ଡିଏନଏ ପ୍ରଯୁକ୍ତି (ଉପଯୋଗ ଓ ପ୍ରୟୋଗ) ନିୟନ୍ତ୍ରଣ ବିଲ, ୨୦୧୮କୁ କ୍ୟାବିନେଟ ଅନୁମୋଦନ

ଡିଏନଏ ଗବେଷଣାଗାରଗୁଡ଼ିକ ବାଧ୍ୟତାମୂଳକ ମାନ୍ୟତା ଓ ନିୟନ୍ତ୍ରଣ ଜରୁରୀ ହେବ

ନୂଆ ଦିଲ୍ଲୀ ୪-୭ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଡିଏନଏ ପ୍ରଯୁକ୍ତି (ଉପଯୋଗ ଏବଂ ପ୍ରୟୋଗ) ନିୟନ୍ତ୍ରଣ ବିଲ-୨୦୧୮କୁ ମଞ୍ଜୁରି ଦେଇଛନ୍ତି।

ବିବରଣୀ : ଡିଏନଏ ଆଧାରିତ ପ୍ରଯୁକ୍ତି (ଉପଯୋଗ ଏବଂ ପ୍ରୟୋଗ) ବିଲ-୨୦୧୮କୁ ଆଇନରେ ପରିଣତ କରାଯିବା ପଛରେ ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଦେଶର ନ୍ୟାୟିକ ବ୍ୟବସ୍ଥାକୁ ସହାୟତା ଦେବା ଏବଂ ସୁଦୃଢ଼ କରିବା ଲାଗି ଡିଏନଏ ଆଧାରିତ ଫରେନସିକ ପ୍ରଯୁକ୍ତିର ପ୍ରୟୋଗକୁ ବିସ୍ତାରିତ କରିବା।

ଅପରାଧ ମାମଲାର ସମାଧାନ ଏବଂ ନିଖୋଜ ବ୍ୟକ୍ତିଙ୍କ ପରିଚୟ ଲାଗି ଡିଏନଏ ଆଧାରିତ ପ୍ରଯୁକ୍ତିର ଉପଯୋଗିତା ସାରା ବିଶ୍ୱରେ ସ୍ୱିକୃତୀ ଲାଭ କରିଛି।

ଡିଏନଏ ଗବେଷଣାଗାରଗୁଡ଼ିକର ବାଧ୍ୟତାମୂଳକ ମାନ୍ୟତା ଏବଂ ନିୟନ୍ତ୍ରଣ ବ୍ୟବସ୍ଥା ଜରିଆରେ ବିଲରେ ଏହି ପ୍ରଯୁକ୍ତିର ଦେଶରେ ସମ୍ପ୍ରସାରିତ ଉପଯୋଗ ପାଇଁ ମାର୍ଗ ପ୍ରଶସ୍ତ କରାଯାଇଛି। ଏହି ଭରସା ମଧ୍ୟ ଦିଆଯାଇଛି ଯେ ଡିଏନଏ ପରୀକ୍ଷଣର ଫଳାଫଳ ଭରସାଯୋଗ୍ୟ ଅଟେ ଏବଂ ଏହାଦ୍ୱାରା ନାଗରିକମାନଙ୍କ ଗୋପନୀୟତା ଅଧିକାର ଦୃଷ୍ଟିକୋଣରୁ ଡାଟାର ଦୁରୁପଯୋଗ ହେବ ନାହିଁ।

ତ୍ୱରିତ ନ୍ୟାୟ ପ୍ରଣାଳୀ

ଅପରାଧ ପ୍ରମାଣ ହାରରେ ବୃଦ୍ଧି

ବିଲର ବ୍ୟବସ୍ଥା ଗୋଟିଏ ପଟେ ନିଖୋଜ ବ୍ୟକ୍ତି ଏବଂ ଦେଶର ବିଭିନ୍ନ ଭାଗରେ ମିଳୁଥିବା ଅଜଣା ଶବକୁ ପରସ୍ପର ସହ ମିଶାଇବାରେ ସକ୍ଷମ କରିବ, ଅନ୍ୟ ପଟେ ବଡ଼ ବିପତିର ଶିକାର ହୋଇଥିବା ଲୋକମାନଙ୍କ ଚିହ୍ନଟ କରିବାରେ ମଧ୍ୟ ସହାୟତା ପ୍ରଦାନ କରିବ।

Leave a Reply

Your email address will not be published. Required fields are marked *