ଡୁଆଝର ପିଡବ୍ଲୁଡି ଠାରୁ ଖମତରାଇ ରାସ୍ତା ସଂମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ ,ମରାମତି ପାଇଁ ଦାବୀ

ଖଡିଆଳ/ନୂଆପଡା-୧୯.୦୫.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୁଆପଡା ଜିଲା ଖଡିଆଳ ବ୍ଲକ ଡୁଆଝର ଗ୍ରାମପଞ୍ଚାୟତ ଖମତାରାଇ ଗ୍ରାମ କୁ ସଂଯାଗ କରୁଥିବା ପଞ୍ଚାୟତ ରାସ୍ତା ସଂମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଏହି ଖମତରାଇ ଗ୍ରାମକ ବହୁ ବର୍ଷ ତଲେ ପଞ୍ଚାୟତ ତରଫରୁ ମେଟାଲିଂ ରାସ୍ତା ତିଆରି କରାଯାଇଥିଲା । କିନ୍ତୁ ଦିର୍ଘ ବର୍ଷ ହେଲା ରାସ୍ତା ତିଆରି କରାଯାଉ ନଥିବାରୁ ଏହି ଗ୍ରାମଦେଇ ଯାତାୟତ କରୁଥିବା ଗୁରଜିଭଟା,ମହୁଲକୋଟ ,କୋଟାମାଲ,ପଳମା,ରାଣିମୁଣ୍ଡା ଚଟିଆପଡା ଗ୍ରାମର ଲୋକ ମାନଙ୍କୁ ନାହିଁନଥିବା ଅସୁବିଧା ପରିଳକ୍ଷିତ ହେଉଥିବା ଅଭିଯୋଗ କରିଛନ୍ତି । ଏବିଷୟର ଏହି ୭ ଖଣ୍ଡ ଗ୍ରାମର ଜନସାଧାରଣ ନୁଆପଡା ଜିଲାପାଳ ,ଖଡିଆଳ ବିଡିଓ ,ଘ୬ାମପଞ୍ଚାୟତ ସରପଞ୍ଚ ଓ ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୈାଣସି ସୁଫଳ ମିଲିନଥିବାରୁ କ୍ଷେବ ପ୍ରକାଶ କରିବା ସହିତ ଖଡିଆଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ୭ ଖଣ୍ଡ ଗ୍ରାମର ଲୋକେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ସୁଚନା ଥାଉକି ରାଜ୍ୟ ସରକାର ପ୍ରତିଗ୍ରାମକୁ ସଡକ,ବିଦୁ୍ୟତ,ସ୍ୱାସ୍ଥ୍ୟ ସେବା ,ପାଣି ଯୋଗାଇ ଦେଉଥିବା ଡିଣ୍ଡିମ ପିଟୁଥିବା ବେଲେ ଅନେକଥର ଅଭିଯେଅଗ କଲେ ମଧ୍ୟ ରାସ୍ତା ତିଆରି ପାଇଁ ପଦକ୍ଷେପ ନେଉନଥିବାରୁ ଅସନ୍ତୋଷ ପ୍ରକାଶ କରିବା ସହିତ ତୁରନ୍ତ ରାସ୍ତା ତିଆରି କରିବା ପାଇଁ ପ୍ରଶାସନ କୁ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *