ଡେଙ୍ଗୁ ଓ ଜେଇ ରୋଗ ନିୟନ୍ତ୍ରଣ ପାଇଁ ମାଲାକନଗିରି ଜିଲ୍ଲାସ୍ୱାସ୍ଥ୍ୟ ବିଭାଗକୁ ମିଳିଲା ରାଜ୍ୟସ୍ତର ପୁରସ୍କାର

ମାଲକାନଗିରି,୧୬ା୫(ଓଡିଆ ପୁଅ ) ଗତ୨୦୧୬ ମସିହାରେ ସମଗ୍ର ମାଲକାଗିରି ଜିଲ୍ଲାରେ ଭୟାବହ ଜାପିନୀ ଏନସେଫାଲାଇଟିସ୍ ଓ ଡେଙ୍ଗୁ ରୋଗ  ସଂକ୍ରମଣ ହୋଇ ଶତାଧିକ ଲୋକ ଆକ୍ରାନ୍ତ ହେବାସିହତ ଅନେକ ଶିଶୁମୃତ୍ୟୁ ବରଣ କରିଥିଲେ । ଏହି ଦୁଇଟି ରୋଗକୁ ଜିଲ୍ଲାପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ୱ ଦେଇ ଯୁଦ୍ଧକାଳୀନ ଭିତିରେ ସାମନା କରି ରୋକିପାରିଥିବାରୁ ୨୦୧୭-୧୮ ମସିହାରେ ଗୋଟିଏ ବି ଶିଶୁ କି ବୟସ୍କ ବ୍ୟକ୍ତି ଡେଙ୍ଗୁ କିମ୍ବା ଜେଇ ରୋଗରେ ଆକ୍ରାନ୍ତ ହୋଇ ନହାଁନ୍ତି । ମାଲକାନଗିରି ଜିଲ୍ଲାକୁ ଡେଙ୍ଗୁ ଓ ଜେଇ ମୁକ୍ତ କରାଯାଇଥିବାରୁ ରାଜ୍ୟ ସରକାର ଏହି ଜିଲ୍ଲାକୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲେଖ୍ୟନିୟ ସଫଳତା ପାଇଁ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରିଛନ୍ତି । ଆଜି ଯାଜପୁର ଜିଲ୍ଲା ଠାରେ ରାଜ୍ୟସ୍ତର ବିଶ୍ୱଡେଙ୍ଗୁ ଦିବସ ପାଳନ ଆବସରରେ ରାଜ୍ୟର ମାଲକାନଗିରି,ରାୟଗଡା, ନୟାଗଡ,ବଲାଙ୍ଗିର, କେଉଁଝର,ପୁରୀ, ବାଲେଶ୍ୱର ୭ଟି ଜିଲ୍ଲାକୁ  ମଶାବାହକ କୋଗ ନିୟନ୍ତ୍ରଣ ପାଇଁ ପୁରସ୍କୃତ କରାଯାଇଛି । ଏହି ରାଜ୍ୟସ୍ତର ଉତ୍ସବରେ ଯାଜପୁର ଜିଲ୍ଲାପାଳ ରଜଂନକୁମାର ସ୍ୱାଇଁ,ଭାରତ ସରକାରଙ୍କ ସ୍ୱାସ୍ଥ୍ୟବିଭାଗ ଆଚଂଳିକ ନିର୍ଦ୍ଦେଶକ ଡାକ୍ତର ଏସ.କେ.କର,ଉପଜିଲ୍ଲାପାଳ ନାରୟଣ ଚନ୍ଦ୍ର ଧଳ ,ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ବ୍ରଜକିଶୋର ବ୍ରହ୍ମା,ମଶାବାହିତ ରୋଗ ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ପ୍ରମିଳା ବରାଳ,ସିଡିଏମଓ ଡା.ବାରିଶ କୁମାର ଦାସ,ଜିଲ୍ଲାପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି,ପୌରପରିଷଦ ଅଧ୍ୟକ୍ଷ ଭବପ୍ରସାଦ ଦାସ, ପ୍ରମୁଖ ରାଜ୍ୟସ୍ତର ସ୍ୱାସ୍ଥ୍ୟବିଭାଗ ଅଧିକାରୀ ମାନେ ଯୋଗଦେଇଥିବା ବେଳେ ଯାଜପୁର ଜିଲ୍ଲା ମଶାବାହିତ ରୋଗ ପରାମର୍ଶଦାତା ସୁନିଲକୁମାର ମହନ୍ତ ସଭା ପରିଚାଳନା କରିଥିଲେ । ଏହି ଉତ୍ସବରେ ପ୍ରଥମେ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା କୁ ଜେଇ,ଡେଙ୍ଗୁ,ମ୍ୟାଲେରିଆ ନିୟନ୍ତ୍ରଣ କ୍ଷେତ୍ରରେ ଉଲେଖ୍ୟନିୟ ସଫଳତା ପାଇଁ ସମ୍ମାନିତ କରାଯାଇଥିଲା । ମାଲକାନଗିରି ଜିଲ୍ଲା ମଶାବାହିତ ରୋଗ ପରାମର୍ଶଦାତା ଅଜିତକୁମାର ଦଳେଇ  ଜିଲ୍ଲାସ୍ବାସ୍ଥଯ଼ବିଭାଗ ପକ୍ଷରୁ ସେଠାରେ ଯୋଗଦେଇ ଅତିଥିମାନଙ୍କ ଠାରୁ ଉପଢୌକନ ମାନପତ୍ର ଗ୍ରହଣ କରିବାସହ ପୁରସ୍କୃତ ହୋଇଥିଲେ ,

ରାଜ୍ୟସ୍ତରରେ ମାଲକାନଗିରି ଜିଲ୍ଲା ପୁରସ୍କୃତ ହୋଥିବାବେଳେ ଆଜି ସକାଳେ ମାଲକାନଗିରି ଜିଲ୍ଲାସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଶ୍ୱ ଡେଙ୍ଗୁ ଦିବସ ଓ ଜନସଚେତନତା ଶିବିର ସ୍ଥାନୀୟ ରକ୍ତଭଣ୍ଡାର ସଭାଗୃହରେ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଅଜିତକୁମାର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି । ଏହି ଶିବୀରରେ ମୁଖ୍ୟଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି,ସମ୍ମାନିତ ଅତିଥି ଭାବେ ପୌରପରିଷଦ ଅଧ୍ୟକ୍ଷା ରାଜଓନ୍ତ କୌର ଯୋଗଦେଇ ଶିବିରଟିକୁ ଉଦଘାଟନ କରିଥିଲେ । ଗତ୨୦୧୦ ମସିହାରେ ତିନୋଟି ବ୍ଲକ ଅଚଂଳରେ ଡେଙ୍ଗୁରୋଗ ଆକ୍ରାନ୍ତହୋଇ ୧୨୬ଜଣ ରୋଗୀଙ୍କ ରକ୍ତନମୁନା ସଂଗ୍ରହ ହୋଇଥିଲା, ସେମାନଙ୍କ ମଧ୍ୟରୁ ୧୯ଜଣ ଡୋଙ୍ଗୁରୋଗି ଭାବେ ଚିହ୍ନଟ ହୋଇଥିଲେ । ୧୯ଜଣ ରୋଗୀଙ୍କ ମଧ୍ୟରୁ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଥିଲା,୨୦୧୧ରେ ୨ଟି ବ୍ଲକର ୩ଜଣ,୨୦୧୨ରେ ୩ଟି ବ୍ଲକର ୪ଜଣ,୨୦୧୫ରେ ୪ଟିବ୍ଲକର ୬ଜଣ,୨୦୧୬ରେ ୭ଟି ବ୍ଲକରୁ ୫୦୦ଜଣଙ୍କ ରକ୍ତନମୁନା ସଂଗ୍ରହ ହୋଇ ୩୪ଜଣଙ୍କ ଡେଙ୍ଗୁ ପଜେଟିଭ ରିପୋର୍ଟ ଆସିଥିଲା । ୨୦୧୭ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ଜଣେ ହେଲେ ବି ଡେଙ୍ଗୁ କି ଜେଇ ରୋଗୀ ଚିହ୍ନଟ ହୋଇ ନଥିବାର ଜଣାପଡିଛି ।  ବର୍ଷାଦିନେ ସାଧରଣତ ଜିଲ୍ଲାରେ ଏହି ଡେଙ୍ଗୁ ଓ ମେଲେରିଆ ରୋଗର ପ୍ରଭାବ ଅଧିକ ଥିବାରୁ ଚଳିତ ବର୍ଷ ଏଥିପ୍ରତି ସ୍ୱାସ୍ଥ୍ୟବିଭାଗ ସହିତ ଅନ୍ୟାନ ସମସ୍ତ ବିଭାଗ ସଜାଗରହି ରୋଗ ଯେପରି ଦେଖା ନ ଯିବ ସେଥିପ୍ରତି ଗାଁ ଗାଁରେ ଜନସଚେତନତା ସୃଷ୍ଟିକରିବାସହିତ ଗୁରତ୍ୱ ଦେବାପାଇଁ  ଆଲୋଚନା ହୋଇଥିଲା । ବିଶେଷ କରି ଡେଙ୍ଗୁ ,ମେଲେରିଆ ରୋଗ ବିଭିନ୍ନ ବିଦ୍ୟାଳୟର ଛାତ୍ରବାସର ଅନ୍ତେବାସିଙ୍କୁ ଯେପରି ନହୁଏ ସେଥିପ୍ରତି ଅଧିକ ଦୃଷ୍ଟିଦେବେ ବୋଲି ସିଡିଏମଓ ଶ୍ରୀ ମହାନ୍ତି କହିଥିଲେ । ଏହି ଶିବୀରରେ ମଶାବାହିତ ରୋଗ ଜିଲ୍ଲା ଅଧିକାରୀ ଏଡିପିଏଚଓ ଡାକ୍ତର ରମେଶଚନ୍ଦ୍ର ମିଶ୍ର ପ୍ରୋଜେକ୍ଟ ମାଧ୍ୟମରେ ଏହି ରୋଗର ଲକ୍ଷଣ ଓ ତାର ପ୍ରତିକାର ବ୍ୟବସ୍ଥା ସଂପର୍କରେ ପ୍ରଦର୍ଶିତ କରିଥିଲେ ।

ଉକ୍ତ ଶିବୀରରେ ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ ଡା. ଅମରେନ୍ଦ୍ର ମହାନ୍ତି,ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟଅଧିକାରୀ ଶଶିଭୁଷଣ ମହାପାତ୍ର,ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟଅଧିକାରୀ ଅଜୟକୁମାର ବୈଠାରୁ ,ସହକାରିଜିଲ୍ଲାପାଳ ହୃଷିକେଶ ଗଣ୍ଡ,ବନବିହାରି ମିଶ୍ର,ଡାକ୍ତର ଅନିଲକୁମାର ମିଶ୍ର,ଡିପିଏମଓ ଶୁଭକାନ୍ତଗନ୍ତାୟତ,ଓଡିଶା ସାହିତ୍ୟଏକାଡେମୀ ସଦସ୍ୟ ସାମ୍ବାଦିକ ରତ୍ନାକରଦାଶ,ଜିଲ୍ଲାଜଳପରିମଳ ନିର୍ବାହି ଯନ୍ତ୍ରୀ ଇଂ ବସନ୍ତକୁମାର ରାଉତ,ଡାକ୍ତର ସୁଶିରଶାନ୍ତ ତ୍ରୀପାଠୀ,ହସପିଟାଲ ପରିଚାଳକ ସୁବାଶିଷ ସାଠୁଆ,ଚାଇଲ୍ଡ ଲାଇନ ଜିଲ୍ଲାସଂଯୋଜିକା ଚୁମୁକି ବେହେରା ଓ ମେଲେରିଆ ନିୟନ୍ତ୍ରଣ ଅଧିକାରୀ,ଜିଲ୍ଲାସମାଜ ମଙ୍ଗଳ ଅଧିକାରୀ,ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ । ନିକଟରେ ସେବା କ୍ଷେତ୍ରରେ ମାଲକାନଗିରି ଜିଲ୍ଲାର  ମହିଳା ସ୍ୱାସ୍ଥ୍ୟକର୍ମୀ ଅନିତା ପରିଡା ରାଜ୍ୟସ୍ତରରେ ଶ୍ରେଷ୍ଠ ସେବୀକା ଭାବେ ମହାମହିମ ରଷ୍ଟ୍ରପତି ଙ୍କ ଠାରୁ ଫ୍ଲରେନ୍ସ ନାଇଟିଙ୍ଗଲ ପୁରସ୍କୃତ ହୋଇ ଜିଲ୍ଲା ତଥା ରାଜ୍ୟରଗୌରବ ବଢାଇଦେଇଛନ୍ତି ।

 

Leave a Reply

Your email address will not be published. Required fields are marked *