ଡିସେମ୍ବର ୯ ରୁ ବୌଦ୍ଧରେ ଧନୁଯାତ୍ରା ନେଇ ପ୍ରଥମ ପ୍ରସ୍ତୁତି ବୈଠକ

ବୌଦ୍ଧ,୧୨ା୧୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧରେ ଆସନ୍ତା ଡିସେମ୍ବର ମାସ ୯ ତାରିଖ ଠାରୁ ଧନୁଯାତ୍ରା ନାଟୋସôବ ପାଳନ କରିବା ନେଇ ମଦନ ମୋହନ ନାଟ୍ୟ କଳା ପରିଷଦ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଛି । ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଆୟୋଜକ ମଦନମୋହନ ନାଟ୍ୟ ପରିଷଦର କର୍ମକର୍ତ୍ତା ମାନେ ଧନୁଯାତ୍ରା ନାଟୋସôବ କିପରି ଅଧିକ ଆକର୍ଷଣ ଓ ଭକ୍ତିଭାବାପନ୍ନ ଭାବେ ପାଳନ କରାଯିବ ସେଥିପାଇଁ ଏକ ପ୍ରସ୍ତୁତି ବୈଠକର ଆଯୋଜନ କରାଯାଇଛି । ଅନୁଷ୍ଠାନର ସଂପାଦକ ଦିଗାମ୍ବର ମହାରଣାଙ୍କ ଅଧକ୍ଷତାରେ ଏହି ପ୍ରସ୍ତୁତି ବୈଠକରେ ଆସନ୍ତା ଡିସେମ୍ବର ମାସ ୯ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଏହି ଉସôବ ସହରର ଭୈରବୀ ପଡିଆରେ ଅନୁଷ୍ଠିତ ହେବା ପାଇଁ ସ୍ଥିରକୃତ ହୋଇଛି । ପ୍ରତି ବର୍ଷ ସାତ ଦିନ ଧରି ଏହି ନାଟ୍ୟେସôବ ପାଳିତ ହେଉଥିବା ବେଳେ ଏବର୍ଷ ରାଜା ଉଗ୍ରେସନଙ୍କ ରାଜ୍ୟାଭିଷେକ ସହିତ ଏକ ଜାଗର ଯାତ୍ରା ହେବା ସହିତ ଦୀର୍ଘ ୯ ଦିନ ଧରି ପାଳନ କରାଯିବ ବୋଲି ନାଟ୍ୟ କଳା ପରିଷଦର ସମସ୍ତ ସଦସ୍ୟଙ୍କ ପକ୍ଷରୁ ନିଷ୍ପିତି ଗହଣ କରାଯାଇଛି । କଂସ ବଧ ଦିନଟି କଂସଙ୍କ ନଗର ପରିକ୍ରମା ସହ କୃଷ୍ନ ବଳରାମଙ୍କ ମଧ୍ୟ ନଗର ପରିକ୍ରମା ବହୁ ଆଡମ୍ବର ସହକାରେ କରାଯିବାକୁ ସ୍ଥିର ହୋଇଛି । ଏହି ପ୍ରସ୍ତୁତି ବୈଠକରେ କଳା ପରିଷଦର ସଭାପତି ରାମହରି ପାତ୍ର , ଉପସଭାପତି ସଂଞୟ ମହାରଣା, ସହ ସଂପାଦକ ପଙ୍କଜ କୁମାର ମେହେର, ନାଟ୍ୟ ପରିଚାଳକ କୀର୍ତ୍ତଚନ୍ଦ୍ର ଭୋଇଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *