ଓଡ଼ିଶା

ଡୁଆଝର ଗ୍ରାମରେ ଫୁଙ୍କାଝଡା ମାଧ୍ୟମରେ କାମଲ ରୋଗର ଚିକିତ୍ସା, ରୋଗୀଙ୍କ ଲମ୍ବା ଲାଇନ

ଖଡିଆଳ/ନୂଆପଡା-୧୦.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ବର୍ତ୍ତମାନ କାମଳରୋଗର ଭୟ ସାରା ରାଜ୍ୟର ବିଭିନ୍ନ ପ୍ରାନ୍ତରେ ରହିଅଛି। କାମଳରୋଗରେ ଆକ୍ରାନ୍ତ ହୋଇ ଅନେକ ଲୋକ ମୃତ୍ୟୁମୁଖରେ ପଡୁଥିବା ବେଳେ ଏହା ପାଣି ଦ୍ୱାରା ହେଉଥିବା ନେଇ ଅନେକ ଡାକ୍ତର ଓ ଗବେଷକ ମାନେ ମତ ଦେଇ ଆସିଛନ୍ତି। ଅପରପକ୍ଷେ ଏହି ରୋଗର ନିରାକରଣ ପାଇଁ କାମଳରୋଗୀଙ୍କ ସୁଅ ଛୁଟିଛି ଜିଲାର ଖଡିଆଳ ବ୍ଲକ ଅନ୍ତର୍ଗତ ଡୁଆଝର ଗ୍ରାମକୁ। ଏକ ଭିନ୍ନ ନିଆରା ରୂପରେ ଦେଖିବାକୁ ମିଳେ ଏହି ରୋଗର ନିରାକରଣ। ନୂଆପଡା ଜିଲାର ଖଡିଆଳ ସହର ଠାରୁ ମାତ୍ର ୮ କିଲୋମିଟର ଦୂରତାରେ ରହିଛି ଡୁଆଝର ଗ୍ରାମ। ଏହି ଗାଁ କାମଲ ରୋଗର ଝଡାଫୁଙ୍କା ଚିକିତ୍ସା ପାଇଁ ବହୁ ପ୍ରସିଦ୍ଧ। ଗ୍ରାମ ସହ ସ୍ଥାନୀୟ ଅଞ୍ଚଳର ୩୦ରୁ୩୫ ଜଣ ଯୁବକ ଏଠାରେ ଝଡାଫୁଙ୍ଗା କରି ରୋଗୀଙ୍କ କାମଳରୋଗ ଦୂର କରାଇଥାନ୍ତି। ଫଳରେ ଆଖପାଖ ଅଞ୍ଚଳ ତଥା ବହୁ ଦୂରାଦୁରାନ୍ତରୁ ଅନେକ ଲୋକଙ୍କ ସୁଅ ଛୁଟୁଥାଏ ଏହି ଗ୍ରାମକୁ। ଭୋର ସକାଳ ୫ଘଣ୍ଟାରୁ ଏହି ଫୁଙ୍କାଝଡା କାମ ଆରମ୍ଭ ହୋଇ ଦିନ ୧୨ଟାଯାଏଁ ସମାପ୍ତ ହୋଇଥାଏ। ପ୍ରତି ରବିବାର ଓ ମଙ୍ଗଳବାର ଦିନ ଏହି ଗାଁର ବସ୍ଷ୍ଟାଣ୍ଡ ନିକଟ ଏକ ଲିମ୍ବ ଗଛ ବୃକ୍ଷ ତଳେ କାମଳରୋଗୀ ମାନେ ଲମ୍ବାଧାଡି ହୋଇ ଛିଡା ହୋଇଥାନ୍ତି। ପ୍ରତି ରୋଗୀଙ୍କ ନିକଟରେ ଏକ କଂସା ଥାଳି, ଧୂପଘାସ, ଗୋଟିଏ ତମ୍ବା ଟଙ୍କା, ଗୋଟିଏ କଉଡ, ଗୋଟିଏ ଅଦାଗଣ୍ଡି, ହଳଦୀ ଗଣ୍ଠି, ଗୋଟିଏ ଲୁହାକଣ୍ଟା ଓ ଗୋଟେ ଲିଟର ସୋରିଷ ତେଲ ଧରି ଚିକିତ୍ସା ହୋଇଥାନ୍ତି। କାମଳରୋଗୀ ଓ ଜଣ୍ଡିସ୍ ଉପଚାର ପାଇଁ ଦୀର୍ଘ ତିନି ପିଢିରୁ ଡୁଆଝର ଗାଁରେ ଏହାର ନିରାକରଣ କରାଯାଉଛି। ଫଳରେ ବହୁ ଦୂରାଦୁରାନ୍ତରୁ ଲୋକେ ବିଶ୍ୱାସ କରି ଏଠାକୁ ଚିକିତ୍ସା ପାଇଁ ଆସିଥାନ୍ତି। କେବଳ କମ୍ ଖର୍ଚ୍ଚ, ଅଳ୍ପ ସମୟ ଓ ଅତି ସହଜ ଉପାୟରେ ଫୁଙ୍କାଝଡା ମାଧ୍ୟମରେ କାମଳରୋଗୀର ଚିକିତ୍ସା କରାଯାଇଥାଏ। ଏହାର ଉପଚାର ପ୍ରକ୍ରିୟା କେବଳ ୩ ଦିନ ମାତ୍ର। ଫୁଙ୍କାଝଡା ପ୍ରକ୍ରିୟା ଏକ ନିଆରା ରୂପ। କଂସା ଥାଳି ଭିତରେ ସୋରିଷ ତେଲ, ପୁରୁଣା ତମ୍ବା ପଇସା, ହଳଦୀ ଗଣ୍ଠି, ଲୁହାକଣ୍ଟାକୁ ଧୂପଘାସ ଦ୍ୱାରା ରୋଗୀଙ୍କ ମୁଣ୍ଡରେ ରଖି ମୁହଁରେ ମନ୍ତ୍ର ପାଠକରି ଘସା ଯାଇଥାଏ। ଏହାପ୍ରାୟ ୫ ରୁ୧୦ ମିନିଟ୍ ପର୍ଯ୍ୟନ୍ତ ଘସାଯିବା ପରେ ଫୁଙ୍କାଝଡା କରି କଂସା ଥାଳିରେ ଥିବା ତୈଲ ଓ ଅନ୍ୟାନ୍ୟ ସାମଗ୍ରୀକୁ ନେଇ ରାସ୍ତା ଉପରେ ଫୋପାଡି ଦିଆଯାଏ। ଏହାପରେ ରୋଗୀର ରୋଗ ସାଙ୍ଗେସାଙ୍ଗେ ଦୂର ହୋଇଯିବା କଥା ଫୁଙ୍କାଝଡା ସ୍ୱେଚ୍ଛାସେବୀ ଓ ରୋଗୀ ମାନେ ପ୍ରକାଶ କରନ୍ତି। ଏହି ରୋଗ ପାଇଁ ପ୍ରସିଦ୍ଧ ଏହି ଗ୍ରାମକୁ ଲୋକଙ୍କ ଲମ୍ବା ଧାଡି ଲାଗିଥାଏ। କାମଲ ରୋଗୀମାନେ ଏହି ମାଧ୍ୟମର ଫୁଙ୍କାଝଡା ଦ୍ୱାରା ଭଳ ହୋଇ ଯାଉଥିବା ପ୍ରକାଶ କରନ୍ତି। ଅନ୍ୟପକ୍ଷରେ ଏହି ରୋଗରେ ଆକ୍ରାନ୍ତ ରୋଗୀମାନେ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଅନେକ ଟଙ୍କା ଖର୍ଚ୍ଚାନ୍ତରେ ପଡୁଥିବା ବେଳେ ଡୁଆଝର ଗ୍ରାମର ଫୁଙ୍କାଝଡା ଅଳ୍ପ ଖର୍ଚ୍ଚରେ ହୋଇଥାଏ। ଫଳରେ କାମଲରୋଗୀଙ୍କ ଲମ୍ବା ଧାଡି ଏଠାରେ ଲାଗି ରହିଥାଏ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top