ଡିପ୍ଲୋମା ଓ ଆଇଟିଆଇ ଛାତ୍ରଛାତ୍ରୀଙ୍କ ସକାଶେ ସରକାରଙ୍କ ନୂତନ ଯୋଜନା

ରାଉରକେଲା ୩୦/୪ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ରାଜ୍ୟ ଉନ୍ନୟନ କମିଶନର ଆର.ବାଳକୃଷ୍ଣନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଓଡ଼ିଶା ସରକାର ରାଜ୍ୟର ବୈଷୟିକ ଶିକ୍ଷାର ଡିପ୍ଲୋମା ଓ ଆଇଟିଆଇ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଉନ୍ନତ ଭବିଷ୍ୟତ ପାଇଁ ଅନେକ ନୂତନ ଯୋଜନା ପ୍ରଣୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନୂତନ ନିଷ୍ପତ୍ତି ଅନୁଯାୟୀ ଆଇଟିଆଇ ପଢ଼ୁଥିବା ସମସ୍ତ ଛାତ୍ରୀଙ୍କୁ ଚାକିରି ନ ପାଇବା ପର୍ଯ୍ୟନ୍ତ ମାସିକ ୧୦୦୦ଟଙ୍କା ଭତ୍ତା, ଆସନ୍ତୀ ଶିକ୍ଷାବର୍ଷରୁ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ନାମଲେଖା ଫି’ ଛାଡ଼, ପାଠ୍ୟ ଉପକରଣ ଓ ଅନୁଷ୍ଠାନକୁ ଯିବା ଆସିବା କରିବା ନିମନ୍ତେ ଛାତ୍ରୀଙ୍କୁ ମାସିକ ୫୦୦ଶହ ଟଙ୍କାର ସହାୟତା, ତା’ ଛଡ଼ା ଡିପ୍ଲୋମା ପଢ଼ୁଥିବା କୌଣସି ଛାତ୍ରଛାତ୍ରୀଙ୍କ ଅଭିଭାବକ ଯଦି ଦୈବାତ ମୃତ୍ୟୁବରଣ କରନ୍ତି ଏବଂ ପରିବାରର ବାର୍ଷିକ ଆୟ ୬ ଲକ୍ଷରୁ କମ୍ ହୋଇଥିଲେ ପଢ଼ା ଶେଷ ହେବା ପର୍ଯ୍ୟନ୍ତ କଲ୍ୟାଣ ପାଣ୍ଠିରୁ ସହାୟତା ପ୍ରଦାନ ଭଳି ସୁବିଧା ଉପଲବ୍ଧ କରାଯିବାକୁ ସ୍ଥିର କରାଯାଇଛି। ଏପରିକି ସେମିଷ୍ଟାର ପିଛା ୧୦୦ଜଣ ଟପ୍ପର, ପ୍ରତି ସେମିଷ୍ଟାରର ୨୩ ଜଣ ଛାତ୍ରୀ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୬୦୦୦ ଟଙ୍କାର ଶିକ୍ଷାବୃତ୍ତି ଦିଆଯିବା ଭଳି ଦୃଷ୍ଟାନ୍ତମୂଳକ ନିଷ୍ପତ୍ତି ନିଆଯାଇଅଛି। ନବୀନ ସରକାରଙ୍କ ଏପରି ନିଷ୍ପତ୍ତି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ଦୁଇପାଦ ଆଗକୁ ବଢ଼ିବା ସହିତ ରାଜ୍ୟର ପ୍ରଗତିରେ ଏକ ଗଠନମୂଳକ ସହଯୋଗୀତାର ଭାଗିଦାରୀ ଗ୍ରହଣ କରିବାରେ ସଫଳତା ହାସଲ କରିବେ ଏଥିରେ କୌଣସି ସନ୍ଦେହ ନାହିଁ। ନବୀନ ସରକାର ଏପରି ଏକ ନିଷ୍ପତ୍ତି ନେଇଥିବାରୁ ରାଉରକେଲା ବିଜୁ ଛାତ୍ର ଜନତାଦଳ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟଙ୍କୁ ହାର୍ଦ୍ଧିକ କୃତଜ୍ଞତା ଜ୍ଞାପନ କରୁଛି ଏବଂ ବୈଷୟିକ ବିଭାଗର ମନ୍ତ୍ରୀ ସଞ୍ଜୟ ଦାସ ବର୍ମାଙ୍କୁ ମଧ୍ୟ ତାଙ୍କର ଏହି ସଫଳ ପ୍ରଚେଷ୍ଟା ନିମନ୍ତେ ସାଧୁବାଦ ଜଣାଉଛି। ମୁଖ୍ୟମନ୍ତ୍ରୀଙ୍କର ଏହି ନିଷ୍ପତ୍ତି ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପ୍ରତି ଥିବା ତାଙ୍କର ଭଲ ପାଇବା ଓ ଦାୟିତ୍ୱବୋଧତାର ଏକ ଜ୍ୱଳନ୍ତ ଉଦାହରଣ ବୋଲି ଛାତ୍ର ନେତା ଦେବାଶିଷ ମହାନ୍ତି, ସ୍ମୃତିରଞ୍ଜନ ମହାନ୍ତି, ପ୍ରିୟବ୍ରତ ଭଞ୍ଜ, ଜର୍ଜ କେର୍କେଟା, ଲୋକନାଥ ପଣ୍ଡା, ସଦାମ କ୍ୟୁରେସି, ଉତ୍କଳକେଶରୀ ବେହେରା, ରଚିତା ପତି, କୁମାର ସଂଯୋଗ, ଆଶିଷ ମାଳି, ସଚିନ୍ ସିଂ ରଣା, ତାପସ୍ ଘୋସାଲ, ଭଗବାନ ପରିଡ଼ା, ପ୍ରଦ୍ୟୁମ୍ନ ସିଂ, ଶ୍ରୀଧର ସେନାପତି, ସୁଚରିତା ସେନାପତି, ଶୁଭସ୍ମିତା ନାୟକ, ସ୍ମୃତିରଞ୍ଜନ ରାଉତ, ନିକିତା ସିଂ, ରାହୁଲ ରାୟ ପ୍ରମୁଖ ଜଣାଇଛନ୍ତି। ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ କରାଯାଇଥିବା ସ୍ୱତନ୍ତ୍ର ବ୍ୟବସ୍ଥା ଏବଂ ବୃତ୍ତି ସକାଶେ ଦିବ୍ୟାଙ୍ଗଙ୍କ ସକାଶେ ରହିଥିବା ସଂଗଠନ ପକ୍ଷରୁ ସଂଗ୍ରାମ କେଶରୀ ମହାନ୍ତ ଭିନ୍ନ ଏକ ବିବୃତ୍ତିରେ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *