ଓଡ଼ିଶା

ଡିଜିଟାଲ ଗ୍ରାମରୁ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମ ମେସିନ କର୍ତ୍ତୃପକ୍ଷ ନିର୍ଦ୍ଦେଶରେ ଉଠାଇ ନେବାକୁ ଉଦ୍ୟମ, ଗ୍ରାମବାସୀଙ୍କ ବିରୋଧ

ହରିଚନ୍ଦନପୁର, ତା ୦୬.୦୪ (ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ରେବଣାପଳାଶପାଳ ଗ୍ରାମ ପଞ୍ଚାୟତରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ନିକଟରେ ଥିବା ଉକ୍ତ ବ୍ୟାଙ୍କର ଏଟିଏମକୁ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶରେ ଉଠାଇ ନେବାକୁ ଉଦ୍ୟମ କରିଥିଲେ ତାହାକୁ ନେଇ ଗ୍ରାମବାସୀଙ୍କ ବିରୋଧ। ସୂଚନା ମୁତାବକ ରେବଣାପଳାଶପାଳରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ତରଫରୁ ଗତ ୧୫ଦିନ ପୂର୍ବରୁ ଏକ ସାଇନ୍ ବୋର୍ଡ଼ରେ ଡିଜିଟାଲ ଗ୍ରାମ ବେଲି ନିର୍ଦ୍ଧାରିତ କରି ଫଳକ ଲଗାଇଥିଲେ। ଫଳକ ଲାଗିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିଲା। କିନ୍ତୁ ଶୁକ୍ରବାର ଦିନ ସକାଳ ସମୟରେ ବ୍ୟାଙ୍କ ଅଫ୍ ଇଣ୍ଡିଆର କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ଉକ୍ତ ବ୍ୟାଙ୍କ ପରିସର ମଧ୍ୟରେ ଥିବା ଏଟିଏମ ମେସିନକୁ ଖୋଲି ନେବାକୁ ଉଦ୍ୟମ କରିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ତାହାକୁ ବିରୋଧ କରିବା ପାଇଁ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ବ୍ୟାଙ୍କ କାର୍ଯାଳୟଟିକୁ ଘେରାଉ କରିଥିଲେ। ଘେରାଉ ପରେ ମେସିନଟିକୁ ଉଠାଇ ନେବାକୁ ସ୍ଥଗିତ କରାଯାଇଥିବାର ଜଣାପଡିଛି। ସରକାରଙ୍କ ତରଫରୁ ଗରିବ ଆଦିବାସୀ ଅଧ୍ୟୁଷିତ ଅଂଚଳ ଗୁଡିକର ବିକାଶ ଓ ସେମାନଙ୍କ ପାଖରେ ସମସ୍ତ ସୁବିଧା ସୁଯୋଗ ପହଞ୍ଚାଇ ଦେବାକୁ ଚେଷ୍ଟା ଚାଲିଥିବା ବେଳେ କିଛି କର୍ତ୍ତୃପକ୍ଷଙ୍କ ପାଇଁ ତାହା ପାଣିର ଗାର ବା ପ୍ରହସନ ପାଲଟିଛି। ପ୍ରତ୍ୟେକ ଗ୍ରାମର ଜନସାଧାରଣ ନିଜ ଓ ପରିବାର ଲୋକମାନଙ୍କ ନାମରେ ବ୍ୟାଙ୍କରେ ପାଶ ବହି ସହ ଏଟିଏମ କରିବାର ଅନେକ ଯୋଜନା ମାଧ୍ୟମରେ ଚେଷ୍ଟା ଚାଲିଥିବା ବେଳେ ସେସବୁରୁ ହଜାର ହଜାର ଲୋକ ବଞ୍ଚିତ ହେବାକୁ ବସିଛନ୍ତି। ରେବଣାପଳାଶପାଳ ଓ ଆଖପାଖ ଅଞ୍ଚଳର ହଜାର ହଜାର ଗରିବ ଆଦିବାସୀ ଲୋକ ଏହି ଏଟିଏମ ମେସିନ ଲାଗିବାର ଦେଖି ବ୍ୟାଙ୍କରେ ନିଜ ନିଜ ନାମରେ ଆକାଉଣ୍ଟ ଖୋଲିଥିଲେ। ଏହି ମେସିନ ଦ୍ବାରା ସହଜରେ ଟଙ୍କା ଉଠାଣ କରିବା ସହ ଘଣ୍ଟା ଘଣ୍ଟା ବ୍ୟାଙ୍କ ସମ୍ମୁଖରେ ଧାଡିଲାଗିବାକୁ ପଡିବ ନାହିଁ ବୋଲି ଅନେକ ସ୍ବପ୍ନ ଦେଖିଥିଲେ। କିନ୍ତୁ ସେମାନଙ୍କ ସ୍ବପ୍ନ ସ୍ବପ୍ନରେ ରହିବାକୁ ଯାଉଥିବାର ଦୃଶ୍ୟମାନ ହେଉଛି। ଆଗାମୀ ଦିନରେ ଏଅଞ୍ଚଳର ହଜାର ହଜାର ଗରିବ ଲୋକମାନେ ଏହି ସେବାରୁ ବଞ୍ଚିତ ହେବାକୁ ବସିଛନ୍ତି। ଉକ୍ତ ଏଟିଏମ ମେସିନକୁ ଏଠାରୁ ଉଠାଇ ନେଲେ ଆଗାମୀ କାଲିରେ ଏଅଞ୍ଚଳର ହଜାର ହଜାର ଜନସାଧାରଣ ରାଜ ରାସ୍ତାକୁ ଉହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ଏଥିପ୍ରତି ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଉକ୍ତ ଏଟିଏମକୁ ସେଠାରୁ ନଉଠାଇବାକୁ ନିକଟସ୍ଥ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top