ଜିଲ୍ଲା ପରିକ୍ରମା

ଡିଆଇଜିଙ୍କ ବାର୍ଷିକ ଥାନା ପରିଦର୍ଶନ

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଓଡ଼ିଶା ପୁଲିସ୍ ବିଭାଗର ବାଲେଶ୍ୱରସ୍ଥିତ କାର୍ଯ୍ୟାଳୟର ଆରକ୍ଷୀ ଉପ ମହା ନିରୀକ୍ଷକ (ଡିଆଇଜି) ଅମିତେନ୍ଦ୍ର ସିହ୍ନା ଆଜି ଭଣ୍ଡାରିପୋଖରୀ ଥାନାକୁ ବାର୍ଷିକ ପରିଦର୍ଶନରେ ଆସି ଫେରିଯାଇଛନ୍ତି । ଡିଆଇଜିଙ୍କୁ ପ୍ରଥମେ ଥାନା ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ଥାନାର ସମସ୍ତ କେଶ୍ ବିଷୟରେ ଶ୍ରୀ ସିହ୍ନା ଅଧିକାରୀମାନଙ୍କ ଠାରୁ ପଚାରି ବୁଝିଥିବାବେଳେ ତତ୍ସଂଲଗ୍ନ କାଗଜପତ୍ର ମଧ୍ୟ ଯାଞ୍ଚ କରିଥିଲେ । ଭଦ୍ରକ ଆରକ୍ଷୀ ଅଧିକ୍ଷକ ରାଜେନ୍ଦ୍ର ପଣ୍ଡିତ , ଉପଖଣ୍ଡ ଅଧିକାରୀ ମନୋରଂଜନ ସାମଲ, ଥାନାଧିକାରୀ ଅମିତ ବିଶ୍ୱାଳ, ସହକାରୀ ଅଧିକାରୀ ବିକ୍ରମ ହେମ୍ବ୍ରମ୍, ଲକ୍ଷ୍ମଣ ସାହୁ, ଗୌରିମଣୀ ସିଂ ପ୍ରମୁଖ ଡିଆଇଜିଙ୍କ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top