ଡୋଲା ବାବାଙ୍କ ନାମରେ ମକଦ୍ଦମା,ମଠରେ ପୁଲିସର ଛାନଭିନ

ରାଉରକେଲା/୨୬/୦୯/୨୦୧୭(ଓଡିଆପୁଅ/ଶିବରାମ ପାତ୍ର): ଜଙ୍ଗଲ ଜମି, ସରକାରୀ ଅନାବାଦି ଜମି ହଡପ କରିଥିବା ଅଭିଯୋଗ ଆସିବା ପରେ ବେନ୍ଦାଝରିଆ ଗ୍ରାମର ଜଣାଶୁଣା ଡୋଲା ବାବା ଓରଫ ଡୋଲାମଣି ପଟେଲଙ୍କ ଅଡୁଆ ବଢିଛି । ଚଂଚକତା କରି ଶସ୍ତାଦରରେ ବହୂମୂଲ୍ୟ ଜମିକୁ କିଣିନେଇଥିବା ଅଭିଯୋଗ କରି ବେନ୍ଦାଝରିଆର ସୁନ୍ଦରମଣି ମାଝୀ ବାବାଙ୍କ ନାମରେ ଲେଫ୍ରିପଡ଼ା ଥାନାରେ ଏତଲା ଦେଇଛନ୍ତି । ସୁନ୍ଦରମଣିଙ୍କ ଅଭିଯୋଗ ଅନୁସାରେ ଗାଁରେ ହସ୍ପିଟାଲ, ରକ୍ତଭଣ୍ଡାର ଆଦି ତିଆରି କରିବା ନାମରେ ଡୋଲା ବାବା ଜମିକୁ ଜାଲିଆତି କରି କିଣି ନେଇଛନ୍ତି । ଏହି ସମ୍ପର୍କରେ ବାବାଙ୍କୁ ପରବର୍ତୀ ଅବସ୍ଥାରେ କହିଥିଲେ ମଧ୍ୟ ବାବା ଜମି ଫେରସ୍ତ କରି ନଥିଲେ । ଡୋଲାବାବା ନିଜ ସହଯୋଗୀ ନୀଲା ବାବା, ପେଟୁ ବାବା, ସୁଇଟୁ ବାବା ସମେତ ମିଶି ଗୁଣି ଗାରେଡି କରି ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏମିତିକି ଜାତିକୁ ନେଇ ଯାବତୀୟ ଗାଳିଗୁଲଜ କରିଥିଲେ ବୋଲି ଏତଲାରେ ଦର୍ଶାଯାଇଛି । ପୁଲିସ ଏତଲା ଗ୍ରହଣ କରିବା ପରେ ମଠରେ ଛାନଭିନ ଆରମ୍ଭ କରିଦେଇଛି । ବାବାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ପ୍ରକାଶ ଥାଉକି, ଡୋଲା ବାବାେ ପସାରେ ସରକାରୀ ହାଇସ୍କୁଲ ଶିକ୍ଷକ , କିନ୍ତୁ ଜଣେ ଆତ୍ମଘୋଶିତ ବାବା । ପୁଣି ଜବରଦଖଲରେ ପ୍ରାୟ ୧୦୦ ଏକର ଜମି । ସ୍ଥାନୀୟ ଲୋକଙ୍କୁ ମିଛ ପ୍ରତିଶୃତି ଦେଇ ଶାଗ, ମାଛ ଦରରେ ଜମି ଅକ୍ତିଆର କରିଛନ୍ତି । ସୁଯୋଗ ଦେଖି କବଜାରେ ରଖିଛନ୍ତି ଜଙ୍ଗଲ ଓ ଅନାବାଦି ଜମି । କେବଳ ସେତିକି ନୁହେଁ, ଗାଁକୁ ଆସୁଥିବା ବିଭିନ୍ନ ସରକାରୀ ଯୋଜନାକୁ ନିଜ ମଠରେ କୁଆଡେ ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରୁଥିବା ଅଭିଯୋଗ ହୋଇଛି । ତତକ୍ଷାଣତ ଜମି ଫେରସ୍ତ ଦାବିରେ ବିନ୍ଦୁଝରିଆ ଓ ସାତଯୋରିଆ ଗ୍ରାମବାସୀ ମାନେ ମଠରେ ବିକ୍ଷୋଭ କରିଥିବା ଜଣାପଡିଛି । ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ବାବାଙ୍କ ଅନୁଗତ ସାଜିଥିବା ସରକାରୀ ବାବୁଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *