ଡିମୁଣ୍ଡିକୁ ନେଇ ବିବାଦ ତୁଟୁନି: ମାସକପରେ ଆଉଏକ ବୈଠକ

ରାୟଗଡା, ୨/୬/୨୦୧୭, (ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ)-ଡିମୁଣ୍ଡିକୁ ନେଇ ବର୍ଷବର୍ଷର ବିବାଦ ତୁଟୁନି। ରାୟଗଡା ଜିଲା ଉତ୍କଳ ଆଲୁମିନା କାରଖାନ ପାଖ ଗାଁକୁ ନେଇ କୌଣସି ନିସ୍କର୍ଷ ବାହରିପାରୁନାହିଁ। ପ୍ରଦୂଷଣକୁ ନେଇ ଗାଁବାସୀ ଗତ ୮ଦନ ତଳେ କାରଖାନ ଭିତରକୁ ପସି ଫାଟକ ବନ୍ଦ କରି ଆନ୍ଦୋଳ କରିବସିଥିବା ବେଳେ ଗାଁ ବାସିନ୍ଦାକୁ ନେଇ ବିସ୍ଥାପିତର ସମସ୍ତ ମାନ୍ୟତା ଦେଇ ଗାଁକୁ ସ୍ଥାନାନ୍ତର କରିବାକୁ ହୋଇଆସୁଥିବା ଦାବି ସମ୍ପର୍କରେ ଜିଲା ପ୍ରଶାସନର ଉପସ୍ଥିତିରେ ଶୁକ୍ରବାର ତ୍ରୀପାକ୍ଷିକ ଆଲୋଚନା ହୋଇଛି। ଜିଲାପାଳ ଗୁହା ପୁନମ ତାପସ କୁମାରଙ୍କ ଅଧ୍ୟକ୍ଷତାରେ ଜିଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆଲୋଚନା ପାଇଁ ଏକ ବୌଠକ ଅନୁଷ୍ଟିତ ହୋଇଥିଲା।

ଦିର୍ଘ ୪ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ଚାଲିଥିଲା। ତେବେ ସରକାରଙ୍କ ବିସ୍ତାପନ ନୀୟମ ମୁତାବକ ସେମାନଙ୍କୁ ବିସ୍ତାପିତ କରିବାକୁ ଲୋକେ ଦାବି କରିଥିଲେ। କାରଖାନା ବିସ୍ଥାପଦ ଆକ୍ଟ ଅନୁଯାଇ ରହିଥିବା ସମସ୍ତ ସୁବିଧା ସୁଯୋଗ ଦେବାସହ ସେମାନଙ୍କୁ ଘର ଖଣ୍ଡିଏ ଖଣ୍ଡିଏ ଦେବାପାଇଁ ମଧ୍ୟ ଡମୁଣ୍ଡି ଗାଁରୁ ପ୍ରତିନିଧିତ୍ୱ କରୁଥିବା ଲୋକେ ପ୍ରଶାସନ ଓ କାରଖାନା କତ୍ତୃପକ୍ଷଙ୍କ ନିକଟରେ ଦାବି କରିଥିଲେ। ତେବେ କାରଖାନା ପକ୍ଷରୁ ସମସ୍ତ ଦାବିକୁ ଗ୍ରହଣ କରଯାଇଥିବା ବେଳେ ପୂର୍ବରୁ ଏନେଇ ହାଇକୋର୍ଟରେ ମାମଲା ରହିଛି। ଆଉ ତାର ବିଚାର ଚାଲିଥିବା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିବା ଜଣାପଡିଛି। କାରଖାନ ପ୍ରତିଷ୍ଟା ବେଳେ ଗାଁରେ ୭୦ ପରିବାର ରହୁଥିବାବେଳେ ବର୍ତ୍ତମାନ ତାହା ବଢ଼ିଛି। ତଥାପି ପ୍ରତ୍ୟେକ ପରିବାରକୁ ୧୦ଡେସିମିଲ ଜମି ପ୍ରଦାନ କରିବାକୁ କାରଖାନା ପକ୍ଷରୁ ପ୍ରସ୍ତାବ ରଖାଯାଇଥିଲା। ବୟସ୍କଙ୍କ ଭତ୍ତାକୁ ୫୦୦ରୁ ବଢ଼ାଇ ୭୫୦ଟଙ୍କା କରାଯିବା ସହ ବାଦ ପଡିଥିବା ଲୋକଙ୍କୁ ସାମିଲି କରିବାକୁ ଆଲୋଚନା କରାଯାଇଥିଲା। କିନ୍ତୁ ବିସ୍ତାପନର ମାନ୍ୟତା ଦେବାପରେ ସେମାନେ ଗାଁ ଛାଡିବେ ବୋଲି ଡିମୁଣ୍ଡି ଗାଁର ପୁରନ୍ଦର ନାୟକ ଭଳି ବହୁ ପ୍ରତିନିଧି ମାନେ ମତ ରଖିଥିଲେ। ତେବେ ଏହି ଆଲୋଚନାକୁ ପୁଣି ସ୍ଥଗିତ ରଖି ଆସନ୍ତା ୧ମାସ ପରେ ପୁଣି ଏକ ବୈଠକରେ ଆଲୋଚନା କରିବାକୁ ସ୍ଥିରିକୃତ କରାଯାଇଥିବା ଜଣାପଡିଛି। ବୈଠକରେ ଜିଲାପ୍ରଶାସନ ପକ୍ଷରୁ ଜିଲାପାଳଙ୍କ ସମେତ ଏସପି ରାହୁଲ ପିଆର, ଉପଜିଲାପାଳ ପ୍ରବୀର କୁମର ନାୟକ, ଅତିରିକ୍ତ ଏସପି ୱାଇ ଜଗନ୍ନାଥ ରାଓ, ଅତିରିକ୍ତ ସୁଧାକର ଶବର ଏବଂ ଜିଲାପଳଙ୍କ ସମେତ କାରଖାନାର ପରାମର୍ଶ ଦାତା ସୂର୍ଯ୍ୟକାନ୍ତ ମିଶ୍ର, ମହାପ୍ରବନ୍ଧକ ରାକେଶ ମିଶ୍ର, ୟୁନିଟ ମୁଖ୍ୟ ଏନ ନାଗେଶ ପ୍ରମୁଖ ଯୋଗଦେଇଥିବାବେଳେ ଡିମୁଣ୍ଡି ଗାଁର ପୁରନ୍ଦର ନାୟକ, ଶଙ୍କର୍ଷଣ ନାୟକ, ମୋତିଲାଲ ନାୟକ, ହଡିଗୁଡା ସରପଞ୍ଚ କାନ୍ତା ମାଝି, କାଶୀପୁର ଉପାଧନ୍‌ୟକ୍ଷ ଶଙ୍କର୍ଷଣ ନାୟକଙ୍କ ଭଳି ପ୍ରତିନିଧିତ୍ୱ କରୁଥିବା ୨୦ଜଣ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *