ଓଡ଼ିଶା

ଡେଙ୍ଗୁ ନେଲା ଜୀବନ ସ୍ବାସ୍ଥ୍ୟ ବିଭାଗର ନିଦ ଭାଙ୍ଗୁନାହିଁ

ରାୟଗଡା ତା-୧୨/୦୭/୨୦୧୮(ଓଡ଼ିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ରାୟଗଡା ଜିଲ୍ଲାରେ ଡେଙ୍ଗୁ କାୟା ମେଲେଇ ନେଉଛି ଜୀବନ। ସ୍ବାସ୍ଥ୍ୟ ବିଭାଗର ନିଦ ଭାଙ୍ଗୁନାହିଁ। ଜଣ ଜଣଙ୍କର ଯାଉଛି ଜୀବନ। ଗତ କାଲି ଜଣେ କଲେଜ ଛାତ୍ର ମିଶାଲ ରବି କୁମାର (ପ୍ରେମ) (୧୯)ଙ୍କ ଡେଙ୍ଗୁ ନେଇଛି ଜୀବନ। ସେ ରାୟଗଡା ରେଳବାଇ କଲୋନୀର ମିଶାଲ ତିରୁପତିଙ୍କ ପୁଅ ରବି କୁମାର ଅଟନ୍ତି। ତିରୁପତି ରେଳବିଭାଗ କର୍ମଚାରୀ ଗତ ରବିବାର ଦିନ ପୁଅକୁ ଜ୍ବର ହେଉଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବିଶାଖାପାଟଣା ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ରକ୍ତ ନମୁନା ପରୀକ୍ଷାରୁ ଜଣାପଡିଥିଲା ଯେ ଡେଙ୍ଗୁ ବୋଲି ଚିହ୍ନଟ କରାଯାଇଥିଲା। ବିଶାଖାପାଟଣା କେୟାର ହସପିଟାଲରେ ଚିକିତ୍ସିତ ହେଉଥିବାବେଳେ। ଗତକାଲି ଅପରାହ୍ନ ୪ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ଏହାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଖାମଖିଆଲ ଭାବେ ପ୍ରତିକ୍ରିୟା ରଖିଛନ୍ତି। ଯେ ରାୟଗଡା ଜିଲ୍ଲାରେ ଡେଙ୍ଗୁ ନିୟନ୍ତ୍ରଣରେ ଅଛି। ଆମ ଚିକିତ୍ସାଳୟରେ ୧୬୨ଜଣଙ୍କ ରକ୍ତ ନମୁନା ପରୀକ୍ଷାରୁ ୫୦ ଜଣଙ୍କ ରିପୋର୍ଟରେ ଏନଏସ-୧ ଭୂତାଣୁ ଚିହ୍ନଟ ହୋଇଥିବା ବେଳେ ସମସ୍ତ ରୋଗୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ ଅଛି। କିନ୍ତୁ ସୂଚନାଯୋଗ୍ୟ ଯେ ରାୟଗଡା ଅଞ୍ଚଳ ବାସୀ ସରକାରୀ ଚିକିତ୍ସାଳୟକୁ ଭରସା ହେଉନଥିବାରୁ ଆନ୍ଧ୍ର ଚିକିତ୍ସାଳୟର ମୁହାଁ ହେଉଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top