ଜିଲ୍ଲା ପରିକ୍ରମା

ଡି.ଏ.ଭି. ୟୁନିଟ୍-୮ ସ୍କୁଲ୍ ର ମନମାନି ନେଇ ଅବିଭାବକ ସଂଘର ବୈଠକ

ଭୁବନେଶ୍ୱର, ତା ୨୯ା୭ : ଆଜି ଭୁବନେଶ୍ୱର ୟୁନିଟ୍-୮ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟସ୍ଥ ଏକ ବୈଠକ ପ୍ରକୋଷ୍ଠରେ ଡିଏଭି-୮ ସ୍କୁଲ୍ ଅଭିଭାବକ ସଂଘର ଏକ ଜରୁରୀ ବୈଠକ ଡକାଯାଇଥିଲା। ଏଥିରେ ଶତାଧିକ ଅଭିଭାବକ ଯୋଗଦେଇ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ମନମାନି ଉପରେ ଆଲୋଚନା କରିଥିଲେ। ସ୍କୁଲ୍ କର୍ତ୍ତୃପକ୍ଷଙ୍କ, ପିଲାମାନଙ୍କ ସୁରକ୍ଷା ପ୍ରତି ଅବହେଳା ସହ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ସୁହାଇଲା ଭଳି ପ୍ରତିନିଧି ଚୟନ ପ୍ରଣାଳୀକୁ ଘୋର ବିରୋଧ କରାଯାଇଥିଲା।
ସ୍କୁଲ୍ ଚତୁରତାର ସହ କର୍ତ୍ତୃପକ୍ଷଙ୍କୁ ସୁହାଇଲା ଭଳି ନିୟମ ଦର୍ଶାଇ ଅଭିଭାବକମାନଙ୍କଠାରୁ ଅବିଭାବକ ପ୍ରତିନିଧି ଚୟନ ଆବେଦନ ଆହ୍ୱାନ କରିଛନ୍ତି। ଅନେକ ଅଭିଭାବକ ଏହି ପ୍ରକ୍ରିୟାକୁ ବିରୋଧ କରି ଆବେଦନ କରୁନଥିବା ବେଳେ ଏଥିରେ ସ୍କୁଲ୍ କର୍ତ୍ତୃପକ୍ଷ ପିଲାମାନଙ୍କ ଉପରେ ଚାପ ପ୍ରୟୋଗ କରି ବାପା-ମାଆଙ୍କଠାରୁ ଆବେଦନ ପତ୍ରରେ ଦସ୍ତଖତ ଆଣିବା ପାଇଁ ବାଧ୍ୟ କରୁଛନ୍ତି ବୋଲି କିଛି ଅଭିଭାବକ ଅଭିଯୋଗ କରିଥିଲେ।

ମାନ୍ୟବର ସୁପ୍ରିମକୋର୍ଟଙ୍କ ଏଭଳି ପ୍ରତିନିଧି ଚୟନ ପ୍ରକ୍ରିୟାକରଣ ନିର୍ଦ୍ଦେଶ ନଥିବା ସତ୍ତ୍ୱେ ଏହି ଆବେଦନପତ୍ରରେ ସ୍କୁଲ୍ କର୍ତ୍ତୃପକ୍ଷ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ନଂ-୪୫୫୬/୨୦୧୪ ଦର୍ଶାଇ ଅଭିଭାବକମାନଙ୍କୁ ଭୂଆଁ ବୁଲାଯାଉଅଛି।

ପ୍ରକାଶଥାଉକି, ଗତବର୍ଷ ଏହିଭଳି ଏକତରଫା ଅଭିଭାବକ ଚୟନ କରି, ସେମାନଙ୍କ ସୁପାରିଶ ନାମରେ ସ୍କୁଲ୍ କର୍ତ୍ତୃପକ୍ଷ ଚକ୍ରବୃଦ୍ଧି ହାରରେ ମାସିକ ଦେୟ ବୃଦ୍ଧି କରିଛନ୍ତି। ଏହାକୁ ବିରୋଧ କରି ଅଭିଭାବକ ସଂଘ ମାନ୍ୟବର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହା ମାନ୍ୟବର କୋର୍ଟଙ୍କ ବିଚାରାଧୀନ ଥିବାବେଳେ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ପୁନଶ୍ଚ ଏହିଭଳି ମନମାନି ପ୍ରକ୍ରିୟାକୁ ଅଭିଭାବକ ସଂଘ ବିରୋଧ କରିଛି। ଏପଟେ ଓଡ଼ିଶା ସରକାର ଏକ ଫି ନିର୍ଦ୍ଧାରଣ କମିଟି ଗଠନ କରି ଅଭିଭାବକମାନଙ୍କୁ ନ୍ୟାୟ ଦିଆଯିବ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରଚାର କରାଯାଇଅଛି। କିଛି ଅଭିଭାବକ ଗତକାଲି ଟାଇମସ୍ ଅଫ୍ ଇଣ୍ଡିଆରେ ପିଲାଚୋରୀ ଲୁଟେରାଙ୍କ ଦୌରାତ୍ମ୍ୟ ଖବର ପ୍ରକାଶ ପାଇବା ପରେ ଡି.ଏ.ଭି. ସ୍କୁଲ୍ର ସୁରକ୍ଷା ପଦକ୍ଷେପ ଉପରେ ପ୍ରଶ୍ନ କରିଥିଲେ। ଏସବୁ ନେଇ ଅଭିଭାବକ ସଂଘର ଏକ ପ୍ରତିନିଧି ଦଳ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ଭେଟିବାର ପ୍ରସ୍ତାବ ରଖିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top