ଡିସେମ୍ବର ସୁଦ୍ଧା ୨୨୧୮୬ ଗୃହ ସାରିବାକୁ ନିର୍ଦ୍ଦେଶ

ଭଦ୍ରକ, ୨ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଚଳିତ ଆର୍ଥିକ ବର୍ଷ ୨୦୧୮-୧୯ ରେ ଗ୍ରାମୀଣ ଆବାସ ଯୋଜନାରେ ଜିଲାର ୨୮୨୭୬ ଟି ଗୃହ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରହିଛି। ଏହା ମଧ୍ୟରୁ ଆଜିସୁଦ୍ଧା ୬୦୯୦ ଟି ଗୃହ ସଂପୂର୍ଣ୍ଣ ହୋଇଛି, ଅବଶିଷ୍ଟ ଘର ଆସନ୍ତା ଡିସେମ୍ବର ମାସ ସୁଦ୍ଧା ସଂପୂର୍ଣ୍ଣ କରାଯିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଛି। ଗ୍ରାମୀଣ ଆବାସ ଯୋଜନାର ଅଗ୍ରଗତିକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଉପରେ ବାରମ୍ବାର ଚାପ ସୃଷ୍ଟି କରାଯିବା ସହ ପ୍ରତିମାସ ଜିଲାପାଳ ଅଗ୍ରଗତି ସଂପର୍କରେ ସମୀକ୍ଷା କରୁଛନ୍ତି। ହିତାଧିକାରୀମାନଙ୍କ ଅସହଯୋଗ ଅଗ୍ରଗତିରେ ପ୍ରତିବନ୍ଧକ ସାଜୁଥିବା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ତରଫରୁ ମତ ପ୍ରକାଶ ପାଇଛି। ଏଥିପାଇଁ ବ୍ଲକ୍ ପ୍ରୋଗ୍ରାମ୍ ଅଫିସର ଓ ନିର୍ବାହୀ ଅଧିକାରୀମାନଙ୍କୁ କ୍ଷେତ୍ରୀୟ ତଦନ୍ତ କରି ତଦାରଖ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କଡା ନିର୍ଦ୍ଦେଶ ଦିଆଯାଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନୂଆ ଗୃହ ସହ ପୂର୍ବବର୍ଷର ଅସଂପୂର୍ଣ୍ଣ ୧୯୬୮୩ ଗୃହକୁ ମିଶାଇ ସମୁଦାୟ ୨୮୨୭୬ ଟି ଗୃହ ସଂପୂର୍ଣ୍ଣ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି। ଏହାମଧ୍ୟରୁ ବାସୁଦେବପୁର ବ୍ଲକ୍ର ଲକ୍ଷ୍ୟ ଧାର୍ଯ୍ୟ ଥିବା ୫୧୦୨ ଟି ଗୃହ ମଧ୍ୟରୁ ୭୬୮ ଘର ଶେଷ ହୋଇଛି। ସେହିପରି ଭଦ୍ରକ ବ୍ଲକ୍ର ୩୪୯୪ ମଧ୍ୟରୁ ୭୬୮, ଭଣ୍ଡାରିପୋଖରୀର ୨୪୬୫ ମଧ୍ୟରୁ ୫୨୨, ବନ୍ତର ୩୧୮୩ ମଧ୍ୟରୁ ୬୦୫, ଚାନ୍ଦବାଲିର ୫୫୨୫ ମଧ୍ୟରୁ ୧୬୧୬, ଧାମନଗରରର ୩୯୦୦ ମଧ୍ୟରୁ ୭୩୭, ତିହିଡି ବ୍ଲକ୍ର ଲକ୍ଷ୍ୟ ଧାର୍ଯ୍ୟ ଥିବା ୪୬୦୭ ମଧ୍ୟରୁ ୧୦୭୪ ଟି ଗୃହ ଶେଷ ହୋଇଛି। ଅବଶିଷ୍ଟ ୨୨୧୮୬ ଟି ଅସଂପୂର୍ଣ୍ଣ ଗୃହ ଆସନ୍ତା ଡିସେମ୍ବର ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ରହିଛି। ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଭଦ୍ରକ ବ୍ଲକ୍ ପାଇଁ ୧୦୭୮ ଟି ନୂଆ ଗୃହ ବାସୁଦେବପୁର ବ୍ଲକ୍ ପାଇଁ ୧୪୪, ଚାନ୍ଦବାଲି ୧୬୧୧, ଧାମନଗର ୧୨୬୩, ବନ୍ତ ୮୪୮, ତିହିଡି ୧୭୦୮ ଓ ଭଣ୍ଡାରିପୋଖରୀ ବ୍ଲକ୍ରେ ୬୪୫ ଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରହିଛି।

Leave a Reply

Your email address will not be published. Required fields are marked *