ସମ୍ବଲପୁର, ୨୯ା୩(ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା)- ସମ୍ବଲପୁର ସହର ମଧ୍ୟରେ ଥିବା ଡିୟର ପାର୍କ ପାହାଡ ଜଙ୍ଗଲରେ ପୁଣି ଗୁରୁବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ଅନେକ ମୂଲ୍ୟବାନ ଗଛ ପୋଡି ନଷ୍ଟ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପ୍ରାୟ ୪୫ମିନିଟ୍ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ। ଏଥିରେ ଗୋଟିଏ ଦମକଳ ଗାଡି ସହ ୬ଜଣ କର୍ମଚାରୀ ନିୟୋଜିତ ହୋଇଥିଲେ। ଦିନକୁ ଦିନ ଗ୍ରୀଷ୍ମ ତାପ ବଢ଼ୁଥିବା ବେଳେ ଜଙ୍ଗଲ ପୋଡି ଯୋଗୁଁ ତାପମାତ୍ରା ବୃଦ୍ଧି ପାଉଛି। ଏସବୁ ସତ୍ତ୍ୱେ କିଛି ଅସାମାଜିକ ବ୍ୟକ୍ତି ଜଙ୍ଗଲରେ ନିଆଁ ଲଗାଇ ଦେଉଛନ୍ତି। ଫଳରେ ତାପମାତ୍ରା ବୃଦ୍ଧି ପାଇବା ସହ ପରିବେଶ ନଷ୍ଟ ହେଉଛି। ସୂଚାନ ଯୋଗ୍ୟ, ଗତ ୨୭ ତାରିଖରେ ଏହି ଡିୟର ପାର୍କ ଜଙ୍ଗଲରେ ନିଆଁ ଲାଗିଥିଲା। ଫଳରେ ନିଆଁକୁ ଆୟତ କରିବା ପାଇଁ ଅଗ୍ନିଶମ ବାହିନୀଙ୍କୁ ପ୍ରାୟ ୨ଘଣ୍ଟା ଲାଗିଥିଲା। ଏହାର ଦିନକ ପରେ ପୁଣି ଏହି ପାହାଡ ଜଙ୍ଗଲରେ ନିଆଁ ଲାଗିବା ଘଟଣା ପରିବେଶବିତ୍ ମାନଙ୍କୁ ଚିନ୍ତାକୁ ପକାଇ ଦେଇଛି।

Loading...