ଡୋକଲାମ ବିବାଦ ସମାଧାନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବିଜୟ କେଶବ ଗୋଖଲେ ବିଦେଶ ସଚିବ ନିଯୁକ୍ତ

ନୂଆଦିଲ୍ଲୀ ୧-୧ (ଓଡ଼ିଆ ପୁଅ) ଡୋକଲାମ ବିବାଦ ସମାଧାନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବରିଷ୍ଠ ଆଇଏଫଏସ ଅଫିସର ବିଜୟ କେଶବ ଗୋଖଲେଙ୍କୁ ବିଦେଶ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଗୋଖଲେଙ୍କର କାର୍ଯ୍ୟକାଳ ଆସନ୍ତା ୨ ବର୍ଷ ପାଇଁ ହେବ। ଗୋଖଲେ ୨୯ ଜାନୁଆରୀରୁ ବିଦେଶ ସଚିବ ପଦ ଗ୍ରହଣ କରିବେ। ବର୍ତ୍ତମାନର ବିଦେଶ ସଚିବ ଏସ ଜୟଶଙ୍କରଙ୍କର କାର୍ଯ୍ୟକାଳ ଜାନୁଆରୀରେ ପୂରା ହେଉଛି।

ଭାରତୀୟ ବିଦେଶ ସେବା (ଆଇଏଫଏସ) ର ବରିଷ୍ଠ ଅଧିକାରୀ ବିଜୟ କେଶବ ଗୋଖଲେ ୧୯୮୧ ବ୍ୟାଚର ଅଧିକାରୀ ଅଟନ୍ତି। ବର୍ତମାନ ଗୋଖଲେ ବିଦେଶ ମନ୍ତ୍ରଣାଳୟରେ ସଚିବ (ଆର୍ଥିକ ସମ୍ବନ୍ଧ)ର ପଦରେ ସେବାରତ। ତାଙ୍କୁ ଦୁଇ ବର୍ଷ ପାଇଁ ବିଦେଶ ସଚିବ ନିଯୁକ୍ତ କରାଯାଇଛି।

କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ (DoPT)ର ଦ୍ୱାରା ଜାରି କରାଯାଇଥିବା ଆଦେଶ ମୁତାବକ କ୍ୟାବିନେଟର ନିଯୁକ୍ତି ସମିତି (CCA) ବିଦେଶ ସଚିବ ପଦରେ ଗୋଖଲେଙ୍କର ନିଯୁକ୍ତିକୁ ମଞ୍ଜୂରୀ ଦେଇଛନ୍ତି। ଗୋଖଲେ ଜର୍ମାନୀରେ ଭାରତର ରାଜଦୂତ ରହିଥିଲେ। ଏହା ବ୍ୟତୀତ ହଙ୍ଗକଙ୍ଗ ଚୀନ ଏବଂ ଆମେରିକାରେ ମଧ୍ୟ ଗୋଖଲେ ନିଜର ସେବା ପ୍ରଦାନ କରିଛନ୍ତି।

ଚୀନରେ ନିଯୁକ୍ତି ଥିବା ସମୟରେ ସେ ଭାରତର ରାଷ୍ଟ୍ରଦୂତ ଥିଲେ। ଡୋକଲାମ ବିବାଦ ସମୟରେ ଭାରତର ଚିନ୍ତା ଦୂର କରି ମାମଲାକୁ କଥାବାର୍ତ୍ତାର ଟେବୁଲ ପର୍ଯ୍ୟନ୍ତ ଆଣିବାରେ ଗୋଖଲେ ମୁଖ୍ୟ ଭୁମିକା ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *