ଓଡ଼ିଶା

ଡ୍ରାଇଭର ର ବେପାରୁଆ ଗାଡି ଚାଳନା ରୁ ଗଛରେ ପିଟିହେଲା ବସ, ଦୁର୍ଘଟଣା ରେ ୪ ଆହତ

ମାଲକାନଗିରି, ୧୫ା୬ (ଓଡିଆ ପୁଅ ) ମୋଟୁ ଠାରୁ ଭବାନିପାଟଣା ଅଭି ମୁଖେ ଯାଉଥିବା ରାଜ୍ୟ ସଡକପରିବହନ ବସ ଡ୍ରାଇଭର ଙ୍କ ବେପାରୁଆ ଗାଡି ଚାଳନା ପାଇଁ ଆଜି ସକାଳେ ବସଟି ଦୁର୍ଘଟଣା ଘଟି ୪୦ଜଣ ଯାତ୍ରୀ ଅଳ୍ପକେ ବର୍ତି ଯାଇଥିବାବେଳେ ୪ଜଣ ଆହତ ହୋଇଛନ୍ତି। ଆଜି ଦିନ୯.୩୦ ରେ ମାଲକାନଗିରି ବସଷ୍ଟାଣ୍ଡ ଠାରୁ ମୋଟୁ ଭବାନୀପାଟଣା ଓଏସଆରଟି ବସ ପ୍ରାୟ୪୦ରୁ ଉର୍ଦ୍ଦ ଯାତ୍ରୀ ଙ୍କୁ ନେଇ ଭବାନୀପାଟଣା ଅଭିମୁଖେ ଯାତ୍ରା କରିଥିଲେ। ମାଲକାନଗିରି ଜୟପୁର ମୁଖ୍ୟ ରାଜରାସ୍ତା ନାୟକଗୁଡା ପଚାଂୟତ ସିରିଗୁଡା ଛକ ଠାରେ ଉକ୍ତ ବସଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟିହୋଇ ଗଛ ଦେହରେ ଲାଗି ଅଟକି ଯାଇଥିଲା। ଯାତ୍ରୀମାନେ ଜୀବନ ବିକଳରେ ବହୁକଷ୍ଟରେ ବାହରକୁ ପଳାଇ ଆସିଥିଲେ। ଆଗରେ ବସିଥିବା ଚାରିଜଣ ଯାତ୍ରୀଙ୍କ ମୁଣ୍ଡ ହାତ ଗୋଡରେ ଆଘାତ ଲାଗି ସେମାନେ ଆହତ ହୋଇଛନ୍ତି। ଅନ୍ୟ ଯାତ୍ରୀ ଓ କଣ୍ଡକ୍ଟର ୧୦୮ ଆମ୍ବୁଲାନ୍ସକୁ ଫୋନକରି ଆହତ ଯାତ୍ରୀମାନଙ୍କୁ ମେଡିକାଲ କୁ ପଠାଇଥିଲେ। ମୋଟୁ ଠାରୁ ବସିଥିବା କିଛି ଯାତ୍ରା କୁହନ୍ତି ଉକ୍ତବସର ଡ୍ରାଇଭର ମୋଟୁ ଠାରେ କିଛି ନିଶା ପାନୀୟ ପିଇ ଗାଡି ଚଳାଇଥିଲେ। ଉକ୍ତ ଡ୍ରାଇଭର ଙ୍କ ବେପାରୁଆ ଗାଡି ଚାଳନା ପାଇଁ ଏହି ପରି ଦୁର୍ଘଟଣା ଘଟିଲା। ସୂଚନା ଯୋଗ୍ୟ ଯେ ଓଏସଆରଟି ବସ ଗୁଡିକୁ ଘରୋଇ ଲିଜ ଦେଇ ଦେଉ ଥିବାରୁ ଉକ୍ତବସ ଗୁଡିକର ମା ବାପା କିଏ କିଛି ଜାଣିହେଉନାହିଁ। ଅଧିକାଂଶ ବସରେ ଯାତ୍ରୀମାନଙ୍କୁ ଟିକେଟ ଦିଆ ଯାଉନାହିଁ, ମନଇଛା ଯାତ୍ରୀଭଡା ନିଆଯାଉଛି। ଏ ସଂପର୍କରେ ଗତ ମାସରେ ଉପଜିଲ୍ଲାପାଳଙ୍କ ନିକଟରେ ଅଭି ଯୋଗ ହୋଇଥିଲା। ତଥାପି ଓସଆରଟି ବସର ଡ୍ରାଇଭର, କଣ୍ଡକ୍ଟର ଗୁରତ୍ୱ ଦେଉନଥିବାରୁ ଯାତ୍ରୀମାନେ ହଇରାଣ ହେଉଥିବାର ଅଭିଯୋଗ ହେଉଛି। ଅନେକ ବସରେ ଡ୍ରାଇଭର ଓ କଣ୍ଡକ୍ଟର ସେମାନଙ୍କ ସରକାରି ପୋଷୋକ ପିନ୍ଧୁ ନଥିବାରୁ କୌଣସି ସ୍ଥାନରେ ବସ ଦୁର୍ଘଟଣା ହେଲେ ସାଧାରଣ ଯାତ୍ରୀମାନେ କଣ୍ଡକ୍ଟର ଓ ଡ୍ରାଇଭର କିଏ ଜାଣି ପାରୁନାହାଁନ୍ତି ଯାହା ଫଳରେକି ସହଜରେ ସେମାନେ ଦୁର୍ଘଟଣାସ୍ଥଳରୁ ଖସି ପଳାଇ ଯାଉଛନ୍ତି। ଅନେକ ଓସଆରଟି ବସର ଝରକା କବାଟ, ସିଟ୍ ଭାଙ୍ଗିଗଲେ ବି ସେଗୁଡିକୁ ମରାମାତ କରାଯାଉନାହିଁ।ବର୍ଷାରେ ଯାତ୍ରୀମାନେ ଓଦାହୋଇ ବସରେ ଯାତ୍ରା କରିବାକୁ ବାଧ୍ୟ ହେଉଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top