ଡେଙ୍ଗୁ, ମ୍ୟାଲେରିଆ, ଡାଇରିଆ ରୋଗ ନିରାକରଣ ସଂପର୍କରେ ସାମ୍ବାଦିକ ସମ୍ମିଳନୀ, ଆଶାକର୍ମୀ ରାତ୍ରରେ ଘରଘର ବୁଲି ମଶାରୀ ଟଙ୍ଗାର ତଦାରଖ କରିବେ

ମାଲକାନଗିରି, ୨୯ା୬ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ, ରୋଗ ଜନ ସଚେତନତା ଓ ନିରାକରଣ ସଂପର୍କରେ ସ୍ଥାନୀୟ ସିଡିଏମଓ ଅଫିସ ସଭାଗୃହରେ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଅଜିତକୁମାର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି। ବିଶେଷ କରି ଡାଇରିଆ ନିରାକରଣ ନିମନ୍ତେ ଜୁନ ୨୦ ଠାରୁ ଆରମ୍ଭହୋଇ ୧୯ଜୁଲାଇ ପର୍ଯ୍ୟନ୍ତ ଏକ ମାସ ଧରି ଆଶାକର୍ମୀ ମାନେ ଘରଘର ବୁଲି ଜନ୍ମରୁ ୫ବର୍ଷର ଶିଶୁ ମାନଙ୍କୁ ଓଆରଏସ ପାଉଡର ପିଇବାକୁ ଦେବାସହ ଗ୍ରାମବାସୀମାନଙ୍କୁ ହାତ ଧୋଇବା ନିମନ୍ତେ ସାବୁନ ବଟଂନକରି ଭଲଭାବରେ ହାତ ସଫା କରିବା ପାଇଁ ପରାମର୍ଶଦେବେ। ଡେଙ୍ଗୁ, ମ୍ୟାଲେରିଆ ଡାଇରିଆ ରୋଗ ନିରାକଣପାଇଁ ଗାଁ କଲ୍ୟାାଣ ସମତି ଦ୍ୱାରା ପରିବେସ ଓ ନାଳନର୍ଦମା କୁ ସଫାସୁତୁରା ରଖିବାସହ ଗ୍ରାମବାସୀ ମାନେ ଔଷଧବୁଡା ମଶାରୀ ଟାଙ୍ଗି ଶୋଇବା ପାଇଁ ପରାମର୍ଶ ଦେବେ। ଡେଙ୍ଗୁ ମ୍ୟାଲେରିଆ, ଡାଇରିଆ ଜନ ସଚେତନତା କାର୍ଯ୍ୟକ୍ରମ ଜୁନ ୨୦ ଠାରୁ ଆରମ୍ଭ ହୋଇ ୧୯ ସେପ୍ଟେମ୍ବର ତିନିମାସ ପର୍ଯ୍ୟନ୍ତ ଚାଲିବ, ପ୍ରତିଗୁରୁବାର ଦିନ ପ୍ରତ୍ୟକ ଗାଁରେ ଆଶା କର୍ମୀମାନେ ରାତ୍ର ୮ଟାରେ ଘର ଘର ବୁଲି ଶୋଇବା ବେଳେ ଗ୍ରାମବାସୀ ମାନେ ମଶାରୀ ଟାଙ୍ଗୁଛନ୍ତିକି ନାହିଁ ତଦାରଖ କରିବା ସହିତ ଏହି ତିନୋଟି ରୋଗ ସଂପର୍କରେ ଜନସଚେତନତା କରିବେ, ଆସନ୍ତା ଅଗଷ୍ଟ ୧୫ତାରିଖରେ ମାଲକାନଗିରି ଜିଲ୍ଲାର ୧୧୧ଟି ପଚାଂୟତରେ ସ୍ୱତନ୍ତ୍ର ଭାବେ ପଲ୍ଲିସଭା କରାଯାଇ ସାତଟି ଯାକ ବ୍ଲକରେ ଏହି ତିନୋଟି ରୋଗ ସଂପର୍କରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନ ସଚେତନତା କାର୍ଯ୍ୟକ୍ରମ କରାଯିବ। ଡେଙ୍ଗୁ, ମ୍ୟାଲେରିଆ, ଡାଇରିଆ ରୋଗ ସଂପର୍କରେ ସ୍ୱାଧୀନତା ଦିବସ ଠାରୁ ସେପ୍ଟେମ୍ବର ମାସ୧୯ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନସ୍ଥାନରେ ୩୫ଟି ପଥପ୍ରାନ୍ତ ନାଟକ କରାଯିବ, ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ, ସାଧରଣତ ଏହି ତିନୋଟି ରୋଗର ବର୍ଷାଦିନେ ଅଧିକ ପ୍ରଭାବ ଦେଖା ଦେଇଥାଏ, ଚଳିତ ବର୍ଷ ଏଥିପ୍ରତି ସ୍ଥ୍ୟବିଭାଗ ସହିତ ଅନ୍ୟାନ ସମସ୍ତ ବିଭାଗ ସଜାଗରହି ରୋଗ ଯେପରି ଦେଖା ନ ଯିବ ସେଥିପ୍ରତି ଗାଁ ଗାଁରେ ଜନସଚେତନତା ସୃଷ୍ଟିକରିବା ସହିତ ଗୁରୁତ୍ୱ ଦିଆଯିବ ବୋଲି ସିଡିଏମଓ ଡାକ୍ତର ମହାନ୍ତି କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଡିପିଏମଓ ଶୁଭକାନ୍ତ ଗନ୍ତାୟତ, ଜିଲ୍ଲାମଶାବାହିତ ରୋଗ ପରାମର୍ଶଦାତା ଅଜିତକୁମାର ଦଳେଇ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ସଂପର୍କ ଅଧିକାରୀ ସତ୍ୟନାରାୟଣ ଦେଓ ଯୋଗଦେଇ ଆଲୋଚନା ରେ ଭାଗନେଇଥିଲେ।

Leave a Reply

Your email address will not be published. Required fields are marked *