ଡିଜେ ସାଉଣ୍ଡ ସମ୍ପୂର୍ଣ୍ଣ ବନ୍ଦପାଇଁ ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ବାହାନଗା/ବାଲେଶ୍ୱର, ୦୯/୦୯(ଓଡ଼ିଆ  ପୁଅ/ ଭାରତୀ ଦାସ)- ବାଲେଶ୍ୱର ଜିଲ୍ଲା ଉପଜିଲ୍ଲାପାଳଙ୍କ ଅଫିସ ତରଫରୁ ଶବ୍ଦପ୍ରଦୁଷଣକୁ ନିୟନ୍ତ୍ରଣ କରିବା ପାଇଁ ଜିଜେକୁ ସମ୍ପୂର୍ଣ୍ଣ ରୁପେ ବନ୍ଦ କରିବା ପାଇଁ ଚିଠି ନଂ ୨୦୬୫ ତା ୧୦/୦୮/୧୮ରିଖରେ ଜିଲ୍ଲାର ସମସ୍ତ ଆଇଆଇସି, ଓଆଇସି, ତହସିଲଦାର, ବିଡ଼ିଓ କାର୍ଯ୍ୟନିର୍ବାହୀ ଅଧିକାରୀ, ଓ ମୁନ୍ସିପାଲଟିକୁ ପ୍ରଦାନ କରିଛନ୍ତି। ତେବେ ଏହି ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଠାରେ ଥିବା ତହସିଳଦାର ଓ ଫାଣ୍ଡିକୁ ଚିଠି ହୋଇଥିବାର ଜଣାପଡ଼ିଛି। ତେବେ ଚିଠିରେ ସ୍ପଷ୍ଟି କରଣ କରାଯାଇଛି ଯେ ସ୍ପିକର, ସାଉଣ୍ଡ ବକକ୍ସକୁ ୬୫ଡେସିବେଲରୁ ଅଧିକ ସାଉଣ୍ଡରେ ନବଜାଇବା ପାଇଁ (ରେଗୁଲେସନ ୧୯୫୮) ଧାରାରେ ହାଇକୋର୍ଟଙ୍କ ଦ୍ୱାରା ସିଧାସଳଖ ଭାବେ ନିର୍ଦ୍ଦେଶ ରହିଛି। ଏହା ଅମାନ୍ୟ କଲେ ତାଙ୍କ ବିରୋଧରେ ଆଇନଗତ କାଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଚିଠିରେ ଲିଖିତ ରହିଛି। ସମସ୍ତେ ସମସ୍ୟା ଉପରେ ସମସ୍ତେ ଅବଗତ ଥିଲେବି ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆ ଯାଉନାହିଁ ବୋଲି ବିଭିନ୍ନ ମହଲରେ ଆଲୋଚନା ହୋଇଅସୁଥିଲା।ସମସ୍ୟା ଉପରେ ଗୋପାଳପୁର ନାଗରିକ ମଞ୍ଚର ଆବାହକ ସୁଦର୍ଶନ ମହାପାତ୍ରଙ୍କୁ ପଚାରିବାରୁ କହନ୍ତି ମାନ୍ୟବର ହାଇକୋର୍ଟ ଏହାକୁ ବହୁ ଆଗରୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏହା ପାଳନ କରାଯିବା ଏବଂ ଡିଜେ ବଜାଇବା ପାଇଁ ପ୍ରଶାସନର ଅଙ୍କୁଶ ରହିବା ନିହାତି ଜରୁରୀ। ଏହା ସ୍ୱାଗତ ଯୋଗ୍ୟ ପଦକ୍ଷେପ। ସେହିପରି ବାହାନଗା ତହସିଲଦାର ଦେବଯାନୀ ଭୂୟାଁଙ୍କୁ ଏବାବଦରେ ପଚାରିବାରୁ ଯେହେତୁ ଏହି ଅର୍ଡ଼ର ଆମ ପାଖରେ ପହଞ୍ଚିଛି ତେଣୁ ଜିଜେକୁ ସମ୍ପୂର୍ଣ୍ଣ ବେଆଇନ କରିବା ସହ ବିଭନ୍ନ ଫଙ୍କସନରେ ୬୫ ଡେସିବିଲରୁ ଅଧିକ ମାତ୍ରାରେ ସ୍ପିକର ଓ ସାଉଣ୍ଡ ବକ୍ସ ବଜାଇବାର ଅନୁମତି ଦିଆଯିବ ନାହିଁ, ଅମାନ୍ୟ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଗୋପାଳପୁର ଫାଣ୍ଡି ଅଧିକାରୀ ବନମାଳୀ ପରିଡ଼ାଙ୍କୁ ପଚାରିବାରୁ ଉପଜିଲ୍ଲାପାଳଙ୍କ ଚିଠି ନର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରାଯିବ ବୋଲି କହିଛନ୍ତି। ପ୍ରକାଶ ଯୋଗ୍ୟ ଭଦ୍ରକରେ ପୋଲିସ ପ୍ର୍ରଶାସନ ତରଫରୁ ବହୁଦିନ ଆଗରୁ ଡିଜେ ସେଟ ଜବଦ ହୋଇ ବେଆଇନ କରାଯାଇଛି। ଗୋପାଳପୁର ମାକାଳୀ ବ୍ୟବସାୟୀ ସଙ୍ଗ ତରଫରୁ ଗୋପାଳପୁର ବଜାରରେ ଜିଜେକୁ ଜୋରରେ ନବଜାକୁ ଦାବି ହୋଇ ଆସୁଥିବା ବେଳେ ଏଥିରେ ଅଞ୍ଚଳବାସୀ ଓ ନାଗରିକ ମଞ୍ଚର ସହମତି ଥିବାର ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *