ଡିଏମଏଫ ବୈଠକ ;ଖଣି ପ୍ରଭାବିତ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ଆନୁସଙ୍ଗିକ ବିକାଶ ପାଇଁ ଜିଲା ଖଣିଜ ନ୍ୟାସ ପ୍ରତିଷ୍ଠାନ ପକ୍ଷରୁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆ ଯାଇ ଏହାର କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ସହିତ ଏହାକୁ ସଂପୂର୍ଣ୍ଣ କରିବାକୁ ନିଷ୍ପତି ଗ୍ରହଣ କରାଯାଇଛି ; ବିଧାୟକ ସୁକିନ୍ଦା

ଯାଜପୁର-୨/୯(ଓଡିଆ ପୁଅ/ଏ.ରାଉତ) ଦୀର୍ଘ ଦିନ ପରେ ଶନିବାର ଦିନ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ବୈଠକ ଗୃହରେ ଡିଏମଏଫ(ଜିଲା ଖଣିଜ ନ୍ୟାସ ପ୍ରତିଷ୍ଠାନ) ବୈଠକ ଅନୁଷ୍ଠିତ ହୋଇଛି । ଜିଲାପାଳ ରଞ୍ଜନକୁମାର ଦାସଙ୍କ ଦ୍ୱାରା ଆହୁତ ବୈଠକରେ ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜ ଘଡାଇ, ପ୍ରକଳ୍ପ ନିର୍ଦେଶକ ବ୍ରଜଗୋପାଳ ଆଚାର୍ଯ୍ୟଙ୍କ ସହିତ ଅନ୍ୟାନ୍ୟ ଅଧିକାରୀ ଓ ସଦସ୍ୟ ମାନେ ଯୋଗଦାନ କରିଥିଲେ । ବୈଠକରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ସୁକିନ୍ଦା ଓ ଦାନଗଦୀ ବ୍ଲକର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକୁ ନେଇ ଆଲୋଚନା ହୋଇଥିଲା । ଆଲୋଚନାରେ ମୁଖ୍ୟତ ଖଣି ପ୍ରଭାବିତ ଅଂଚଳର ରାସ୍ତା ଘାଟର ବିକାଶ ସହିତ ଶିକ୍ଷା ଓ ସ୍ୱାସ୍ଥ୍ୟର ବିକାଶ ଉପରେ ପ୍ରାଧାନ୍ୟ ଦିଆଯାଇଥିଲା । ବୈଠକରେ ଖଣି ଅଂଚଳରେ ଶିକ୍ଷାର ବିକାଶ ପାଇଁ ଏକ କଲେଜ ପ୍ରତିଷ୍ଠା କରିବା ସହିତ ଖଣି ଅଂଚଳରେ ଏକ ନୂତନ ପ୍ରାଥମିକ ଚିକିସôା କେନ୍ଦ୍ର ସ୍ଥାପନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ବୈଠକରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ସବୁ ଘରେ କିଭଳି ପାଇପ ଯୋଗେ ଶୁଦ୍ଧ ପାନୀୟ ଜଳ ପହଂଚି ପାରିବ ସେ ବିଷୟରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ଏହା ବ୍ୟତିତ ଡୁବୁରୀ, କୁହିକା ଓ କଳିଙ୍ଗ ନଗର ମହୋସôବ ପଡିଆରେ ଜନସାଧାରଣଙ୍କ ଚିତ ବିନୋଦନ ପାଇଁ ତିନିଟି ବିଶାଳ ପାର୍କ ନିର୍ମାଣ କରିବାକୁ ସ୍ଥିର ହୋଇଛି । ଜନସାଧାରଣଙ୍କୁ ଅଧିକ ଓ ଉନ୍ନତ ଚିକିସôା ସେବା ଯୋଗାଇଦେବାକୁ ସୁକିନ୍ଦା ଓ ଦାନଗଦୀ ଗୋଷ୍ଠି ଚିକିସôା କେନ୍ଦ୍ରର ଆଧୂନିକୀକରଣକୁ ମଧ୍ୟ ମଞ୍ଜୁରି ମିଳିଛି । ସୁକିନ୍ଦା ଓ ଦାନଗଦୀ ବ୍ଲକର ଭିନ୍ନକ୍ଷମ ମାନଙ୍କୁ ଡିଏମଏଫ ତରଫରୁ ବିଭିନ୍ନ ଉପକରଣ ଯୋଗାଇ ଦେବାକୁ ମଧ୍ୟ ନିଷ୍ପତି ଗ୍ରହଣ କରାଯାଇଛି । ଦାନଗଦୀରୁ ଖଣି ଅଂଚଳକୁ ଯାଇଥିବା ରାସ୍ତାରେ ଟ୍ରକ ଦ୍ୱାରା ପରିବହନ ହେଉଥିବା ଦ୍ରବ୍ୟ ରାସ୍ତାରେ ପଡି ରାସ୍ତାକୁ ଦୁର୍ଘଟଣା ପ୍ରବଣ କରିବା ସହିତ ବ୍ୟାପକ ଧୁଳି ଉଡୁଥିବାରୁ ଏହି ରାସ୍ତାକୁ ସଫା କରାଯିବାକୁ ରାସ୍ତା ସଫା ଯନ୍ତ୍ର କ୍ରୟ କରିବାର ପ୍ରସ୍ତାବକୁ ମଧ୍ୟ ବୈଠକରେ ମଞ୍ଜୁରି ମିଳିଛି । ବୈଠକରେ ସୁକିନ୍ଦା ବ୍ଲକର ବିଭିନ୍ନ ଗ୍ରାମ୍ୟ ରାସ୍ତାର ଉନ୍ନତି କରଣ ପାଇଁ ୫୩ କୋଟି ଟଙ୍କା ଓ ଦାନଗଦୀ ବ୍ଲକର ଗ୍ରାମ୍ୟ ରାସ୍ତାର ବିକାଶ ପାଇଁ ୨୭ କୋଟି ଟଙ୍କା ମଞ୍ଜୁରି କରାଯାଇଛି । ଏହା ସହିତ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅଧିନ ବିଭିନ୍ନ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ସପ୍ତାହର ୬ ଦିନ ଦିନକୁ ୨ଟି କରି ଅଣ୍ଡା ମଧ୍ୟାହ୍ନ ଭୋଜନରେ ପ୍ରଦାନ କରିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଏହା ସହିତ ପିଲାମାନଙ୍କୁ ଶକ୍ତି ବର୍ଦ୍ଧକ ପାଣି ମଧ୍ୟ ପ୍ରଦାନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଯେଉଁ ଭୁମିହୀନ ଆଦିବାସୀ ମାନଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଛି ସେମାନଙ୍କୁ ପ୍ରତି ଏକ ହେକ୍ଟର ଜମିରେ ବୃକ୍ଷରୋପଣ କରିବାକୁ ପ୍ରବର୍ତାଇବା ସହିତ ସେମାନଙ୍କୁ ବିଭିନ୍ନ ପ୍ରକାର ଚାରା ଯୋଗାଣ ସହିତ ଅନ୍ୟ ଆନୁସଙ୍ଗିକ ସହାୟତା ପ୍ରଦାନ ପାଇଁ ମଧ୍ୟ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ନିକଟରେ ବିଧାୟକ ଯାଜପୁର ସ୍ଥିତ ଉକôଳ ବାଳାଶ୍ରମ ପରିଦର୍ଶନରେ ଆସିଥିଲାବେଳେ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଏକ ଶିଶୁ ପରିଚର୍ଯ୍ୟାକାରୀ କେନ୍ଦ୍ର ସ୍ଥାନ କରିବାକୁ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ସୁକିନ୍ଦାରେ ବହୁ ଶିଶୁ ଅବହେଳିତ ହୋଇ ରହୁଥିଲାବେଳେ ସେମାନଙ୍କର ଉନ୍ନତ ଲାଳନ ପାଳନ ସହିତ ସେମାନଙ୍କୁ ଶିକ୍ଷା ପ୍ରଦାନ ପାଇଁ ଏହି କେନ୍ଦ୍ର ସ୍ଥାପନ ଉପରେ ବିଧାୟକ ଗୁରୁତ୍ୱ ଦେଇଥିଲେ । ସେହି ଅନୁଯାୟୀ ଆଜି ବୈଠକରେ ସୁକିନ୍ଦା ଠାରେ ଏକ ଶିଶୁ ପରିଚର୍ଯ୍ୟା କେନ୍ଦ୍ର ସ୍ଥାପନ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଆଜିର ବୈଠକ ବିଷୟରେ ମତ ଦେବାକୁ ଯାଇ ସୁକିନ୍ଦା ବିଧାୟକ କହିଛନ୍ତି ଖଣି ପ୍ରଭାବିତ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ଆନୁସଙ୍ଗିକ ବିକାଶ ପାଇଁ ଜିଲା ଖଣିଜ ନ୍ୟାସ ପ୍ରତିଷ୍ଠାନ ପକ୍ଷରୁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆ ଯାଇ ଏହାର କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ସହିତ ଏହାକୁ ସଂପୂର୍ଣ୍ଣ କରିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଯାହା ଦ୍ୱାରା ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଜନସାଧାରଣ ବିଶେଷ ଭାବେ ଉପକୃତ ହୋଇ ପାରିବେ ।

Leave a Reply

Your email address will not be published. Required fields are marked *