଜିଲ୍ ରେ ଡ୍ରୋନ ଖୋଜିଛି ଜଙ୍ଗଲ ଭିତରେ ଥିବା ନୂଆ ଜନଜାତିକୁ। ବ୍ରାଜିଲ୍ ର ଜାଭେରୀ ଉପତ୍ୟକାରେ କିଛି ଏମିତି ଦେଖାଯାଉଛନ୍ତି, ଯାହାକୁ କେହି ବିଶ୍ୱାସ କରିପାରିବେ ନାହିଁ। ଫଟୋ ଏବଂ ଭିଡ଼ିଓ ଦେଖିକରି କିଛି ଲୋକ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ। ବ୍ରାସିଲିୟା ନିକଟରେ ଥିବା ଆମାଜନ ନଦୀ ନିକଟରେ ଏପରି ଜନଜାତି ଦେଖିବାକୁ ମିଳିଛି ଯାହାର ଦୁନିଆ ସହିତ କୌଣସି ସଂପର୍କ ନାହିଁ। ବ୍ରାଜୀଲର ଜଙ୍ଗଲ ଉପରେ ଉଡ଼ୁଥିବା ଡ୍ରୋନ ଜରିଆରେ ଆମାଜନ ନଦୀର ଆଖପାଖ ସ୍ଥାନରେ ଏକ ଏପରି ଜନଜାତୀଙ୍କର ଫଟୋ ମିଳିଛି।
ସମାଚାର ଚ୍ୟାନେଲ୍ ସିଏନଏନର ରିପୋର୍ଟ ଅନୁସାରେ, ଦେଶର ନ୍ୟାସନାଲ ଇଣ୍ଡିଆନ୍ ଫାଉଣ୍ଡେସନ ଗୁରୁବାରଦିନ କହିଛି କି ଚଳିତ ସପ୍ତାହରେ ଜାରୀ ଫୁଟେଜରେ ପେରୂର ସୀମା ନିକଟରେ ଥିବା ଜାଭେରୀ ନଦୀ ଘାଟୀର ଘନ ଜଙ୍ଗଲରେ ଅନେକ ଲୋକଙ୍କର ଚାଲିବାର ଫଟୋ ସ୍ପଷ୍ଟ ଦେଖିବାକୁ ମିଳୁଛି। ଡ୍ରୋନ ଏହାକୁ କ୍ୟାମେରାରେ ଭିଡ଼ିଓ ଉତ୍ତୋଳନ କରିଛି। କିନ୍ତୁ ସେମାନେ ଡ୍ରୋନକୁ ଦେଖି ପାରିନାହାଁନ୍ତି କାରଣ ଡ୍ରୋନ ବହୁତ ଉପର ଥିଲା। ଫାଉଣ୍ଡେସନର କାମ ଆମାଜନର ଜଙ୍ଗଲରେ ଉପସ୍ଥିତ ଜନଜାତିମାନଙ୍କର ରକ୍ଷା କରିବା।
ଏକ ଫଟୋରେ କୌଣସି ଭାଲା କିମ୍ବା ବାଡ଼ି ପରି ବସ୍ତୁ ଧରିଛନ୍ତି ଏବଂ ଚାରି-ପାଞ୍ଚଜଣ ଅନ୍ୟ ଲୋକଙ୍କ ନିକଟରେ ଛିଡ଼ା ହୋଇଛନ୍ତି। ନଦୀ ନିକଟରେ ଥିବା ଜନଜାତିମାନଙ୍କ ଘର ଅଛି। ୧୧ଟି ଅଲଗା-ଅଲଗା ଜାନଜାତିମାନଙ୍କର ପୁଷ୍ଟି କରାଯାଇଛି।
🙏🏽#Prayers for our 🇧🇷#Brazil #FirstNations #Indigenous Brothers & Sisters
"@CNN: An isolated Amazon tribe with no known contact with the outside world has been spotted by a drone flying over the Brazilian jungle https://t.co/uXA2CQ4HPz pic.twitter.com/MZJ9pGXvqV— Haida Princess (Lori) (@HaidaPrincess) August 25, 2018
