ଓଡ଼ିଶା

ଡିବି ନିଆଁରେ ପୋଡି ହୋଇ ୧୪ବର୍ଷର ନାବାଳିକା ଜୀବନ୍ତ ଦଗ୍ଧ

ଘଟଗାଁ, ୧୬.୦୫(ଓଡିଆ ପୁଅ/ ଭବାନୀ ପ୍ରସାଦ)- କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ କେତାଙ୍ଗ ଗ୍ରାମରେ ଅଭାବନୀୟ ଘଟଣା ଡିବି ନିଆଁରେ ପୋଡି ହୋଇ ନାବାଳିକା ଜିବନ୍ତ ଦଗ୍ଧ। ଗ୍ରାମର ସତ୍ୟାନନ୍ଦ ବିଶ୍ୱାଳଙ୍କ ନବମ ଶ୍ରେଣୀରେ ପଢୁଥିବା ୧୪ ବର୍ଷର ଝିଅ ତିଳତମା ବିଶ୍ୱାଳଙ୍କ ଏଘଟଣାରେ ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ତିଳତମା ଘରେ ଶୋଇଥିବା ବେଳେ ବିଛଣାରେ ଡିବି ନିଆଁ ଲାଗିଯାଇଥିଲା। ଘର ଭିତର ପାଶ୍ୱରୁ କବାଟ ଦିଆଯାଇଥିବା ବେଳେ ପରିବାର ଲୋକେ ଉଦ୍ଧାର କରିବା ବେଳକୁ ନାବାଳିକା ସମ୍ପୁର୍ଣ୍ଣ ପୋଡି ହୋଇଯାଇଥିଲେ। ପରିବାର ଲୋକଙ୍କଠୁ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଚିଁ ତଦନ୍ତ ଆରମ୍ଭ କରିଥିବା ବେଳେ ଶବବ୍ୟବଚ୍ଛେଦ ପାଇଁ ପାଟଣା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଦେଇଛି। ତେବେ ଏହା ଏକ ଅଘଟଣା ନା ଅନ୍ୟ କିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ପ୍ରକାଶ ପାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top