ଜିଲ୍ଲା ପରିକ୍ରମା

ଡ୍ରେନେଜ ନାଳ ଅବରୋଧ..ଜିଲ୍ଲାପାଳଙ୍କୁ ଗୁହାରୀ କଲେ ଗ୍ରାମବାସୀ

ପୁରୀ, ୮/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଜନୈକ ବ୍ୟକ୍ତି ଡ୍ରେନେଜ ନାଳକୁ ଦୀର୍ଘ ବର୍ଷ ଧରି ଅବୋରୋଧ କରିଛନ୍ତି। ଫଳରେ ଶତାଧିକ ଗ୍ରାମବାସୀ ଘୋର ଅସୁବିଧାର ସମ୍ମୁଖୀନ ହେବା ସହ ଫସଲ ହାନି ଘଟୁଛି। ଏନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଗ୍ରାମବାସୀ ଅଭିଯୋଗ ଅନୁଯାଇ ନିମାପଡା ଛଣିଜଙ୍ଗ ପଂଚାୟତର ଆଳକୁଣ୍ଡ ମୈାଜାରେ ବର୍ଷାଜଳ ନିଷ୍କାସନ ପାଇଁ ୨୦୦୫ ମସିହାରେ ଡ୍ରେନେଜ ନାଳ ଖୋଳା ଯାଇଥିବା ବେଳେ ସୁଜରେଖ ମୈାଜର ପୀତବାସ ମାହାନ୍ତି ଏହିନାଳକୁ ମଝିରେ ଅବରୋଧ କରିଛନ୍ତି। ଫଳରେ ସ୍ଥାନୀୟ ଅଂଚଳ ଜମିରେ ଫସଲ କ୍ଷତି ହୋଇଛି। ଲଘୁଚାପ ବର୍ଷାରେ ମଧ୍ୟ ଧାନ ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଡ୍ରେନେଜ ନାଳ ହଟାଇବା ପାଇଁ ଅଭିଯୋଗ କରାଯାଇଥିଲେ ମଧ୍ୟ ଆଜି ପର୍ଟ୍ୟନ୍ତ ତାହା ହୋଇନାହିଁ।ଫଳରେ ଶତାଥିକ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏପଟେ ଘଟଣାର ଅନସନ୍ଧାନ କରିବା ପାଇଁ ଡ୍ରେନେଜ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଡେପୁଟି କଲେକ୍ଟର କହିଛନ୍ତି। ନିମାପଡା ତହସିଲଦାରଙ୍କ ଉପସ୍ଥିତିରେ ନାଳକୁ ଅବରୋଧ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top