ଡିସେମ୍ବର ସୁଦ୍ଧା ପ୍ରତ୍ୟକ୍ଷ ଟିକସ ଆଦାୟରେ ୧୮.୨% ବୃଦ୍ଧି

– ୨୦୧୭-୧୮ ଆର୍ଥିକ ବର୍ଷର ଡିସେମ୍ବର ସୁଦ୍ଧା ପ୍ରତ୍ୟକ୍ଷ ଟିକସ ଆଦାୟରେ ୧୮.୨% ବୃଦ୍ଧି
– ପ୍ରତ୍ୟକ୍ଷ ଟିକସ ଆଦାୟ ଆକଳନର ଏହା ୬୭%
– ଅଗ୍ରୀମ ଟିକସ ଆଦାୟରେ ୧୨.୭% ବୃଦ୍ଧି

ନୂଆଦିଲ୍ଲୀ ୧୦-୧ (ଓଡ଼ିଆ ପୁଅ) ସଦ୍ୟତମ ତଥ୍ୟ ଅନୁଯାୟୀ, ୨୦୧୭-୧୮ ଆର୍ଥିକ ବର୍ଷର ଡିସେମ୍ବର, ୨୦୧୭ ସୁଦ୍ଧା ପ୍ରତ୍ୟକ୍ଷ ଟିକସ ଆଦାୟ ପରିମାଣ ୬.୫୬ ଲକ୍ଷ କୋଟି ଟଙ୍କାରେ ପହଁଚିଛି। ଏହା ପୂର୍ବ ଆର୍ଥିକ ବର୍ଷର ସମାନ ଅବଧିରେ ଆଦାୟ ହୋଇଥିବା ପ୍ରତ୍ୟକ୍ଷ ଟିକସ ତୁଳନାରେ ୧୮.୨% ଅଧିକ। ମୋଟ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ପରିମାଣ ୨୦୧୭-୧୮ ଆର୍ଥିକ ବର୍ଷର ବଜେଟରେ କରାଯାଇଥିବା ପ୍ରତ୍ୟକ୍ଷ ଟିକସ ଆଦାୟ ଆକଳନ(୯.୮ ଲକ୍ଷ କୋଟି )ର ୬୭%ରେ ପହଁଚିଥିବା ଜଣାପଡ଼ିଛି। ଫେରସ୍ତ ସମାଧାନ(Refund Adjustment) ପରେ ମୋଟ ସଂଗ୍ରହ ଏପ୍ରିଲରୁ ଡିସେମ୍ବର ୨୦୧୭ ମଧ୍ୟରେ ୧୨.୬% ବୃଦ୍ଧି ପାଇ ୭.୬୮ ଲକ୍ଷ କୋଟି ଟଙ୍କାରେ ପହଁଚିଛି। ଏପ୍ରିଲରୁ ଡିସେମ୍ବର, ୨୦୧୭ ମଧ୍ୟରେ ୧.୧୨ ଲକ୍ଷ କୋଟି ଟଙ୍କାର ଫେରସ୍ତ/ରିଫଣ୍ଡ ଜାରି କରାଯାଇଛି।

ଡିସେମ୍ବର, ୨୦୧୭ ସୁଦ୍ଧା ଅଗ୍ରୀମ ଟିକସ ଆକାରରେ ୩.୧୮ କୋଟି ଟଙ୍କା ସଂଗୃହିତ ହୋଇଛି। ପୂର୍ବ ବର୍ଷର ସମାନ ଅବଧିରେ ଆଦାୟ ହୋଇଥିବା ଅଗ୍ରୀମ ଟିକସ ତୁଳନାରେ ଏହା ୧୨.୭% ଅଧିକ। କର୍ପୋରେଟ ଆୟକର (ସିଆଇଟି) ଅଗ୍ରୀମ ଟିକସ ସଂଗ୍ରହରେ ୧୦.୯% ଏବଂ ବ୍ୟକ୍ତିଗତ ଆୟକର (ପିଆଇଟି) ଅଗ୍ରୀମ ଟିକସ ସଂଗ୍ରହରେ ୨୧.୬% ବୃଦ୍ଧି ପରିଲକ୍ଷିତ ହୋଇଛି।

Leave a Reply

Your email address will not be published. Required fields are marked *