ଡିଭାଇନ୍ ସ୍ପିରିଟ୍ ଅନୁଷ୍ଠାନ ପକ୍ଷରୁ ଯୋଗ ଦିବସ

ପୁରୀ:୨୨/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଡିଭାଇନ ସ୍ପିରିଟ୍ ଆନୁକୂଲ୍ୟରେ ଅର୍ବାନ ହାଟ ପରିସରରେ ପାଳିତ ହୋଇଛି ଚତୁର୍ଥ ଆର୍ନ୍ତଜାତିକ ଯୋଗ ଦିବସ। ଆନନ୍ଦାଶ୍ରମର ଅଧ୍ୟକ୍ଷ ସ୍ୱାମୀ ଶୁଭାନନ୍ଦ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ ଯୋଗ ସୁସ୍ଥ ରହିବାର ମାଧ୍ୟମ। ଯୋଗ ଦ୍ୱାରା ସୁସ୍ଥ ଶରୀର, ସୁସ୍ଥ ମନ ଓ ସୁସ୍ଥ ସମାଜ ଗଠନ ସମ୍ଭବ। ଦୈନନ୍ଦିନ ଜୀବନଶୈଳୀରେ ପ୍ରତ୍ୟେକ ଯୋଗଭ୍ୟାସ କରିବାକୁ ସେ ଆହ୍ୱାନ ଦେଇଥିଲେ। ପୌରସଦସ୍ୟ ବଳରାମ ରେଡ୍ଡୀ ଯୋଗ ସମ୍ପର୍କରେ ନିଜର ଅନୁଭୂତି ବନ୍ଦନା କରି ପ୍ରତ୍ୟହ ଯୋଗାସମ ଦ୍ୱାରା ଜଣେ ରୋଗକୁ ପ୍ରତିହିତ କରିପାରିବ ବୋଲି ସେ କହିଥିଲେ। ଡିଭାଇନ୍ ସ୍ପିରିଟ୍ ର ମୁଖ୍ୟ ମଧୁସୂଦନ ରାୟ ଯୋଗ ଦିବସ ପାଳନର ମହତ୍ତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଯୋଗାଭ୍ୟାସ କରାଯାଇଥିଲା। ଛୋଟ ଛୋଟ ପିଲାଙ୍କ ସମେତ ଶତାଧିକ ବ୍ୟକ୍ତି ଯୋଗାଭ୍ୟାସ କରିଥିଲେ।

Leave a Reply

Your email address will not be published. Required fields are marked *